ARTICLE AD BOX
ସୁନ୍ଦରଗଡ଼/ବାଲିଶଙ୍କରା: ଆଜି (ଶୁକ୍ରବାର) କିଞ୍ଜିରକେଲା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ବାମୀସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ଶିଶୁପୁତ୍ର ଗୁରୁତର ଆହତ ହୋଇଛନ୍ତି।
Bike accident ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୪ ଗୁରୁତର
ସୂଚନାନୁସାରେ, ଦୁର୍ଘଟଣାଟି ଅପରାହ୍ଣ ପ୍ରାୟ ୪ଟା ବେଳେ କିଞ୍ଜିରକେଲା ଥାନା ବନ୍ଧବାହାଲ ବରଡିହି ଛକରେ ଏହି ଦୁର୍ଘଟଣା ଘଟିଛି। ଏକ ମୋଟରସାଇକଲ୍ (ସିଜି ୧୪ ଏମ୍ଏଚ୍- ୨୬୧୩)ରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କର ଶିଶୁପୁତ୍ର (୩ବର୍ଷ) ଯାଉଥିଲେ। ଏହି ସମୟରେ ଏକ ହାଇୱା (ଓଡି ୧୬ ପି ୫୨୧୬) ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଧକ୍କା ଏଭଳି ତୀବ୍ର ଥିଲା ଯେ ମୋଟରସାଇକଲଟି ଚୂରମାର ହୋଇଯିବା ସହ ତିନିହେଁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।
SUV-Bike accident ସ୍କର୍ପିଓ ଧକ୍କାରେ ଚୁଡ଼ି ବ୍ୟବସାୟୀ ମୃତ, ୩ ଘଣ୍ଟା ୨୨୦ନଂ ରାଜପଥ ଅବରୋଧ
ସ୍ଥାନୀୟ ଲୋକ ପୁଲିସକୁ ସୂଚିତ କରିବା ସହ ଗୁରୁତର ଶିଶୁକୁ ତୁରନ୍ତ କିଞ୍ଜିରିକେଲା ଡାକ୍ତରଖାନା ପଠାଇଥିଲେ। ପୁଲିସ ପହଞ୍ଚି ହାଇୱାକୁ ଜବତ କରିଛି। ସ୍ବାମୀସ୍ତ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇଛି। ଖବର ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳିନାହିଁ।

22 hours ago
3


