ARTICLE AD BOX
ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ଭଗବାନ ବିଷ୍ଣୁଙ୍କ ବାମନ ଅବତାରଙ୍କର ତିଥି। ଏହିଦିନ ମଧ୍ୟାହ୍ନ ସମୟରେ, ଶ୍ରବଣା ନକ୍ଷତ୍ର ଓ ଅଭିଜିତ୍ ମୁହୂର୍ତ୍ତରେ ସମସ୍ତ ନକ୍ଷତ୍ର ଓ ଗ୍ରହ ଆଦି ଶୁଭଲଗ୍ନରେ ଥିବାବେଳେ, ଏହି ଅବତାରଙ୍କର ଜନ୍ମ ହୋଇଥିଲା। ତାଙ୍କର ପିତା ଥିଲେ କଶ୍ୟପ ଓ ମାତା ଅଦିତି। ବାମନ ଅବତାରଙ୍କର ଜନ୍ମ ପୂର୍ବରୁ ଦେବତାମାନେ ସ୍ବର୍ଗରାଜ୍ୟ ହରାଇ ଅତ୍ୟନ୍ତ କଷ୍ଟରେ ଥିଲେ। ସେହି କଷ୍ଟର କାରଣ ଥିଲେ ଦୈତ୍ୟରାଜ ବଳି। କାରଣ, ବ୍ରହ୍ମବାଦୀ ଭୃଗୁବଂଶୀମାନେ ନିଜନିଜର ତେଜ ଦ୍ବାରା ବଳିଙ୍କୁ ଶକ୍ତିଶାଳୀ କରିଦେଇଥିଲେ। ତାହା ଫଳରେ, କାଳ ଆଗରେ ଠିଆ ହେବାର ଶକ୍ତି କାହାରି ନ ଥିବା ପରି, ଦେବରାଜ ଇନ୍ଦ୍ର ବଳି ଆଗରେ ଠିଆ ହେବାର ଶକ୍ତି ହରାଇଥିଲେ। ସେଥିପାଇଁ ଦେବମାତା ଅଦିତି ଅତ୍ୟନ୍ତ ଦୁଃଖୀ ଥିଲେ।
Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ
ପତି କଶ୍ୟପ ତପସ୍ୟାରୁ ଉଠିବା ପରେ, ଅଦିତି ତାଙ୍କର ପାଦପୂଜା କରି ସେହି ଦୁଃଖରୁ ନିବୃତ୍ତି ପାଇବାର ଉପାୟ ପଚାରିଥିଲେ। ଫଳରେ କଶ୍ୟପ ତାଙ୍କୁ ବ୍ରହ୍ମାଙ୍କଠାରୁ ଶୁଣିଥିବା ଏକ ବ୍ରତ କଥା କହିଥିଲେ। ତାହା ଥିଲା ପୟୋବ୍ରତ ବ୍ରତ। ଅଦିତି ନିଷ୍ଠାର ସହିତ ସେହି ବ୍ରତ କରିବାରୁ ସ୍ବୟଂ ଭଗବାନ ପ୍ରସନ୍ନ ହେଲେ ଏବଂ ତାଙ୍କର ଗର୍ଭରୁ ଜାତ ହୋଇ ଦେବତାମାନଙ୍କର କଷ୍ଟ ଦୂର କରିବେ ବୋଲି କହିଲେ। ସେହି ଅନୁସାରେ ଅଦିତିଙ୍କ ଗର୍ଭରୁ ପଞ୍ଚମ ଅବତାର ତଥା ପ୍ରଥମ ମାନବ ଅବତାର ଭାବରେ ସେ ଜନ୍ମଗ୍ରହଣ କରିଥିଲେ।
