Ladakh protest: ନିର୍ବାଚନ ବିରୋଧରେ ପୁଣି ଆନ୍ଦୋଳନ ଚେତାବନୀ ଦେଲେ ୱାଙ୍ଗଚୁକ୍‌

1 hour ago 4
ARTICLE AD BOX

ନୂଆଦିଲ୍ଲୀ: ଲଦାଖରେ ଆଗାମୀ ପୌର ନିର୍ବାଚନ ପୂର୍ବରୁ ଲେହ ଓ କାର୍ଗିଲ୍‌ରେ ଆନ୍ଦୋଳନ, ଧାରଣା, ରାଲି ଓ ଅନ୍ୟ ସାମୂହିକ ବିକ୍ଷୋଭ ପ୍ରଦର୍ଶନ ଉପରେ କଟକଣା ଲଗାଇଛି ଲଦାଖ ପ୍ରଶାସନ। ଅନ୍ୟପକ୍ଷରେ, ଜଳବାୟୁ କର୍ମୀ ସୋନମ୍‌ ୱାଙ୍ଗଚୁକ୍‌ ନିର୍ବାଚନ ସମୟରେ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ହସ୍ତକ୍ଷେପ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ୱାଙ୍ଗଚୁକ୍‌ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଲେହ ଓ କାର୍ଗିଲ୍‌ର ସ୍ଥାନୀୟ ନେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ପ୍ରସ୍ତାବିତ ନିର୍ବାଚନକୁ ନେଇ ଅସନ୍ତୋଷ ବଢ଼ୁଥିବାରୁ ସେମାନେ ଏହି ଅନୁରୋଧ କରିଛନ୍ତି। ୱାଙ୍ଗଚୁକ୍‌ କହିଛନ୍ତି, ଲଦାଖବାସୀଙ୍କ ଚିନ୍ତା ଓ ବିରୋଧ ସତ୍ତ୍ୱେ ନିର୍ବାଚନ କରାଯାଉଛି। ପ୍ରବଳ ଶୀତ ଓ ବରଫପାତ ସମୟରେ ନିର୍ବାଚନ କରାଯିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏହି ସମୟରେ କିଛି ବାସିନ୍ଦା ଅନ୍ୟତ୍ର ଚାଲିଯାଇଥାନ୍ତି ବୋଲି ସେ କହିଛନ୍ତି। ସରକାର ଏଥିରେ ହସ୍ତକ୍ଷେପ ନ କଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.