Literature: କବିତା ଭ୍ରମ: କବି ସୌଭାଗ୍ୟବନ୍ତ ମହାରଣାଙ୍କ କଲମରୁ ନିଃସୃତ...

1 hour ago 1
ARTICLE AD BOX

ଭ୍ରମ

ସୌଭାଗ୍ୟବନ୍ତ ମହାରଣା

ଭ୍ରମରେ ପଡ଼ିଯାଇଥିଲି ବୋଲି ତ
ଚିହ୍ନିପାରିଲି ନାହିଁ
ଆତ୍ମୀୟ ପବନକୁ
ଦେହ ଭିତରର ନିରବତାକୁ।
ବେଦନାବୋଧର ଚିତ୍ର
ଆଙ୍କିସାରିବା ପରେ
କାନ୍‌ଭାସକୁ ବୁଝିବା ଭଳି ଲୋକ
ମିଳିଲେ ନାହିଁ ଆଖପାଖରେ।

ଆହୁରି ପଢ଼ନ୍ତୁ- OFSDS website launch: ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନେଉଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ

ନିଜ ଭିତରକୁ ଉଖାରି ନେଲି
ରଙ୍ଗ ଓ ରହସ୍ୟର ମୂଳ ସୂତ୍ରରେ
ଚିତ୍ରକରର ଚେତନା ଛୁଇଁବାକୁ।
ଭ୍ରମରେ ଖୋଜି ବସିଲି
ମୋ ପାପବୋଧର ସଂଜ୍ଞା
ନଷ୍ଟ ହେବାର ଉପାୟ
ଜୀବନ ଓ ଜିଜୀବିଷାର ମୋହ।

ଆହା, ମୋ ରକ୍ତକୁ ଚିହ୍ନିପାରିଲିନି
ନିଜ ଭିତରେ ନିଜକୁ ସନ୍ଦେହ କରି
ସତ ମିଛର ଖେଳରେ।
ପବନ, ନିରବତା ଓ ନିର୍ଜନତା
ଏତେ ପାଖରେ ଥାଇ ବି
ଦେହ ଭିତରେ ଖଞ୍ଜିଦେଲି
କିଛି ମୁଗ୍ଧ ଅନୁଭବ, କିଛି ବିଚିତ୍ର ବିଭବ
କିଛି ଅଲୌକିକ ସ୍ୱଭାବ।

ଆହୁରି ପଢ଼ନ୍ତୁ- Bhadrak Tipper Owners ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲା ବିକାଶ ପରିଷଦ ଓ ଜିଲା ଟିପର ମାଲିକ ସଂଘର ବିକ୍ଷୋଭ

ଦେଖୁ ଦେଖୁ ଉତ୍ସବ ମୁଖର ହେଲି
ପବନରେ, ନିରବତାରେ, ନିର୍ଜନତାରେ
ମୋହଭଙ୍ଗର ସ୍ଥିତପ୍ରଜ୍ଞାରେ।
ଏଇନେ, ଆକାଶ ମୋ ହାତ ମୁଠାରେ 
ଉଡ଼ାଣଖୋର ପକ୍ଷୀର କାକଳି
ମୋ ସତେଜ ରକ୍ତର ସିମ୍ଫୋନୀରେ
ଚିତ୍ରକରର ସୃଜନୀ ସକାଳର ରଙ୍ଗ
ମୋ କାନ୍‌ଭାସର ପ୍ରତିଟି ଅଣୁରେ।

ମୋ: ୯୪୩୭୪୫୭୭୩୬

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.