Literature: ଗଳ୍ପ କିଶଳୟ: ମୂଳ ହିନ୍ଦୀରେ ଅନୀଲ କୁମାର ଜୈନ, ଅନୁବାଦ କରିଛନ୍ତି ନଗେନ୍ଦ୍ର ନାଥ ପଟ୍ଟନାୟକ...

48 minutes ago 1
ARTICLE AD BOX

କିଶଳୟ

KishalayaKishalaya (Art by Tanuj Mallick. Sambad)

ହିନ୍ଦୀ: ଅନୀଲ କୁମାର ଜୈନ 
ଅନୁବାଦ: ନଗେନ୍ଦ୍ର ନାଥ ପଟ୍ଟନାୟକ

ସତୁରି ବର୍ଷ ଅତିକ୍ରମ କରିସାରିଥିବା ରାଧା ଦୀର୍ଘ ବର୍ଷ ପରେ ନିଜ କକାଝିଅ ଭଉଣୀ ସମବୟସ୍କା ସୁଧାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ମାଛିଅନ୍ଧାର ବେଳକୁ ସୁଡୁକାଏ ସୁଡୁକାଏ ଉଷୁମ ଚା ପିଉଥିବା ସମୟରେ ରାଧା କହିଲେ: ଦିଦି, କାକୀ ତ ତୁମକୁ ଛାଡ଼ି ଆରପାରିକି ଚାଲିଯିବାର ଏକବର୍ଷ ହୋଇଗଲାଣି। ନିଃସଙ୍ଗତା ତ ତୁମକୁ ଖୁବ୍ ବାଧୁଥିବ! ତାଙ୍କ ତୁଣ୍ଡରୁ କଥା ନ ସରୁଣୁ ସୁଧା କହିଲେ: ଏଠୁ ତାଙ୍କର ବିଦାୟ ନେବାଟା ତ ଅପୂରଣୀୟ କ୍ଷତି; କିନ୍ତୁ ଝିଅ-ବୋହୂ ମତେ ମୁଣ୍ଡ ଉପରେ ବସାଇଛନ୍ତି। ନାତି-ନାତୁଣୀଙ୍କ ଗହଣରେ କେତେବେଳେ ସୂର୍ଯ୍ୟ ଅସ୍ତ ହୋଇଯାଏ ଜଣାପଡ଼େନି। ହଉ ଛାଡ଼ ସେ କଥା, ତୋର କ’ଣ ହାଲଚାଲ, ରାଧା? ନୈରାଶ୍ୟଭିଜା ସ୍ୱରରେ ରାଧା କହିଲେ: କ’ଣ କହିବି ଦିଦି, ପୁଅ-ବୋହୂଙ୍କୁ ତ ଫୁରୁସତ ନାହିଁ; ଯେନତେନ ପ୍ରକାରେ ସମୟ କାଟୁଛି। 

ଆହୁରି ପଢ଼ନ୍ତୁ- Kartik Purnima: ବାରାଣସୀରେ ବୋଇତ ବନ୍ଦାଣ ଉତ୍ସବ; ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ

ଏତିକି କହୁକହୁ ରାଧାଙ୍କ ଆଖିଯୋଡ଼ିକ ଲୁହରେ ବତୁରିଗଲା। କଥାର ମୋଡ଼ ବଦଳାଇ କହିଲେ: ଦିଦି, ଏଇଟା ସେଇ ନିମ୍ବଗଛଟା ନା, ଯାହା ଡାଳରେ ଆମେ ପ୍ରଥମେ ଦୋଳି ଖେଳୁଥିଲୁ। ହେଲେ ଏବେ ଏଟା ତ ଶୁଖିଗଲାଣି। ସବୁଜିମା ବଗିଚାର ଶୋଭା ସୁଷମାକୁ ନଷ୍ଟ କରୁଛି। ୟାକୁ କାଟିଦେଉନା କାହିଁକି? ସୁଧା କିଛି କହିବା ପୂର୍ବରୁ ଅନତି ଦୂରରେ ଛିଡ଼ା ହୋଇଥିବା ପୁଅ ରୋହନ ତତ୍ପରତାର ସହ କହିଲା: ମାଉସୀ! ଏଟା ଖାଲି ଗୋଟିଏ ଗଛ ନୁହେଁ; ୟେ ଆମ ପିଲାଦିନର ସାକ୍ଷୀ। ୟାକୁ କାଟିବା କଥା ଆମେ ଭାବିପାରିବୁ ନାହିଁ। ବରଂ ୟାର ଚିକିତ୍ସା କରାଉଚୁ। ଦେଖ ମାଉସୀ, ଏଥିରେ ଛୋଟ ଛୋଟ କଅଁଳିଆ ପତ୍ର ବି ଗଜୁରିବା ଆରମ୍ଭ କଲାଣି। 

: ବାଃ ବାଃ ପୁଅ, ତୁମ ପରି ଦେଖାରେଖା ଓ ଯତ୍ନ ନେବାର ଲୋକ ଥିଲେ କିଶଳୟ ଆସିବ ନିଶ୍ଚୟ। ରାଧା ଆଉ କିଛି କହିବା ପୂର୍ବରୁ ରୋହନ କହିଲା: ଆରେ ମାଉସୀ, ସେ କଥା ଛାଡ଼ନ୍ତୁ। ଚାଲ, ଶୀଘ୍ର ପ୍ରସ୍ତୁତ ହୋଇଯାଆନ୍ତୁ। ଆଜି ପରା ମୁନ୍ନୀର ଜନ୍ମଦିନ। ସୁରମ୍ୟ ହୋଟେଲରେ ସବୁ ବନ୍ଦୋବସ୍ତ କରାଯାଇଛି। ଏତକ କହି ରୋହନ ସେଠୁ ଅପସରିଗଲା। ସେଠୁ ସେ ନିଷ୍କ୍ରାନ୍ତ ହେଲାପରେ ରାଧା ପଚାରିଲେ: ପିଲାଙ୍କ ଜନ୍ମଦିନରେ ଆମକୁ ସାଙ୍ଗରେ ନେଇଯିବ ତ? ମୋ ପୁଅ-ବୋହୂ ତ ମତେ କେବେ ନିଅନ୍ତି ନାହିଁ। ବାହାରେ ପିଲାଙ୍କ ଖାଇବାର ଯୋଜନା ଥିଲେ ମୋ ପାଇଁ ସେମାନେ ସକାଳ ଖାଇବା ସାଙ୍ଗକୁ ସନ୍ଧ୍ୟା ପାଇଁ ଚାରିପଟ ରୁଟି ସେକି ରଖିଦିଅନ୍ତି। ତା’ ପରେ ସେମାନେ ତୟାର ହୋଇ ପାର୍ଟିରେ ଯୋଗଦେବା ପାଇଁ ଗଲେ। ନୃତ୍ୟ କୋଠରିରେ ସମସ୍ତେ ନାଚିବାକୁ ଲାଗିଲେ। ସେମାନଙ୍କୁ ଦେଖି ରାଧା କି ଆଉ ସମ୍ଭଳା ପଡ଼େ! ସେ ବି ନାଚିବାକୁ ଲାଗିଲେ। ସୁଧା ନିଜ ପୁଅକୁ କହିଲେ: ପୁଅ, ମାଉସୀଙ୍କୁ ଦେଖ, ତାଙ୍କଠାରେ ବି କିଶଳୟ ଆସିଗଲାଣି। 

ମୋ: ୯୪୩୮୩୩୨୧୩୮

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.