Lashkar commander hasim musa: ଅପରେସନ୍ ‘କୋରାଗ’ରେ ବଡ଼ ସଫଳତା! ନିହତ ହେଲା ଲଶ୍କରର ଟପ୍ କମାଣ୍ଡର ମୂସା

2 days ago 2
ARTICLE AD BOX

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସୁରକ୍ଷାବାହିନୀଙ୍କୁ ମିଳିଛି ବଡ଼ ସଫଳତା। ଲଶ୍କର-ଇ-ତୋଏବାର ଜଣେ ଶୀର୍ଷ କମାଣ୍ଡର ହାଶିମ୍ ମୂସା ଓରଫ ‘ଫୌଜି ମୂସା’କୁ ଏକ ଏନ୍‌କାଉଣ୍ଟରରେ ନିପାତ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଖାନସାହିବ ଅଞ୍ଚଳର ପାଲମେଦାନ-ମୁଗପଥରୀ ଜଙ୍ଗଲରେ ହୋଇଥିବା ଏହି ମୁଠଭେଡ଼ ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନା ଅନୁସାରେ, ଗୁଇନ୍ଦା ତଥ୍ୟ ଆଧାରରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୁଲିସ ଓ ସିଆରପିଏଫ୍ ମିଳିତ ଭାବେ ୟୁସମାର୍ଗ ନିକଟସ୍ଥ କୋରାଗ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ଅଭିଯାନକୁ ‘ଅପରେସନ୍ କୋରାଗ’ ନାମ ଦିଆଯାଇଥିଲା। ଜଙ୍ଗଲ ମଧ୍ୟରେ ସନ୍ଦିଗ୍ଧ ଗତିବିଧି ଦେଖିବା ପରେ ସୁରକ୍ଷାବାହିନୀ ଅଞ୍ଚଳକୁ ଘେରାଉ କରିଥିଲେ। ଏହାପରେ ଲୁଚିଥିବା ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ଜବାବରେ ସୁରକ୍ଷାବାହିନୀ ପକ୍ଷରୁ ତୀବ୍ର ଗୁଳିବର୍ଷା କରାଯାଇଥିଲା। ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଭୟଙ୍କର ଗୁଳିବିନିମୟରେ ହାଶିମ୍ ମୂସା ନିହତ ହୋଇଥିଲା। ମୂସା ଲଶ୍କର-ଇ-ତୋଏବାର ଜଣେ ସକ୍ରିୟ ଓ ଶୀର୍ଷସ୍ତରୀୟ କମାଣ୍ଡର ଭାବେ ପରିଚିତ ଥିଲା।

Flight service: ପାକିସ୍ତାନ ଆକାଶପଥ ବନ୍ଦ: ବିକଳ୍ପ ରୁଟ୍‌ ପାଇଁ ଚୀନ୍‌ ସହ ଆଲୋଚନା କରୁଛି ଭାରତ

ତେବେ ଅପରେସନ୍ ଏଠାରେ ଶେଷ ହୋଇନାହିଁ। ସୁରକ୍ଷା ସଂସ୍ଥାଗୁଡ଼ିକର ଆଶଙ୍କା, ଅଞ୍ଚଳରେ ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥାଇପାରନ୍ତି। ସେମାନଙ୍କୁ ଖସି ପଳାଇବାର ସୁଯୋଗ ନ ଦେବା ପାଇଁ ଅତିରିକ୍ତ ସୁରକ୍ଷାବାହିନୀ ମୁତୟନ କରାଯାଇଛି। ସମଗ୍ର ଜଙ୍ଗଲ ଅଞ୍ଚଳକୁ ଘେରି ତଲାସି ଜାରି ରହିଛି। ଲଶ୍କରର ଟପ୍ କମାଣ୍ଡର ମୂସାର ମୃତ୍ୟୁକୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ସୁରକ୍ଷାବାହିନୀଙ୍କ ଏହି ଅପରେସନ୍ ଆତଙ୍କୀ ନେଟୱର୍କକୁ ବଡ଼ ଝଟ୍କା ଦେଇଥିବା ଆଲୋଚନା ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.