ARTICLE AD BOX
ଭୁବନେଶ୍ବର:ଓଡ଼ିଶାର ଅନ୍ୟତମ ଅତି ବିଶ୍ୱସ୍ତ ଅଳଙ୍କାର ପ୍ରତିଷ୍ଠାନ ଖିମଜୀ ଜୁଏଲର୍ସ ଏହାର ଅନୁଗୋଳ ସୋରୁମର୍ ପ୍ରଥମ ବାର୍ଷିକୋତ୍ସବ ପାଳନ କରୁଛି। ଶଙ୍କର ସିନେମା ହଲ୍ ରୋଡ୍ରେ ୬,୦୦୦ ବର୍ଗଫୁଟର ଏହି ବିଳାସପୂର୍ଣ୍ଣ ସୋରୁମ ଓଡ଼ିଶାରେ କମ୍ପାନିର ୧୦ତମ ଶୋରୁମ୍। ଏହି ସ୍ୱତନ୍ତ୍ର ମାଇଲଖୁଣ୍ଟକୁ ପାଳନ କରିବା ପାଇଁ ଖିମଜୀ ଜୁଏଲର୍ସ ୨୦୨୬ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ବାର୍ଷିକୋତ୍ସବ ପାଳନ ଘୋଷଣା କରିଛି ।
ଫ୍ଲାଟ୍ ୨୦% ରିହାତି
ଏଥିରେ ଗ୍ରାହକମାନେ ସୁନା ଓ ହୀରା ଗଢ଼ା ମଜୁରୀ ଉପରେ ଫ୍ଲାଟ୍ ୫୦% ରିହାତି, ରୁପା ଗଢ଼ା ମଜୁରୀ ଏବଂ ଏମ୍ଆର୍ପି ଆଇଟମ୍ ଉପରେ ଫ୍ଲାଟ୍ ୨୦% ରିହାତି ଏବଂ ପ୍ଲାଟିନମ୍ ଗଢ଼ା ମଜୁରୀ ଉପରେ ଫ୍ଲାଟ୍ ୨୦% ରିହାତି ପାଇପାରିବେ। ଖିମଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି ଯେ ଆମ ଅନୁଗୋଳ ସୋରୁମର ପ୍ରଥମ ବାର୍ଷିକୋତ୍ସବ ଆମ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମାଇଲଖୁଣ୍ଟ। ବିଗତ ଗୋଟିଏ ବର୍ଷ ମଧ୍ୟରେ ଅନୁଗୋଳର ଜନସାଧାରଣଙ୍କ ନିକଟରୁ ଆମେ ପାଇଥିବା ଆନ୍ତରିକତା, ବିଶ୍ୱାସ ଓ ସ୍ନେହ ପ୍ରକୃତରେ ଉତ୍ସାହଜନକ। ଅନୁଗୋଳ ହେଉଛି ଆକାଂକ୍ଷା, ଉଦ୍ୟୋଗ ଓ ବିକଶିତ ହେଉଥିବା ଅଭିଳାଷର ସହର ଏବଂ ଆମେ ଏହାର ବିକାଶ ଗାଥାର ଏକ ଅଂଶ ହୋଇ ଗର୍ବିତ।
ଏହି ବାର୍ଷିକୋତ୍ସବ କେବଳ ଏଠାରେ ଆମର ଉପସ୍ଥିତିର ଗୋଟିଏ ବର୍ଷର ଉତ୍ସବ ନୁହେଁ ବରଂ ଆମର ଗ୍ରାହକମାନଙ୍କ ସହିତ ଆମେ ଗଢ଼ିଥିବା ସମ୍ପର୍କର ଏକ ଉତ୍ସବ। ଖିମଜୀ ଜୁଏଲର୍ସକୁ ସେମାନଙ୍କର ଉତ୍ସବ ଓ ମାଇଲଖୁଣ୍ଟର ଏକ ଅଂଶ କରିଥିବାରୁ ଆମେ ଅନୁଗୋଳର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛୁ ଏବଂ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ସମାନ ବିଶ୍ୱାସ, କାରିଗରୀ ଏବଂ ଶ୍ରେଷ୍ଠତା ସହିତ ସେମାନଙ୍କର ସେବା କରିବାକୁ ଆଶା ରଖୁଛୁ।

1 hour ago
1


