Mahadev Betting App: ଓମାନରେ ସୌରଭ ଚନ୍ଦ୍ରାକର ଅଟକ, ଭାରତକୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହାଦେବ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାରେ ଭାରତୀୟ ତଦନ୍ତକାରୀ ସଂସ୍ଥାମାନଙ୍କୁ ବଡ଼ ସଫଳତା ମିଳିଛି। ଏହି ଆପ୍‌ର ସହ-ପ୍ରତିଷ୍ଠାତା ସୌରଭ ଚନ୍ଦ୍ରାକରଙ୍କୁ ଓମାନରେ ଅଟକ ରଖାଯାଇଛି। ଭାରତ ସରକାରଙ୍କ ଅନୁରୋଧ ପରେ ଓମାନ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୌରଭଙ୍କୁ ଭାରତକୁ ଆଣିବା ପାଇଁ ପ୍ରତ୍ୟର୍ପଣ ପ୍ରକ୍ରିୟା ଦ୍ରୁତଗତିରେ ଆଗକୁ ବଢ଼ାଯାଉଛି।

ସୂଚନା ଅନୁସାରେ, ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଅନ୍ୟ ତଦନ୍ତକାରୀ ସଂସ୍ଥାଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଆଧାରରେ ଓମାନ କର୍ତ୍ତୃପକ୍ଷ ସୌରଭ ଚନ୍ଦ୍ରାକରଙ୍କୁ ଅଟକ ରଖିଛନ୍ତି। ତାଙ୍କ ବିରୋଧରେ ଅର୍ଥ ଚାଲାଣ, ବେଆଇନ ଅନ୍‌ଲାଇନ୍‌ ବେଟିଂ ନେଟୱର୍କ ପରିଚାଳନା ଏବଂ ହଜାର ହଜାର କୋଟି ଟଙ୍କାର ଆର୍ଥିକ କାରବାର ସହ ଜଡ଼ିତ ଗୁରୁତର ଅଭିଯୋଗ ରହିଛି।

ମହାଦେବ ବେଟିଂ ଆପ୍‌ ମାମଲାରେ ଇଡିର ତଦନ୍ତରୁ ଜଣାପଡ଼ିଛି ଯେ, ଏହି ନେଟୱର୍କ ମାଧ୍ୟମରେ ବେଆଇନ ଅନ୍‌ଲାଇନ୍‌ ଜୁଆ ଓ ବେଟିଂ କାରବାର ପରିଚାଳିତ ହେଉଥିଲା। ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ଆପ୍‌ ସହ ଯୋଡ଼ାଯାଇଥିବାବେଳେ ହଜାର ହଜାର କୋଟି ଟଙ୍କାର କାରବାର ହୋଇଥିବା ତଦନ୍ତରେ ସାମ୍ନାକୁ ଆସିଛି। ଏହି ଟଙ୍କା ବିଭିନ୍ନ ଦେଶରେ ଥିବା କମ୍ପାନି ଓ ବ୍ୟାଙ୍କ ଖାତା ମାଧ୍ୟମରେ ଚାଲାଣ କରାଯାଇଥିବା ଅଭିଯୋଗ ରହିଛି।

ବିଶ୍ବକପ୍‌ ପାଇଁ ବେଟିଂ ବଜାର ଚଳଚଞ୍ଚଳ, ଅନ୍‌ଲାଇନ୍‌ ବେଟିଂ ପାଇଁ ମାଳମାଳ ୱେବ୍‌ସାଇଟ୍‌

ସୌରଭ ଚନ୍ଦ୍ରାକର ଓ ତାଙ୍କ ସହଯୋଗୀ ରବି ଉପ୍ପଲଙ୍କ ବିରୋଧରେ ପୂର୍ବରୁ ଇଡି ଲୁକ୍‌ଆଉଟ୍‌ ନୋଟିସ ଜାରି କରିଥିଲା। ଏହା ସହ ରେଡ୍‌ କର୍ଣ୍ଣର ନୋଟିସ ଜାରି କରିବା ଏବଂ ବିଦେଶରେ ଥିବା ସମ୍ପତ୍ତିର ତଥ୍ୟ ସଂଗ୍ରହ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିଲା। ମାମଲାର ତଦନ୍ତ ସମୟରେ ଏକାଧିକ ସ୍ଥାନରେ ଚଢ଼ଉ କରାଯାଇ ବହୁ ନଗଦ ଅର୍ଥ, ଦଲିଲପତ୍ର ଓ ଡିଜିଟାଲ ପ୍ରମାଣ ଜବତ କରାଯାଇଛି। ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ତାଙ୍କୁ ଭାରତକୁ ଅଣାଯିବ ଏବଂ ଇଡି ପଚରାଉଚରା କରିବ। ଏହାପରେ ଏହି ବେଆଇନ ବେଟିଂ ନେଟୱର୍କ, ଅର୍ଥ କାରବାର ଓ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଇଡି ବିଶ୍ବାସ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.