Satirical video game: ବ୍ୟଙ୍ଗାତ୍ମକ ଭିଡିଓ ଗେମ୍‌ ‘ଭାଗ୍‌ ନେହା ଭାଗ୍‌’

1 hour ago 1
ARTICLE AD BOX

ଛାତ୍ର ନେତା ନେହା ବୋରାଙ୍କୁ ନେଇ ଗଣମାଧ୍ୟମରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ଯାଏଁ  ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଦିଲ୍ଲୀରେ ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନରେ ନେହା ପୁଲିସକର୍ମୀଙ୍କୁ ଧରା ନ ଦେଇ ଦୌଡ଼ି ଦୌଡ଼ି ବିରୋଧ ପ୍ରଦର୍ଶନ କରୁଥିବାର ଚିତ୍ର ପ୍ରାୟ ସମସ୍ତେ ଦେଖିଥିବେ। ଏହି ଘଟଣାକୁ ନେଇ ଦୁଇ ଭାଇ ଅନାଭ ନାୟାର ଓ ଅକ୍ଷୟ ନାୟାର ଏକ ବ୍ୟଙ୍ଗାତ୍ମକ ଭିଡିଓ ଗେମ୍ ତିଆରି କରିଛନ୍ତି। ଏହି ଗେମ୍‌ର ନାଁ ‘ଭାଗ୍‌ ନେହା ଭାଗ୍‌’।

Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା

ଏହି ଗେମ୍‌ଟି ପ୍ରସିଦ୍ଧ ଗେମ୍ ‘ସବ୍‌ୱେ ସର୍ଫର୍ସ’ ସହ ତୁଳନୀୟ। ଏଥିରେ ନେହା ବୋରା ଖାକି ଓ କମଳା ରଙ୍ଗର ପୋଷାକ ପିନ୍ଧିଥିବା କିଛି ଲୋକଙ୍କଠାରୁ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ପଛରେ ଗୋଡ଼ାଉଥିବା ଲୋକମାନେ ‘ପକଡ଼ୋ’ ବା ‘ଧର’ ବୋଲି ଚିତ୍କାର କରୁଛନ୍ତି। ଯଦି ସେମାନେ ନେହାଙ୍କୁ ଧରିଦିଅନ୍ତି, ତେବେ ସ୍କ୍ରିନ୍‌ରେ ‘ପକ୍‌ଡ଼ି ଗୟୀ’ ବା ‘ଧରା ପଡ଼ିଲେ’ ବୋଲି ଲେଖା ଆସୁଛି। ଏହି ଗେମ୍‌ରେ ଖେଳାଳି ଧରା ନ ପଡ଼ି ଯେତେ ଦୂର ଦୌଡ଼ି ପାରିବେ, ତାଙ୍କୁ ସେତେ ଅଧିକ ‘ଡେମୋକ୍ରାସି କଏନ୍‌ସ’ ମିଳିବ। ଅନାଭ ନାୟାର କହିଛନ୍ତି ଯେ, ଏବେ ଚାଲିଥିବା ବିକ୍ଷୋଭ ଓ ପୁଲିସର ଅକଥନୀୟ ଅତ୍ୟାଚାର ସମ୍ପର୍କିତ ଖବର ତାଙ୍କୁ ବିଚଳିତ କରିଥିଲା। ଏହି ଘଟଣାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଲୋକଙ୍କ ସାମ୍ନାକୁ ଆଣିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ଅନାଭ ଏହି ଗେମ୍‌ର ଆଇଡିଆ ଦେଇଥିବାବେଳେ ତାଙ୍କ ଭାଇ ଅକ୍ଷୟ ଏହାର ଡିଜାଇନ୍ କରିଛନ୍ତି। ଏହି ଗେମ୍‌ର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍ ହେବା ସହ ଅନେକ ଲୋକ ଏହା ଖେଳିବା ପାଇଁ ଆଗ୍ରହ ଦେଖାଇଛନ୍ତି।

Delhi Internet Shutdown: ଇଣ୍ଟର୍‌ନେଟ୍‌ ବନ୍ଦ ଘଟଣାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.