Literature: କବିତା ଅପହଞ୍ଚ: କବି ଶୁଭସ୍ମିତା ତ୍ରିପାଠୀଙ୍କ କଲମରୁ ନିଃସୃତ....

11 hours ago 1
ARTICLE AD BOX

ଅପହଞ୍ଚ

ଶୁଭସ୍ମିତା ତ୍ରିପାଠୀ

ସହଜ ନଥିଲା ଜମା,
କଣ୍ଟାବାଡ଼ରେ ମନ ମଧୁମାଳତୀକୁ ଆଉଜେଇ ଦେବା
କେବେ ନଥିବାର ଇନ୍ଦ୍ରଧନୁଟେ ପାଇଁ
ସାତରଙ୍ଗର ସ୍ୱପ୍ନରେ ମସଗୁଲ ହେବା

ଠିକ୍ ପାଣିଗାର ପରି ଜୀବନ,
ଦିକଦିକ ଛାତିତଳ ଅସ୍ପଷ୍ଟତାରେ
ଜମା ସହଜ ନଥିଲା ଦୀପଟିଏ ଜାଳିବା!

ଆହୁରି ପଢ଼ନ୍ତୁ- Deep Depression: ଗଭୀର ଅବପାତ:  ବାତ୍ୟା ଆଶ୍ରୟ ସ୍ଥଳି ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ

ବାଉଁଶ ବଣରୁ ଫୁଲ ଛିଣ୍ଡେଇ
ବଇଁଶୀ ତିଆରିବାର କଳା ଶିଖିଥିଲା ବୋଲି ପବନ
ଗାଢ଼ ଦିଶିଲା ପୂନେଇଁର ରାତି
କେଉଁ ଆଖି ହଳକରେ ଜମାରୁ ସହଜ ନଥିଲା
କଜଳ ସଜେଇ ଝରକା ଖୋଲିବା!

ପାଦଶବ୍ଦରେ ମାପି ହେଉନଥିବା ବେଳେ
ଗୟସ ଫୁଲର ଆୟୁଷ
ବୁନ୍ଦେ ଅଲୋଡ଼ା ଅଭିମାନ ବୁଝି ପାରିଲାନି ରାତି,
ସେତେବେଳେ କିଏଜଣେ ଧାର ନେଲା ରଂଗଣୀ ଫୁଲର ହସ
ସବୁ ଦରଜକୁ ପାଦଚିହ୍ନ କରି ଥାପିଦେଲା ନଈ କୂଳେ କୂଳେ,
ଲୁହ ବୁନ୍ଦାଙ୍କୁ ତାରା କରି ଫୁଟେଇଲା ଆକାଶରେ
ଦୁଇ ପାପୁଲିରେ ବାଢ଼ିଲା
କେବେ ଛୁଇଁ ନଥିବା ବଂଶୀର ଅବସୋସ
ନିଜେ ସୁର ହେଇ ଲେଖି ହେବାକୁ ନଈର ସୁଅରେ
ଗାଲ ଭଉଁରିରୁ ମୁକୁଳେଇ ଦେଲା ଅପହଞ୍ଚତାମାନଙ୍କର ରଙ୍ଗ

ସହଜ ନଥିଲା, ନିଆଁରୁ ପାହାଡ଼
ପାହାଡ଼ରୁ ନଈ,ଆଉ ନଈରୁ ଧାରେ ପାଣି ହେଇ
ସମୁଦ୍ର ଖୋଜିବା !

ଆହୁରି ପଢ଼ନ୍ତୁ- World Ozone Day 2026 ଏସ୍‌ପିସିବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ୨୦୨୬ ପାଳିତ

ଶେଷରେ, ନାଁଟିଏ ଦେଇ ହେଲାନି
ସେ ଖୋଜିଲାପଣର ଚିତ୍ରପଟକୁ,
ସବୁ ଛନ୍ଦହରା ଗୀତଙ୍କୁ ସାଇତି
ଯୋଡ଼ି ହେଲାନି ମାଳଟିଏ,
ଅସ୍ପଷ୍ଟ ଅନ୍ଧାର ଭିତରେ ଦେଖି ହେଲାନି ବି
ଆଖିକୁ ଚାହିଁ ପାରୁନଥିବା ମୁହଁଟିଏ

ମୋ ଆକାଶୀ ରଙ୍ଗର ଅପହଞ୍ଚତାରେ
ବାଲି ଉପରର ସଜଫୁଟା କାଗଜଫୁଲ ବି
ଫର୍ଦ୍ଦେ ରଙ୍ଗିନ ପାଖୁଡ଼ା ଥୋଇ
ଋତୁ ଗୋଟାକୁ ଜାବୁଡ଼ି ଧରିବା କୋଉ ସହଜ ଥିଲା!

ମୋ: ୮୪୮୦୮୬୭୧୯୦

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.