Maguni’s Cart: ଖଟିଖିଆ ମଣିଷର କୋହ ବଖାଣିଲା ‘ମାଗୁଣିର ଶଗଡ଼’

50 minutes ago 1
ARTICLE AD BOX

ଭୁବନେଶ୍ୱର: ଯନ୍ତ୍ରଚାଳିତ ଗାଡ଼ି ବଜାରକୁ ଆସିବା ପରେ ମାଗୁଣିର ଶଗଡ଼ରେ ଆଉ କେହି ବସିଲେ ନାହିଁ। ମାଗୁଣି ବହୁ ଯତ୍ନ କରି ଶଗଡ଼କୁ ସଜେଇଲା। କିନ୍ତୁ ଆଉ କେହି ଆଡ଼ ନଜରରେ ବି ଚାହିଁଲେ ନାହିଁ। ବେଶ୍ କିଛି ଦିନ ମାଗୁଣିର ଶଗଡ଼ ବସ୍‌ ସହ ପ୍ରତିଯୋଗିତା କରିବାକୁ ରାସ୍ତାରେ ଗଡ଼ିଲା, କିନ୍ତୁ ପାରିଲା ନାହିଁ। ଆଉ ସେହି ରଥ ଚକ ତଳେ ଅଜାଣତରେ ପେଶି ହେଇଗଲା ମାଗୁଣି ଆଉ ତା’ ପରିବାର। ହେଲେ ବର୍ତ୍ତମାନ ମଧ୍ୟ ମାଗୁଣି ବଞ୍ଚିଛି। ଏବେ ବି ପ୍ରତିଦିନ ମାଗୁଣି ଜନ୍ମ ନେଉଛି ଏହି ଟେକ୍ନୋଲୋଜି ପାଇଁ। ଆଧୁନିକ ଯୁଗରେ ଟେକ୍ନୋଲୋଜିର ଅଭିବୃଦ୍ଧି ଯୋଗୁ ବିଭିନ୍ନ ସଂସ୍ଥା ମଣିଷ ବଦଳରେ ରୋବର୍ଟ ଓ ଏଆଇ କାମ ଆରମ୍ଭ କରିଦେଲେଣି। ଯାହା ଭବିଷ୍ୟତ ପାଇଁ ଏକ ଦୁଃସ୍ବପ୍ନର ଆଭାସ ଦେଉଛି।

Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା

ଶ୍ରମଜୀବୀ ତଥା ଖଟିଖିଆ ମଣିଷ କିଭଳି ଆଧୁନିକ ଯନ୍ତ୍ରପାତି ତଳେ ଚାପି ହୋଇ ନିଜର ଜୀବନ, ଜୀବିକା ହରାଉଛନ୍ତି ତାହାର ବାର୍ତ୍ତା ଦେଇଛି ନାଟକ ‘ମାଗୁଣିର ଶଗଡ଼’।
ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନାଟ୍ୟ ଲହରୀର ଉଦ୍‌ଘାଟନୀ ସନ୍ଧ୍ୟାରେ ଗୋଦାବରୀଶ ମହାପାତ୍ରଙ୍କ କାଳଜୟୀ ଗଳ୍ପ ‘ମାଗୁଣିର ଶଗଡ଼’ ସହିତ ବର୍ତ୍ତମାନ ସମୟକୁ ମଧ୍ୟ ଯୋଡ଼ି ବିଦ୍ୟାକନକ ସୃଜନାନୁଷ୍ଠାନର କଳାକାରମାନେ ଏହି ନାଟକ ପ୍ରଦର୍ଶନ କରିଛନ୍ତି। ନବୀନ କୁମାର ପରିଡ଼ା ଏହାର ନାଟ୍ୟରୂପ ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଜଗଦୀଶ ପ୍ରସାଦ ମହାରଣା। କାର୍ଯ୍ୟକ୍ରମରେ ଅତିଥି ଭାବେ ରୋଟାରି ଜିଲ୍ଲା ପ୍ରାନ୍ତପାଳ ଅକ୍ଷେନ୍ଦୁ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ଭବାନୀ ଶଙ୍କର ମିଶ୍ର, ଆଲୋକ ବୋଷ, ଜିତେନ୍ଦ୍ର କୁମାର ପଟ୍ଟନାୟକ, ସାହିତ୍ୟିକ ପୁଷ୍ପଲତା ରଥ ଯୋଗ ଦେଇଥିଲେ।

Gyanesh Kumar: ନିଜ ନାଗରିକଙ୍କ ବିରୋଧରେ ମୋଦୀ, ଶାହ ଯୁଦ୍ଧ ଆରମ୍ଭ କରିଛନ୍ତି:ଅଭିଜିତ୍‌ ଦୀପକେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.