Lumpsum SIP Calculator: ୫ ଲକ୍ଷ ଟଙ୍କା ନିବେଶ କଲେ ୧୦, ୧୫ ଓ ୨୦ ବର୍ଷରେ କେତେ ଟଙ୍କା ହେବ? ଜାଣନ୍ତୁ ପୂରା ହିସାବ...

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଆଜି ୫ ଲକ୍ଷ ଟଙ୍କା ଏକାଥରକେ ନିବେଶ କରି ଦୀର୍ଘ ସମୟ ପାଇଁ ରଖିଲେ ଏହା କେତେ ବଡ଼ ଟଙ୍କା ହୋଇପାରେ? ୧୦, ୧୫ ଓ ୨୦ ବର୍ଷ ପରେ ଟଙ୍କା କେତେ ବଢ଼ିବ, ତାହା ଉପରେ ନିବେଶର ଲାଭ ଓ ଚକ୍ରବୃଦ୍ଧିର ପ୍ରଭାବ ବୁଝିପାରିବେ। 

ଆଜିକାଲି ଦୀର୍ଘ ସମୟ ପାଇଁ ଟଙ୍କା ନିବେଶ କରିବାକୁ ଅନେକ ଲୋକ ମ୍ୟୁଚୁଆଲ୍ ଫଣ୍ଡକୁ ଏକ ବିକଳ୍ପ ଭାବେ ଦେଖୁଛନ୍ତି। କେହି ମାସିକ ଭାବେ ଟଙ୍କା ନିବେଶ କରନ୍ତି, ଆଉ କେହି ଥରେ ବଡ଼ ରାଶି ନିବେଶ କରି ଦୀର୍ଘ ସମୟ ପାଇଁ ଛାଡ଼ିଦିଅନ୍ତି।

ଆହୁରି ପଢ଼ନ୍ତୁ- Atlee Responds to Trolls: ଅନନ୍ତ ଅମ୍ବାନୀ ମୋର ସବୁଠୁ ଭଲ ବନ୍ଧୁ, ଟ୍ରୋଲର୍ସଙ୍କୁ ଆଟଲିଙ୍କ କଡ଼ା ଜବାବ

ଧରନ୍ତୁ, ଆପଣ ଆଜି ୫ ଲକ୍ଷ ଟଙ୍କା ଏକମୁସ୍ତ ନିବେଶ କଲେ। ଏହା ଉପରେ ବାର୍ଷିକ ହାରାହାରି ୧୦%, ୧୨% କିମ୍ବା ୧୫% ରିଟର୍ଣ୍ଣ ମିଳିଲେ ୧୦, ୧୫ ଓ ୨୦ ବର୍ଷ ପରେ ଟଙ୍କା କେତେ ହୋଇପାରେ, ଚାଲନ୍ତୁ ସରଳ ଭାବେ ଜାଣିବା।

୧୦ ବର୍ଷ ପରେ ୫ ଲକ୍ଷ ଟଙ୍କା କେତେ ହୋଇପାରେ?

୫ ଲକ୍ଷ ଟଙ୍କାକୁ ଏକମୁସ୍ତ ନିବେଶ କରି ୧୦ ବର୍ଷ ରଖିଲେ, ବାର୍ଷିକ ୧୦% ରିଟର୍ଣ୍ଣ ହିସାବରେ ଏହା ପ୍ରାୟ ୧୨.୯୭ ଲକ୍ଷ ଟଙ୍କା ହୋଇପାରେ।
ସେହିପରି ୧୨% ରିଟର୍ଣ୍ଣ ମିଳିଲେ ଟଙ୍କା ପ୍ରାୟ ୧୫.୫୩ ଲକ୍ଷ ଏବଂ ୧୫% ରିଟର୍ଣ୍ଣ ମିଳିଲେ ପ୍ରାୟ ୨୦.୨୩ ଲକ୍ଷ ଟଙ୍କା ହୋଇପାରେ। ଅର୍ଥାତ୍‌, ରିଟର୍ଣ୍ଣ ହାରରେ ଅଳ୍ପ ପାର୍ଥକ୍ୟ ଥିଲେ ମଧ୍ୟ ଦୀର୍ଘ ସମୟରେ ଏହାର ପ୍ରଭାବ ବେଶ୍‌ ବଡ଼ ହୋଇଥାଏ।

୧୫ ବର୍ଷରେ ବଢ଼ିବ ଟଙ୍କା

ନିବେଶକୁ ୧୫ ବର୍ଷ ପର୍ଯ୍ୟନ୍ତ ରଖିଲେ ଚକ୍ରବୃଦ୍ଧିର ପ୍ରଭାବ ଆହୁରି ସ୍ପଷ୍ଟ ହୋଇଥାଏ।
୧୦% ବାର୍ଷିକ ରିଟର୍ଣ୍ଣ ମିଳିଲେ ୫ ଲକ୍ଷ ଟଙ୍କା ପ୍ରାୟ ୨୦.୮୯ ଲକ୍ଷ ହୋଇପାରେ। ୧୨% ରିଟର୍ଣ୍ଣରେ ଏହା ପ୍ରାୟ ୨୭.୩୭ ଲକ୍ଷ ଏବଂ ୧୫% ରିଟର୍ଣ୍ଣରେ ପ୍ରାୟ ୪୦.୬୯ ଲକ୍ଷ ଟଙ୍କା ହୋଇପାରେ। ତେବେ  ରିଟର୍ଣ୍ଣ ହାର ବଢ଼ିବା ସହ ଟଙ୍କାର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି।

