ARTICLE AD BOX
ଆସାନ୍(କୋରିଆ): ଚଳିତ କୋରିଆ ଓପନ୍ର ମହିଳା ଏକକ କ୍ବାର୍ଟରଫାଇନାଲ୍ରେ ଅଟକି ଯାଇଛନ୍ତି ନିକଟରେ ତାଇପେଇ ଓପନ୍ ବିଜୟିନୀ ହୋଇଥିବା ତନ୍ବୀ ଶର୍ମା। ଏହି ୧୭ ବର୍ଷୀୟା ବାଳିକା ଗୁରୁବାର କଡ଼ା ସଂଘର୍ଷ କରି ତାଙ୍କ ସାଥୀ ଭାରତୀୟ ଖେଳାଳି ରକ୍ଷିତା ରାମରାଜ ୨୧-୧୮, ୧୯-୨୧, ୧୯-୨୧ରେ ହାରି ଯାଇଥିଲେ। ଏହି ବିଜୟ ସହ ରକ୍ଷିତା ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି।
ମହିଳା ଓ ମିଶ୍ରିତ ଯୁଗଳରେ ଭାରତୀୟଙ୍କ ଅଭିଯାନ ଶେଷ
ସେହିପରି ଅନ୍ୟ ଏକ ମହିଳା ଏକକ କ୍ବାର୍ଟରଫାଇନାଲ୍ରେ ଭାରତର ଅସ୍ମିତା ଚାଲିହା ୨୦-୨୨, ୨୧-୧୫, ୨୧-୧୯ରେ ଶୀର୍ଷ ମାନ୍ୟତାପ୍ରାପ୍ତ ହିନା ଆକେଚିଙ୍କୁ ହରାଇ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ତେବେ ମହିଳା ଓ ମିଶ୍ରିତ ଯୁଗଳରେ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି। ମହିଳା ଯୁଗଳରେ ସୋନାଲି ସିଂହ ଓ ରିତିକା ଠକର ୧୫-୨୧, ୯-୨୧ରେ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନ ଯୋଡ଼ଇ ସୁମିରେ ନକାଡେ ଓ ମିୟୁ ତାକାହାସିଙ୍କଠୁ ହାରି ବିଦାୟ ନେଇଛନ୍ତି। ସେହିଭଳି ମିଶ୍ରିତ ଯୁଗଳରେ ଷଷ୍ଠ ମାନ୍ୟତାପ୍ରାପ୍ତ ଈଶାନ ଭଟନଗର ଓ ଶ୍ରୁତି ମିଶ୍ରା ୧୬-୨୧, ୨୧-୧୬, ୧୩-୨୧ରେ ଦକ୍ଷିଣ କୋରିଆର ସିନ୍ ତାଏ-ୟାଙ୍ଗ ଓ କିମ୍ ୟୁ ଜୁଙ୍ଗ୍ଙ୍କଠୁ ପରାସ୍ତ ହୋଇଛନ୍ତି।
Odisha women: ଐତିହାସିକ ‘ମାଉଣ୍ଟ ୟୁନମ୍’ ଅଭିଯାନରେ ଓଡ଼ିଶା ମହିଳା: ଉଡ଼ାଇବେ ୮୦ ଫୁଟର ତ୍ରିରଙ୍ଗା

55 minutes ago
1