ଜନ୍ମଗ୍ରହଣ ସମୟରେ ସେ ସମସ୍ତ ଆୟୁଧ ଆଦିରେ ଭୂଷିତ ହୋଇ ଚତୁର୍ଭୁଜ ରୂପରେ ଜନ୍ମ ନେଇଥିଲେ ମଧ୍ୟ, ତୁରନ୍ତ ଏକ ବାଳବ୍ରହ୍ମଚାରୀ ବା ବଟୁବାମନ ରୂପ ନେଇଥିଲେ। ତାହାଙ୍କୁ ଦେଖି ବ୍ରହ୍ମଚାରୀମାନେ ଆନନ୍ଦିତ ହୋଇଥିଲେ ଏବଂ ପିତା କଶ୍ୟପଙ୍କୁ ସମ୍ମୁଖରେ ରଖି ତାଙ୍କର ଜାତକର୍ମ ସଂସ୍କାର ଆଦି କରାଇଥିଲେ। ସୂର୍ଯ୍ୟ ତାଙ୍କୁ ଗାୟତ୍ରୀ ମନ୍ତ୍ର ଓ ବୃହସ୍ପତି ଯଜ୍ଞୋପବୀତ ଦେଇଥିଲେ। କଶ୍ୟପ ତାଙ୍କୁ ମୁଞ୍ଜମେଖଳା, ପୃଥିବୀ କୃଷ୍ଣମୃଗଚର୍ମ, ବନରାଜ ଚନ୍ଦ୍ର ପଲାଶଦଣ୍ଡ, ମାତା ଆଦିତି କୌପୀନ ଓ ଆକାଶ ଛତ୍ର ଦେଇଥିଲେ। ସେହିପରି, ବ୍ରହ୍ମା ତାଙ୍କୁ କମଣ୍ଡଳୁ, ସପ୍ତର୍ଷି କୁଶ, ସରସ୍ବତୀ ରୁଦ୍ରାକ୍ଷମାଳା, କୁବେର ଭିକ୍ଷାପାତ୍ର ଓ ଜଗଦମ୍ବା ଉମା ଭିକ୍ଷା ଦେଇଥିଲେ।
IIT Bombay: ଛାତ୍ର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ୧୦ ଜଣିଆ କମିଟି
ଏହିସବୁ ଦାନ ଫଳରେ ଅତ୍ୟନ୍ତ ତେଜୋମୟ ରୂପଧାରଣ କରି ସେହି ବଟୁବାମନ ନର୍ମଦାନଦୀର ଉତ୍ତର ତଟବର୍ତ୍ତୀ ଭୃଗୁକଚ୍ଛଠାରେ ବଳି କରୁଥିବା ଯଜ୍ଞସ୍ଥଳକୁ ଯାଇ ତାଙ୍କଠାରୁ ତିନିପାଦ ଭୂମି ଦାନରେ ମାଗିଥିଲେ। ସେହି ତିନିପାଦ ଭୂମିରୁ ପ୍ରଥମ ପାଦରେ ସେ ସମଗ୍ର ପୃଥିବୀ, ଦ୍ବିତୀୟ ପାଦରେ ସମଗ୍ର ଆକାଶକୁ ଦାନରେ ନେଇଯାଇଥିଲେ। ତୃତୀୟ ପାଦ ଦାନ ନିମନ୍ତେ ବଳି ମଥା ପାତି ଦେବାରୁ ତା’ର ମଥା ଉପରେ ପାଦରଖି ତାକୁ ପାତାଳକୁ ଚାପି ଦେଇଥିଲେ। ତାହା ଥିଲା ସେହି ବାମନାବତାରଙ୍କ ତ୍ରିବିକ୍ରମ ରୂପ ତଥା ବିଶ୍ବରୂପ। ତେବେ ବଳିଙ୍କର ଭକ୍ତି ଓ ଆତ୍ମନିବେଦନ ଦେଖି ବାମନ ଭଗବାନ ତାଙ୍କୁ ବର ଦେଇଥିଲେ ଯେ ସେ ଦେବତାମାନଙ୍କ ପାଇଁ ବି ଦୁର୍ଲଭ ସୁତଳଲୋକରେ ବାସ କରିବେ ଏବଂ ସାବର୍ଣ୍ଣି ମନ୍ବନ୍ତରରେ ସ୍ବର୍ଗର ଅଧିପତି ଇନ୍ଦ୍ର ହେବେ।

4 days ago
7