ଆହୁରି ପଢ଼ନ୍ତୁ- Nobel prize : ପଦାର୍ଥ ବିଜ୍ଞାନରେ ବେଲଜିୟମ୍ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନ୍‌ଙ୍କୁ ନୋବେଲ ପୁରସ୍କାର

୨୦ ବର୍ଷରେ ୫ ଲକ୍ଷ ହୋଇପାରେ ୮୧.୮୩ ଲକ୍ଷ

ଏହି ନିବେଶକୁ ଯଦି ୨୦ ବର୍ଷ ପର୍ଯ୍ୟନ୍ତ ରଖାଯାଏ, ତେବେ ଚକ୍ରବୃଦ୍ଧିର ପ୍ରଭାବ ଆହୁରି ବଡ଼ ହୋଇଥାଏ।
୧୦% ରିଟର୍ଣ୍ଣ ମିଳିଲେ ୫ ଲକ୍ଷ ଟଙ୍କା ପ୍ରାୟ ୩୩.୬୪ ଲକ୍ଷ ହୋଇପାରେ। ୧୨% ରିଟର୍ଣ୍ଣରେ ଏହା ପ୍ରାୟ ୪୮.୨୩ ଲକ୍ଷ ଏବଂ ୧୫% ରିଟର୍ଣ୍ଣରେ ପ୍ରାୟ ୮୧.୮୩ ଲକ୍ଷ ଟଙ୍କା ହୋଇପାରେ। ଅର୍ଥାତ୍‌, ୨୦ ବର୍ଷ ପରେ ୫ ଲକ୍ଷ ଟଙ୍କାର ପ୍ରାରମ୍ଭିକ ନିବେଶ ପ୍ରାୟ ୮୨ ଲକ୍ଷ ଟଙ୍କା ନିକଟରେ ପହଞ୍ଚିପାରେ, ଯଦି ହାରାହାରି ୧୫% ରିଟର୍ଣ୍ଣ ମିଳେ।

୫ ଲକ୍ଷ ଟଙ୍କାର ଆନୁମାନିକ ମୂଲ୍ୟ

ସମୟ

୧୦% ରିଟର୍ଣ୍ଣ

୧୨% ରିଟର୍ଣ୍ଣ

୧୫% ରିଟର୍ଣ୍ଣ

୧୦ ବର୍ଷ୧୨.୯୭ ଲକ୍ଷ୧୫.୫୩ ଲକ୍ଷ୨୦.୨୩ ଲକ୍ଷ
୧୫ ବର୍ଷ୨୦.୮୯ ଲକ୍ଷ୨୭.୩୭ ଲକ୍ଷ୪୦.୬୯ ଲକ୍ଷ
୨୦ ବର୍ଷ୩୩.୬୪ ଲକ୍ଷ୪୮.୨୩ ଲକ୍ଷ୮୧.୮୩ ଲକ୍ଷ

ଆହୁରି ପଢ଼ନ୍ତୁ- Ration Card Online Apply: ନୂଆ ରାସନ କାର୍ଡ କିପରି କରିବେ?

ନିବେଶରେ ସମୟ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଦୀର୍ଘ ସମୟ ପାଇଁ ନିବେଶ କଲେ ଚକ୍ରବୃଦ୍ଧିର ପ୍ରଭାବ ଧୀରେ ଧୀରେ ବଢ଼ିଥାଏ। ଆରମ୍ଭରେ ଟଙ୍କାର ବୃଦ୍ଧି କମ୍‌ ଲାଗିପାରେ। କିନ୍ତୁ ସମୟ ବଢ଼ିବା ସହ ନିବେଶରୁ ମିଳୁଥିବା ଲାଭ ମଧ୍ୟ ପୁଣି ଲାଭ ଆଣିବାରେ ସହାୟକ ହୁଏ।
ସେଥିପାଇଁ ଦୀର୍ଘମିଆଦି ନିବେଶରେ କେବଳ କେତେ ଟଙ୍କା ନିବେଶ କରୁଛନ୍ତି, ତାହା ନୁହେଁ; କେତେ ସମୟ ପାଇଁ ନିବେଶ କରୁଛନ୍ତି, ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ତେବ‌େ ଉପରୋକ୍ତ ହିସାବ କେବଳ ଉଦାହରଣ ପାଇଁ। ମ୍ୟୁଚୁଆଲ୍ ଫଣ୍ଡର ରିଟର୍ଣ୍ଣ ନିଶ୍ଚିତ ନୁହେଁ ଏବଂ ବଜାରର ଗତି ଅନୁସାରେ ଏହା କମ୍‌ ବା ବେଶି ହୋଇପାରେ। ତେଣୁ କୌଣସି ନିବେଶ ନିଷ୍ପତ୍ତି ନେବା ପୂର୍ବରୁ ଆର୍ଥିକ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.