Madhya pradesh: ମଧ୍ୟପ୍ରଦେଶର ଦତିଆରେ ଭୟଙ୍କର ହିଂସା

1 hour ago 1
ARTICLE AD BOX

ଭୋପାଳ: ମଧ୍ୟପ୍ରଦେଶର ଦତିଆରେ ଶୁକ୍ରବାର- ଶନିବାର ଦଳୀୟ ଟିକେଟ ବଣ୍ଟନକୁ ନେଇ ବିଜେପି କର୍ମୀ ଭୟଙ୍କର ହିଂସାକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଦତିଆରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଟିକେଟ ନ ମିଳିବାକୁ ନେଇ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କର ୩୦୦୦ରୁ ଅଧିକ ସମର୍ଥକମାନେ ଏନ୍‌ଏଚ୍‌-୪୪ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ସେମାନଙ୍କ ପ୍ରତିବାଦ ଚାଲିଥିବାରୁ ଜାତୀୟ ରାଜପଥରେ ଟ୍ରାଫିକ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ନରୋତ୍ତମ ମିଶ୍ରଙ୍କ ସମର୍ଥକମାନେ ପୁଲିସ ଉପରକୁ ପଥର ଫିଙ୍ଗିବା ସହିତ ଟ୍ରକ୍‌ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ। ପୁଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ​​ଓ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ନେତାମାନଙ୍କୁ ଗୃହବନ୍ଦୀ କରିଥିଲା। ଜିଲ୍ଲା ପ୍ରଶାସନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ଧାରା ୧୬୩ ମଧ୍ୟ ଲାଗୁ କରିଥିଲା।

ଆହୁରି ପଢନ୍ତୁ :Murder case:ଜୟପୁର ମହିଳାଙ୍କ ହତ୍ୟା ମାମଲାରେ ନୂଆ ମୋଡ଼

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେବିଜେପିଦତିଆ ଉପନିର୍ବାଚନ ପାଇଁ ଆଶୁତୋଷ ତିୱାରୀଙ୍କୁ ଦଳର ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯିବା ପରଠାରୁ ମିଶ୍ର ନିଜେ ଏଠାରୁ ଉପନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ। ସୂଚନାଯୋଗ୍ୟ, କଂଗ୍ରେସ ନେତା ରାଜେନ୍ଦ୍ର ଭାରତୀ ୨୦୨୩ ବିଧାନସଭା ନିର୍ବାଚନରେ ​​ରାଜ୍ୟର ସେତେବେଳେ ଗୃହମନ୍ତ୍ରୀ ଥିବା ମିଶ୍ରଙ୍କୁ ୭,୫୦୦ ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

ଆହୁରି ପଢନ୍ତୁ :Bangladesh:ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ

ମିଶ୍ରଙ୍କୁ ଟିକେଟ ନ ମିଳିବା ପ୍ରତିବାଦରେ ଜିଲ୍ଲାରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପ୍ରାୟ ୩୦୦ ପଦାଧିକାରୀ ସେମାନଙ୍କ ପଦବିରୁ ଇସ୍ତଫା ଦେଇଥିଲେ। ଶୁକ୍ରବାର ସନ୍ଧ୍ୟାରୁ ରାସ୍ତା ଅବରୋଧ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିଥିଲା, ଯାହା ଫଳରେ ଝାନ୍‌ସି ଓ ଗ୍ୱାଲିୟର ରାସ୍ତାରେ୧୫-୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଜାମ୍ ହୋଇଥିଲା ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦତିଆ ଜିଲ୍ଲାପାଳ ସ୍ବପ୍ନିଲ ୱାଙ୍ଖେଡେ କହିଛନ୍ତି, ବିକ୍ଷୋଭ ପ୍ରଦର୍ଶନ ଏନ୍‌ଏଚ୍‌-୪୪ ରେ ଭୋର ୪ଟା ୩୦ ସମୟରେ ହିଂସାତ୍ମକ ରୂପ ନେଇଥିଲା।

ଆହୁରି ପଢନ୍ତୁ :Murder case:ଶ୍ରଦ୍ଧା ୱାଲକର ହତ୍ୟା ମାମଲା

 ପ୍ରାୟ ୧୧ ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। ପ୍ରତିବାଦର ପ୍ରାୟ ୨୦ ଘଣ୍ଟା ପରେ ମିଶ୍ର ସାଧାରଣରେ ଉପସ୍ଥିତ ହୋଇ ହିଂସାତ୍ମକ ପ୍ରତିବାଦ ନକରିବାକୁ ସମର୍ଥକଙ୍କୁ ନିବେଦନ କରିଥିଲେ। ଦଳୀୟ ଫୋରମ୍‌ରେ ସେମାନଙ୍କ ଆପତ୍ତି ଅଭିଯୋଗ ଉଠାଇବାକୁ ସେ ସମର୍ଥକଙ୍କୁ ନିବେଦନ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.