Passenger Bus Catches Fire ଯାତ୍ରୀବାହୀ ବସ୍‌ରେ ନିଆଁ, ଯାତ୍ରୀ ଅକ୍ଷତ, କିନ୍ତୁ ପାଉଁଶ ହୋଇଗଲା ଜିନିଷପତ୍ର

14 minutes ago 1
ARTICLE AD BOX

ରାଉରକେଲା:  ସୁନ୍ଦରଗଡ଼ରୁ ରାଉରକେଲା ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଖୁସ୍‌ବୁ’ ଓଡି ୧୪ ଏକେ -୭୩୨୯) ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ହନୁମାନବାଟିକା ଛକରେ ଜଳିଯାଇଛି। ଭିତରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିବାରୁ ବର୍ତ୍ତିଯାଇଛନ୍ତି।  ‌‌ହେଲେ ଯାତ୍ରୀଙ୍କ ସମସ୍ତ ଜନିଷପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। 

Bus on fire1

ଦୁଇଟି ଦମଳଗାଡ଼ି ପହଞ୍ଚି ନିଆଁକୁ କାବୁ କରିବା ପୂର୍ବରୁ ବସ୍‌ ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଉଦିତନଗର ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ପ୍ରାଥମିକ ଅନୁସନ୍ଧାନରେ, ସଟ୍‌ସର୍କିଟରୁ ଇଞ୍ଜିନ୍‌ରୁ ନିଆଁ ଲାଗିଥିବା କୁହାଯାଉଛି।

Bus Fire: ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଡେଇଁପଡ଼ି ଜୀବନ ବଞ୍ଚାଇଲେ ଚାଳକ
ମିଳିଥିବା ସୂଚନା ମୁତାବକ, ଅପରାହ୍‌ଣ ପ୍ରାୟ ସାଢ଼େ ୫ଟାରେ ଘରୋଇ ଯାତ୍ରୀବାହୀ ବସଟି ସୁନ୍ଦରଗଡ଼ରୁ ଯାତ୍ରୀଙ୍କୁ ନେଇ ରାଉରକେଲା ବାହାରିଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ହନୁମାନବାଟିକା ଛକରେ ଟ୍ରାଫିକ୍‌ ସିଗ୍‌ନାଲ୍‌ ଥିବାରୁ ବସ୍‌ଟି ଅଟକିଥିଲା। ପରେ ବସ୍‌ଟି ଗଡ଼ିବା ପରେ ହଠାତ୍‌ ବନ୍ଦ ହୋଇଯାଇଥିଲା। ଷ୍ଟାର୍ଟ ନ ହେବାରୁ କିଛି ଯାତ୍ରୀ, କଣ୍ଡକ୍ଟର, ହେଲ୍‌ପର ବସ୍‌ଟିକୁ ଠେଲୁଥିବାବେଳେ ହଠାତ୍‌ ଇଞ୍ଜିନ୍‌ରୁ ଧୂଆଁ ବାହାରିଥିଲା। ଚାହୁଁ ଚାହୁଁ ବସ୍‌ଟି ଜଳିବାକୁ ଲାଗିଥିଲା। ବସ୍‌ ଭିତରେ ବସିଥିବା ପ୍ରାୟ ୮ରୁ ୧୦ ଯାତ୍ରୀ ବାହାରକୁ ଦୌଡି ପଳାଇଆସିଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବସ୍‌ଟି ଜଳିଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.