Kolkata's 'FIFA Street: ଆକର୍ଷଣ ପାଲଟିଛି କୋଲକାତାର ‘ଫିଫା ଗଳି’

3 hours ago 1
ARTICLE AD BOX

କୋଲକାତା: କ୍ରିକେଟ୍‌ ଭାରତର ସବୁଠୁ ଲୋକପ୍ରିୟ ଖେଳ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଫୁଟବଲ୍‌ ପ୍ରତି ଥିବା ଅହେତୁକ ଉତ୍ସାହ ଆଜିବି ଅତୁଟ ରହିଛି। ଚଳିତ ଫିଫା ବିଶ୍ୱକପ୍‌ ଅବସରରେ ସହରର ବେନିଆଟୋଲା ଅଞ୍ଚଳର ଫକିର ଚକ୍ରବର୍ତ୍ତୀ ଲେନ୍‌ ଏବେ ‘ଫିଫା ଗଳି’ ନାମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମାତ୍ର ୧୦୦ ମିଟର ଲମ୍ବା ଏହି ଗଳି ବର୍ଣ୍ଣାଢ୍ୟ ଚିତ୍ର, ବିଶାଳ କଟ୍‌ଆଉଟ୍‌ ଓ ଫୁଟବଲ୍‌ ତାରକାଙ୍କ ପ୍ରତିକୃତିରେ ସଜି ଏବେ ଫୁଟବଲ୍‌ପ୍ରେମୀଙ୍କ ପାଇଁ ଏକ ବିଶେଷ ଆକର୍ଷଣ ପାଲଟିଛି। ଗଳିର ପ୍ରବେଶ ଦ୍ୱାରରେ ବିଶ୍ୱ ଫୁଟବଲ୍‌ର ଦୁଇ ମହାତାରକା ଲିଓନେଲ୍‌ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶାଳ କଟ୍‌ଆଉଟ୍‌ ଦର୍ଶକଙ୍କୁ ସ୍ୱାଗତ କରୁଛି। ଏହା ସହ ନେମାର, କିଲିଆନ୍‌ ଏମ୍‌ବାପେ ଓ ଭିନିସିଅସ୍‌ ଜୁନିଅରଙ୍କ ଭିତ୍ତିଚିତ୍ର ଏବଂ ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର ପତାକା ଗଳିର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଛି। 

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

ଏଥିନେଇ ଜଣେ ଫୁଟ୍‌ବଲ୍‌ପ୍ରେମୀ  ଘୋଷାଲ କହିଛନ୍ତି, “କୋଲକାତା ହେଉଛି ଭାରତୀୟ ଫୁଟବଲ୍‌ର ତୀର୍ଥକ୍ଷେତ୍ର। ଫୁଟବଲ୍‌ ଆମ ସହରର ପରମ୍ପରା ଓ ପରିଚୟ।” ସବୁଠୁ ବଡ଼ କଥା ହେଲା, ସ୍ଥାନୀୟ ବାସିନ୍ଦାମାନେ ନିଜ ଅର୍ଥ ଓ ଅବସର ସମୟ ବ୍ୟୟ କରି ଏହାକୁ ସଜାଇଛନ୍ତି। ଭାରତ ଏପର୍ଯ୍ୟନ୍ତ ଫିଫା ବିଶ୍ୱକପ୍‌ରେ ଖେଳିବାର ସୁଯୋଗ ପାଇନଥିଲେ ମଧ୍ୟ କୋଲକାତାର ଫୁଟବଲ୍‌ପ୍ରେମୀମାନେ ବ୍ରାଜିଲ୍‌, ଆର୍ଜେଣ୍ଟିନା, ପର୍ତ୍ତୁଗାଲ୍‌ ଭଳି ଦଳକୁ ସମର୍ଥନ କରୁଛନ୍ତି। ସହରରେ ମେସି, ରୋନାଲ୍ଡୋ ଓ ନେମାରଙ୍କ ଜର୍ସି ବିକ୍ରି ମଧ୍ୟ ପୂର୍ବାପେକ୍ଷା ବଢ଼ିଛି।  ପ୍ରତିଦିନ ଏହି ‘ଫିଫା ଗଳି’କୁ ଶହଶହ ଫୁଟ୍‌ବଲ୍‌ପ୍ରେମୀ ଓ ପର୍ଯ୍ୟଟକ ଆସି ବିଭିନ୍ନ ଭଙ୍ଗୀରେ ସେଲ୍ଫି ଉଠାଉଛନ୍ତି। ଏଠାରେ ଲାଗିଥିବା ବଡ଼ ପରଦାରେ ମ୍ୟାଚ୍‌ ଦେଖିବାର ମଜା ବି ନେଉଛନ୍ତି।

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.