ARTICLE AD BOX
ମୁମ୍ବାଇ: ଲଗାଣ ବର୍ଷା ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ସ୍ଥିତି ସଙ୍କଟ ଜନକ ରହିଛି। ମୁମ୍ବାଇର କୁର୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ବୁଧବାର ଭୋର ସମୟରେ କୁର୍ଲାର ଚିରାଗ ନଗର ଅଞ୍ଚଳରେ ଭୂସ୍ଖଳନ ଘଟିଛି। ମାଟି ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଏମସି ମେୟର ଋତୁ ତାୱଡେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣା ରାଠୋଡ ମେଡିକାଲର ଗୌସିୟା ଚାଲ ନିକଟରେ ଘଟିଛି।
ଆହୁରି ପଢ଼ନ୍ତୁ- Sri Lanka : ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍ ଲାଗି ଶ୍ରୀଲଙ୍କା ଦଳ ଘୋଷିତ
ଉଦ୍ଧାର କାର୍ଯ୍ୟ ଜାରି
ସୂଚନା ମିଳିବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଗତକାଲି ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା, ଯାହା ଫଳରେ କୁର୍ଲାର ଗୌସିଆ ଚାଲରେ ପାହାଡର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ବୃହତ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ଅନୁଯାୟୀ, ଭୋର ପ୍ରାୟ ୩ଟା ୪୮ ସମୟରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ବିଏମସି ଅଗ୍ନିଶମ ବାହିନୀ, ପୁଲିସ, ବିଦ୍ୟୁତ ବିତରଣ କମ୍ପାନି, ୧୦୮ ଆମ୍ବୁଲାନ୍ସ ଏବଂ ବିଏମସି ୱାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭଗ୍ନାବଶେଷକୁ ଦ୍ରୁତ ଗତିରେ ସଫା କରାଯାଉଛି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ- Independence Day : ସ୍ୱାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ମଧ୍ୟରେ ପ୍ରମୁଖ ପାର୍ଥକ୍ୟ କଣ ଜାଣିଛନ୍ତି କି?
ଡିସିପି ଗଣେଶ ସିନ୍ଦେ ସୂଚନା ଦେଇଛନ୍ତି, ବର୍ଷା ଯୋଗୁଁ ଘାଟକୋପର ପୁଲିସ ଥାନା ଅଧୀନରେ ଆସୁଥିବା ଅଶୋକ ନଗର ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ଆବଶ୍ୟକୀୟ ଦଳ ସହିତ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏନଡିଆରଏଫ ଏବଂ ପ୍ରଶାସନ ପୂର୍ବରୁ ଏପରି ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରି ଲୋକଙ୍କୁ ସତର୍କ କରୁଛନ୍ତି। ଲୋକଙ୍କୁ ସତର୍କ ରହିବାକୁ ଏବଂ ଏପରି ଘରେ ନରହିବାକୁ ମଧ୍ୟ ଅନୁରୋଧ କରାଯାଇଛି, କିନ୍ତୁ ଲୋକମାନେ ବେଆଇନ ଭାବରେ ନିର୍ମିତ ଝୁମ୍ପୁଡ଼ି ଘରେ ରହୁଛନ୍ତି।
ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ,ମୁମ୍ବାଇରେ ମୌସୁମୀ ବର୍ଷା ଜାରି ରହିବ। ମୁମ୍ବାଇ, ଥାଣେ, ପାଲଘର ଏବଂ ରାୟଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ସକାଳେ ମୁମ୍ବାଇର ଉପକଣ୍ଠରେ ୨,୦୦୦ ମିଲିମିଟରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ଅଧିକ ଦେଖନ୍ତୁ-

1 hour ago
1


