ARTICLE AD BOX
ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ମନ୍ଦିର ଚୋର ଗ୍ୟାଙ୍ଗ୍ ପୁଣି ସକ୍ରିୟ ହୋଇଛନ୍ତି। ଭଞ୍ଜନଗର ବ୍ଲକ୍ ତଥା ତାରସିଂ ଥାନା ଅଧୀନ ଗାଲେରୀସ୍ଥିତ ପ୍ରସିଦ୍ଧ ମା’ଦଣ୍ଡକାଳୀ ମନ୍ଦିରରେ ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି। ଗ୍ରାମର ପାଟଣାସାହି ମଝିରେ ଥିବା ଏହି ମନ୍ଦିରର ସିଂହଦ୍ବାର ତାଲା ଭାଙ୍ଗି ପଶିବା ପରେ ଚାରିଟି କବାଟ ତାଡ଼ି ୪୦୦ ଗ୍ରାମ ସୁନା, ୭ କେଜିରୁ ଅଧିକ ରୁପା, ନଗଦ ପ୍ରାୟ ୫ ଲକ୍ଷ ଟଙ୍କା ଓ ସିସିଟିଭି ହାର୍ଡଡିସ୍କ୍ ନେଇ ଯାଇଛନ୍ତି।
Women's Twenty20 World Cup: ଅଷ୍ଟ୍ରେଲିଆ ଜିତିଲା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍: ୭ ୱିକେଟ୍ରେ ହାରିଲା ଇଂଲଣ୍ଡ
ଚୋରି ଅଳଙ୍କାର ମଧ୍ୟରେ ମା’ଙ୍କ ପ୍ରତିମୂର୍ତ୍ତିରେ ଲାଗିଥିବା ସୁନାହାର, ଚୁଡ଼ି, ରୁପା କିରୀଟ, ପାର୍ଶ୍ବ ଗୁଆ ମୂର୍ତ୍ତି ଓ କାଳୀ ମୂର୍ତ୍ତିର କିରୀଟ, ଚନ୍ଦ୍ର, ଭ୍ରୁଲତା ସମେତ ରୁପାଥାଳି, ଢାଳ ଓ ଆଲମିରାରେ ଥିବା ଅନେକ ସୁନା, ରୁପା ଅଳଙ୍କାର ଓ ଟଙ୍କା ଆଦି ରହିଛି। ପାଖାପାଖି କୋଟିଏ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅନୁମାନ କରାଯାଉଛି। ଦେବୀଙ୍କ ମୂର୍ତ୍ତି ସାଙ୍ଗକୁ ପାର୍ଶ୍ବରେ ରହିଥିବା ମୂର୍ତ୍ତିଗୁଡ଼ିକରୁ ଅଳଙ୍କାର ଚୋରି ହୋଇଛି। ତେବେ ମା’ଦଣ୍ଡକାଳୀଙ୍କ ପରଭା ସୁରକ୍ଷିତ ରହିଥିବା ଜଣାପଡ଼ିଛି। ଗତକାଲି ରାତିରେ ଲଗାଣ ବର୍ଷା ଜାରି ରହିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିର ଭିତରେ ପଶି ଯୋଜନାକୁ ରୂପ ଦେଇଥିଲେ। ଆଜି ସକାଳେ ପୂଜକ କାହ୍ନୁଚରଣ ଶତପଥୀ ମନ୍ଦିର ଖୋଲିବାକୁ ଆସିଥିବା ବେଳେ ତାଲା ଭାଙ୍ଗି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଲୋକ ଓ ସରପଞ୍ଚଙ୍କୁ ଅବଗତ କରିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା।
ସିସିଟିଭି ହାର୍ଡଡିସ୍କ୍ ଗାଏବ
୪ କବାଟ ଭାଙ୍ଗି ପଶିଥିଲେ ଦୁର୍ବୃତ୍ତ
ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ, ଭଞ୍ଜନଗର ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ଓ ତାରସିଂ ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସଦଳବଳ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲେ। ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହ ପହଞ୍ଚି ଯାଞ୍ଚ କରିଥିଲା। ପୂଜକଙ୍କ ଏତଲା କ୍ରମେ କେସ୍ ନମ୍ବର ୨୨୫ରେ ଏକ ମାମଲା ରୁଜୁ ହୋଇଥିବା ତାରସିଂ ଥାନାଧିକାରୀ ଶ୍ରୀମତୀ ପୂଜାରୀ ସୂଚନା ଦେଇଛନ୍ତି। ତେବେ ସିସିଟିଭିର ହାର୍ଡଡିସ୍କ ଚୋରି ହୋଇଯାଇଥିବାରୁ ପ୍ରକୃତ ସମୟ ଜଣାପଡ଼ୁନି।
ଏହି ଘଟଣା ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏଥିରେ କୌଣସି ଏକ ବଡ଼ ରୢାକେଟ୍ର ସଂପୃକ୍ତି ଅନୁମାନ କରାଯାଉଛି। ସୂଚନା ଥାଉକି, ଏହାପୂର୍ବରୁ ଭଞ୍ଜନଗର ଶିରିଡ଼ି ସାଇ ମନ୍ଦିରରୁ ଗତବର୍ଷ ବହୁ ମୂଲ୍ୟବାନ ଅଳଙ୍କାର ଏବଂ ନାରାୟଣପାଟଣା ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଉଭୟ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ପାରି ନଥିବା ବେଳେ ଗାଲେରୀର ମା’କାଳୀ ମନ୍ଦିରକୁ ଦୁର୍ବୃତ୍ତମାନେ ଟାର୍ଗେଟ୍ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ

3 hours ago
1


