ARTICLE AD BOX
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିମେଣ୍ଟର ଅନ୍ୟ ନେତାମାନେ ସୁପ୍ରିମ୍କୋର୍ଟରେ ନୂଆ ଆବେଦନ ଦାଖଲ କରିଛନ୍ତି। ଏସ୍ଆଇଆର୍ ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର, ଦୁଇ ନିର୍ବାଚନ କମିସନର ବିବେକ ଯୋଶୀ ଓ ଏସ୍ଏସ୍ ସାନ୍ଧୁ ଏବଂ ନିର୍ବାଚନ କମିସନଙ୍କ ଆଇଟି ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ପଚରାଉଚରା କରିବା ପାଇଁ ଅନୁମତି ମାଗିଛନ୍ତି। ଏଥିସହ ନିର୍ବାଚନ କମିସନଙ୍କୁ ୪୮ଟି ପ୍ରଶ୍ନର ଉତ୍ତର ସତ୍ୟପାଠ ଜରିଆରେ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ଅନୁରୋଧ କରାଯାଇଛି।
୪୮ ପ୍ରଶ୍ନର ଜବାବ ମାଗିଲେ ସିଇସି
ଆବେଦନରେ ପଚରାଯାଇଛି ଯେ ସାରା ଦେଶରେ ଏସ୍ଆଇଆର୍ ଲାଗୁ କରିବା ନିଷ୍ପତ୍ତି କିଏ ନେଇଥିଲା ଏବଂ ଏ ସମ୍ପର୍କିତ ନିଷ୍ପତ୍ତି କେଉଁ ତାରିଖରେ ଓ କେଉଁ ଫାଇଲ୍ରେ ନିଆଯାଇଥିଲା? ଫର୍ମ-୬ରେ ପରିବର୍ତ୍ତନ କରିବାକୁ କିଏ ନିଷ୍ପତ୍ତି ନେଇଥିଲା? ଏହା ସହିତ ଅକ୍ଟୋବର ୨୬ରେ ସୁପ୍ରିମ୍କୋର୍ଟରେ ଦାଖଲ କାଉଣ୍ଟର ସତ୍ୟପାଠକୁ ସିଇସି ଓ ଦୁଇ ନିର୍ବାଚନ କମିସନର କେବେ ଓ କିପରି ଅନୁମୋଦନ କରିଥିଲେ, ସେ ସମ୍ପର୍କରେ ମଧ୍ୟ ପ୍ରଶ୍ନ କରାଯାଇଛି। ଏହି ଅନୁମୋଦନ ବୈଠକରେ, ଫାଇଲ୍ରେ ନା ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦିଆଯାଇଥିଲା, ତାହାର ଜବାବ ମଧ୍ୟ ମଗାଯାଇଛି।
କାରଣ ଜଣାଇବାକୁ ଦାବି
ଏସ୍ଆଇଆର୍ ସମ୍ପର୍କିତ ନିଷ୍ପତ୍ତି ନେବାବେଳେ ଦୁଇ ନିର୍ବାଚନ କମିସନର କେତେଥର ଲିଖିତ ଆପତ୍ତି ଉଠାଇଥିଲେ ଏବଂ କୌଣସି ନିଷ୍ପତ୍ତି ବହୁମତରେ ନିଆଯାଇଥିଲା କି ନାହିଁ, ସେ ନେଇ ମଧ୍ୟ ପ୍ରଶ୍ନ ରହିଛି। ଯଦି କେହି ଅସହମତି ପ୍ରକାଶ କରିଥିଲେ, ତେବେ ସେ କିଏ ଏବଂ ତାହାର କାରଣ କ’ଣ ଥିଲା, ତାହା ଜଣାଇବାକୁ ଦାବି କରାଯାଇଛି। ଏହାବ୍ୟତୀତ ୨୦୨୫ ଜୁନ୍ ୨୪ ପରେ କାହାକୁ ଭୋଟର ତାଲିକାର ଡାଟାବେସ୍ରେ ପରିବର୍ତ୍ତନ କରିବାର ଅନୁମତି ଦିଆଯାଇଥିଲା କି ନାହିଁ, ତାହାର ଜବାବ ମଧ୍ୟ ମଗାଯାଇଛି।
Mass Shooting: ଦକ୍ଷିଣ ଆଫ୍ରିକାରେ ୨୪ ଘଣ୍ଟାରେ ୨ ଗଣଗୁଳିକାଣ୍ଡ, ୧୭ ମୃତ
ଭୋଟର ତାଲିକାରୁ ନାମ ବାଦ୍ ଦେବା ଏବଂ ଅନଲାଇନ୍ ଭୋଟର ପଞ୍ଜୀକରଣ ବ୍ୟବସ୍ଥାରେ କରାଯାଇଥିବା ପରିବର୍ତ୍ତନ ସମ୍ପର୍କରେ ମଧ୍ୟ କମିସନଙ୍କଠାରୁ ସ୍ପଷ୍ଟୀକରଣ ଚାହିଛନ୍ତି ଆବେଦନକାରୀ। କଂଗ୍ରେସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ୪୮ଟି ପ୍ରଶ୍ନର ତାଲିକା ସେୟାର କରି କହିଛି ଯେ ନିର୍ବାଚନ କମିସନ ସୁପ୍ରିମ୍କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଭୋଟ୍ ଚୋରି ସମ୍ପର୍କିତ ପ୍ରଶ୍ନଗୁଡ଼ିକର ଜବାବ ଦେଇନାହାନ୍ତି। ଏସ୍ଆଇଆର୍ରେ ଗୁରୁତର ତ୍ରୁଟି ରହିଥିବା ଏବଂ ଏହା ଭୋଟ୍ ଚୋରିର ପଥ ପ୍ରଶସ୍ତ କରିଥିବା କଂଗ୍ରେସ ଅଭିଯୋଗ କରିଛି। ପୂର୍ବରୁ ଏକ ଆବେଦନ ବିଚାରାଧୀନ ଥିବା ବେଳେ ଏହି ନୂଆ ଆବେଦନ ଦାଖଲ କରାଯାଇଛି।

16 minutes ago
1


