Literature: କବିତା ଲୋହିତ ମୁହୂର୍ତ୍ତ: କବି ନିରଞ୍ଜନ ନାୟକଙ୍କ କଲମରୁ ନିଃସୃତ...

1 day ago 2
ARTICLE AD BOX

ଲୋହିତ ମୁହୂର୍ତ୍ତ

ନିରଞ୍ଜନ ନାୟକ

ଯୁଦ୍ଧ ଚାଲିଛି 
କେବେ ବଞ୍ଚିବା ପାଇଁ ତ କେବେ ବିନାଶ ପାଇଁ
ୟୁକ୍ରେନରୁ ଇରାନ
ଗାଜାରୁ ୟେମେନ
କଙ୍ଗୋରୁ ବେଲୁଚିସ୍ଥାନ 
ଲହଡ଼ି ଭାଙ୍ଗୁଛି ଲୋହିତ ସାଗର
ପାପୁଲିରେ ଏଆଇ ରକେଟ୍
ଗୋଟିଏ ସ୍ପର୍ଶରେ ଜେନ-ଜିଙ୍କ ହୁଙ୍କାର, 
ଆଲ୍‌ଫାଙ୍କ ମୁଣ୍ଡରେ କିଏ ଭରୁଛି ଗରଳ। 

ଚାଷ ଜମିରେ ମାଗଣା କ୍ଷେପଣାସ୍ତ୍ର
ଶସ୍ୟଗାରରେ ମହଜୁଦ ଶସ୍ତ୍ର 
କିଛି ଚାହୁଛନ୍ତି 
ପାଠ ନୁହେଁ ପଢ଼ାହେବ ସନ୍ତ୍ରାସଶାସ୍ତ୍ର
ବ୍ରିକ୍ସ ହେଉ କି ଜି ସେଭେନ
ସବୁ ବୈଠକରେ ବାରୁଦର ଗନ୍ଧ
ଆର୍ଥିକ ହେଉ କି ସାମରିକ
ଯୁଦ୍ଧ କ’ଣ ଏକମାତ୍ର ନିଷ୍କର୍ଷ! 

ଆହୁରି ପଢ଼ନ୍ତୁ- Youth Congress: ପାଲାୟମ୍‌ ହିଂସା: ୧୬୦ ଯୁବ କଂଗ୍ରେସ ଓ ଏସ୍‌ଏଫ୍‌ଆଇ କର୍ମୀ ବିରୋଧରେ ମାମଲା

ଛଦ୍ମବେଶୀ କରେ ସଂହତିର ସ୍ତୁତି 
ଶାନ୍ତି ପାଇଁ ଚାଲିଛି ସମର ଅଭ୍ୟାସ
ସରଳ ମଣିଷ ଭିତରେ ଗରଳ 
କେବେ ପାଗନ୍
କେବେ କାଫିର ତ କେବେ ଇନ୍‌ଫି‌େଡଲ୍‌ 
ଅହଙ୍କାରର ଗୋଟି ଚାଲେ 
ଚାଲେ ଯୁଦ୍ଧ ମଣିଷ ମଣିଷ ମଧ୍ୟରେ।

ସେ ଦଶାନନ ହେଉ କି ଦୁର୍ଯ୍ୟୋଧନ
ହୁଅନ୍ତୁ ଜାର୍ ଅବା ହେନେରୀ ଅଷ୍ଟମ
ଏବର ଅନେକ ହସ୍ତୀ 
ଯାହା ପାଇଁ ସନ୍ତ୍ରସ୍ତ ପୃଥିବୀ
ଯୁଦ୍ଧ ଚାଲିଛି ଓ ଚାଲିଥିବ 
କିଏ ଜାଣେ ଶେଷ ତା’ କେଉଁଠି!

ମୋ: ୬୩୭୧୮୪୦୧୨୨

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.