Leprosy Case Detection କୁଷ୍ଠରୋଗୀ ଚିହ୍ନଟ ଅଭିଯାନ: ୨୨୮ଆଶାକର୍ମୀଙ୍କ ସହ ନିୟୋଜିତ ହେବେ ୫୦ଟିମ୍‌

1 hour ago 2
ARTICLE AD BOX

ରାଉରକେଲା : କୁଷ୍ଠ ରୋଗର ଶୀଘ୍ର ଚିହ୍ନଟ, ନିରାକରଣ ଓ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରାଉରକେଲା ସହରରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ (Leprosy Case Detection Campaign–LCDC)–୨୦୨୬ ଆସନ୍ତା ୧୭ ଅଗଷ୍ଟରୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅଭିଯାନରେ ୨୨୮ଜଣ ଆଶାକର୍ମୀ ଓ ୫୦ ପର୍ଯ୍ୟବେକ୍ଷକଙ୍କୁ ନେଇ ୫୦ଟି ଟିମ୍‌ ନିୟୋଜିତ ହୋଇଛନ୍ତି ।

ଓଡ଼ିଶାରେ ବର୍ଷକୁ ଚିହ୍ନଟ ହେଉଛନ୍ତି ୫ ହଜାର ନୂଆ କୁଷ୍ଠରୋଗୀ

ଏନେଇ ରାଉରକେଲାରେ ଆଜି ସିଟି ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଛି। ଯୁଗ୍ମ କମିଶନର ପଲ୍ଲଭି ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କୁଷ୍ଠରୋଗ ଚିହ୍ନଟ ଅଭିଯାନର ଉଦ୍ଦେଶ୍ୟ, ରଣନୀତି ଓ ପ୍ରମୁଖ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ କୁଷ୍ଠ ଅଧିକାରୀ ଓ ରାଜ୍ୟ ଓ ଜିଲ୍ଲା ପରାମର୍ଶଦାତାଙ୍କ ଦ୍ୱାରା ବୈଠକରେ ଉପସ୍ଥିତ ସମସ୍ତ ସେକ୍ଟର ମେଡିକାଲ ଅଫିସରଙ୍କୁ କୁଷ୍ଠ ରୋଗ ଓ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ନାଁକୁ ମାତ୍ର କୁଷ୍ଠମୁକ୍ତ ଓଡ଼ିଶା; ଚିହ୍ନଟ ହେଉଛନ୍ତି ହଜାର ହଜାର ନୂଆ କୁଷ୍ଠରୋଗୀ

ଅଭିଯାନ ସମୟରେ ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ତାଲିମପ୍ରାପ୍ତ ସୁପରଭାଇସର ଦଳଗୁଡ଼ିକ ଘରକୁ ଘର ଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟ, ଘରଦ୍ୱାରରେ ସ୍କ୍ରିନିଂ ଏବଂ କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିଙ୍କ ପରୀକ୍ଷା କରିବେ। ସନ୍ଦିଗ୍ଧ ମାମଲା ଚିହ୍ନଟ ହେଲେ ଆବଶ୍ୟକ ପରୀକ୍ଷା ଓ ଚିକିତ୍ସା ନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯିବ। 

କୁଷ୍ଠରୋଗୀଙ୍କ ଟଙ୍କା ବି ଖାଇଗଲେ!

କୁଷ୍ଠ ରୋଗକୁ ନେଇ ସମାଜରେ ଥିବା ଭୟ, ଲଜ୍ଜା ଓ ଭ୍ରାନ୍ତ ଧାରଣା ଦୂର କରିବା ସହିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଉଚିତ ଚିକିତ୍ସା ସହିତ ଯୋଡ଼ିବା ଏହି ଅଭିଯାନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ଶୀଘ୍ର ଚିହ୍ନଟ ଓ ଠିକ୍ ସମୟରେ ଚିକିତ୍ସା ଦ୍ୱାରା ଅକ୍ଷମତାକୁ ରୋକାଯାଇପାରିବ। ତେଣୁ ରାଉରକେଲା ସହରବାସୀଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ସହ ନିଜ ପରିବାର ଓ ସମାଜରେ କୁଷ୍ଠ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.