Leopard Skin: ଖରିଆର ବନାଞ୍ଚଳରେ ଭିଜିଲାନ୍ସ ଚଢ଼ଉ: ଜବତ ହେଲା କଲରାପତରିଆ ବାଘଛାଲ, ଜଣେ ଗିରଫ

14 hours ago 1
ARTICLE AD BOX

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ବନଖଣ୍ଡ ଅଧୀନ ଉଦ୍ୟାନବନ୍ଧ ବନାଞ୍ଚଳରେ ଓଡ଼ିଶା ଭିଜିଲାନ୍ସର ଫରେଷ୍ଟ ଶାଖା ପକ୍ଷରୁ ଅଚାନକ ଚଢ଼ଉ କରାଯାଇ ଗୋଟିଏ କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଶିକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି।

ନୂଆପଡା ଜିଲ୍ଲା ଖରିଆର ବନଖଣ୍ଡ ଅନ୍ତର୍ଗତ ଉଦ୍ୟାନବନ୍ଧ ବନାଞ୍ଚଳରେ ଓଡ଼ିଶା ଭିଜିଲାନ୍ସର ବନ ବିଭାଗ ପକ୍ଷରୁ ମଙ୍ଗଳବାର ଆକସ୍ମିକ ଚଢ଼ଉ କରାଯାଇ ଗୋଟିଏ ଚିତାବାଘ (Panthera pardus) ଛାଲ ଜବତ କରାଯାଇଛି। ଏହି ଘଟଣାରେ କୋମନା ଥାନା ଅନ୍ତର୍ଗତ କୁମୁଣ୍ଡିମୁଣ୍ଡା ଗ୍ରାମର ଇନାୟତ ଅଲ୍ଲୀଙ୍କୁ ଗିରଫ କରାଯାଇଛି।

କୁମୁଣ୍ଡିମୁଣ୍ଡା ଗ୍ରାମର ଇନାୟତ ଅଲ୍ଲୀ ଗିରଫ

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ବିଶ୍ୱସନୀୟ ସୂଚନା ଆଧାରରେ ଉଦ୍ୟାନବନ୍ଧ ବନାଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଚିତାବାଘର ଗୋଟିଏ ଛାଲ ଠାବ କରାଯାଇ ଜବତ କରାଯାଇଥିଲା। ଘଟଣାସ୍ଥଳରୁ ଇନାୟତ ଅଲ୍ଲୀଙ୍କୁ ଧରି ଗିରଫ କରାଯାଇଥିବା ଜଣାପଡିଛି।

ଚିତାବାଘ ଭଳି ସୁରକ୍ଷିତ ବନ୍ୟପ୍ରାଣୀର ଶିକାର ଅଭିଯୋଗରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ଧାରା ୯ ଉଲ୍ଲଂଘନ ଏବଂ ଧାରା ୫୧ ଅନୁଯାୟୀ ଦଣ୍ଡନୀୟ ଅପରାଧରେ ମାମଲା ରୁଜୁ କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

ତଦନ୍ତ ସମୟରେ ଚିତାବାଘ ଶିକାର ଓ ଛାଲ ଚାଲାଣ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି। ତଦନ୍ତ ଶେଷ ହେବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ଜଣାପଡିଛି।

Fishing Trawlers : ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲେ କାକିନାଡାର ୨୭ରୁ ଊର୍ଦ୍ଧ୍ୱ ଟ୍ରଲର, ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.