ARTICLE AD BOX
ଭୁବନେଶ୍ବର: ପୋଷାକ ଜଗତର ଅଗ୍ରଣୀ ପ୍ରତିଷ୍ଠାତ ତଥା ଦେଶର ଏକ ନମ୍ବର ରିହାତି ଆଧାରିତ ବ୍ରାଣ୍ଡ୍ କୋବ୍ ଆପାରେଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧାର ୩୦ଟି ନୂଆ ଷ୍ଟୋର ଖୋଲାଯିବ। ବର୍ତ୍ତମାନ ରାଜ୍ୟରେ କମ୍ପାନିର ୨୦ଟି ଷ୍ଟୋର ରହିଛି। ନୂଆ ଷ୍ଟୋର୍ଗୁଡ଼ିକୁ ରାଉରକେଲା, ସମ୍ବଲପୁର ଓ ଯାଜପୁର ଭଳି ସ୍ଥାନରେ ଖୋଲାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ କୋବ୍ର ଏକମାତ୍ର କମ୍ପାନି ପରିଚାଳିତ ଷ୍ଟୋର୍ ଭୁବନେଶ୍ବରରେ ରହିଛି। ଏଠାରେ ଆୟୋଜିତ ଫ୍ରାଞ୍ଚାଇଜି ମିଟ୍ ପରିପ୍ରେକ୍ଷୀରେ କମ୍ପାନିର ଅଧ୍ୟକ୍ଷ ରାମ ନିୱାର ସିଙ୍ଗଲା କୋବ୍ର କାର୍ଯ୍ୟଧାରା ଓ ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରିଥିଲେ।
ଖୋଲାଯିବ ୩୦ଟି ନୂଆ ଷ୍ଟୋର
କମ୍ପାନିର ଦେଶରେ ବର୍ତ୍ତମାନ ୭୦୦ଟି ଷ୍ଟୋର୍ ରହିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ସେହି ସଂଖ୍ୟା ୧୦୦୦ରେ ପହଞ୍ଚିବ ବୋଲି ସେ କହିଥିଲେ। ପୁରୁଷମାନଙ୍କ ପାଇଁ କୋବ୍ ଷ୍ଟୋର୍ରେ ଡେନିମ୍ ଜିନ୍ସ, ଫର୍ମାଲ, ସାର୍ଟ, ଟି-ସାର୍ଟ, ସୁଟ୍ ଓ ବ୍ଲେଜର୍ ଆଦି ପୋଷାକ ରହିଛି। ନୂଆ ଉତ୍ପାଦ ଭାବେ କମ୍ପାନି ପକ୍ଷରୁ ସୁଟ୍କେସ୍, ଜୋତା ଓ ପରଫ୍ୟୁମ୍କୁ ଉନ୍ମୋଚନ କରାଯାଇଛି। ନୂଆବର୍ଷଠାରୁ ଏହି ଉତ୍ପାଦଗୁଡ଼ିକ କମ୍ପାନିର ଷ୍ଟୋର୍ରେ ଉପଲବ୍ଧ ହେବାକୁ ଯାଉଛି।
Murder: ବ୍ରେକଅପ ପାଇଁ ପ୍ରେମିକାଙ୍କର ଦୁଇ ପୋଷା କୁକୁରଙ୍କୁ ନିର୍ମମ ଭାବେ ମାରିଦେଲା ପ୍ରେମିକ
ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି କମ୍ପାନିର ଦିଲ୍ଲୀରେ ଏକ ପୋଷାକ କାରଖାନା ରହିଛି। ଏହି କାରଖାନାରେ ୮୫% ପୋଷାକ ପ୍ରସ୍ତୁତ ହେଉଛି। ଅବଶିଷ୍ଟ ୧୫% ପୋଷାକ ବାହାର ସଂଗ୍ରହ କରାଯାଉଛି। ଏହି ଅବସରରେ କମ୍ପାନିର ମାର୍କେଟିଂ ମୁଖ୍ୟ (ପୂର୍ବାଞ୍ଚଳ) ପ୍ରଦୀପ ଚକ୍ରବର୍ତ୍ତୀ ଓ ପ୍ରଡକ୍ସନ ମ୍ୟାନେଜର ମୋହସିନ ଶେଖ ଉପସ୍ଥିତ ଥିଲେ।

14 minutes ago
1


