ARTICLE AD BOX
ନୂଆଦିଲ୍ଲୀ: ଅନେକ ସମୟରେ ସିନେମା କିମ୍ବା ଟିଭି ସିରିଏଲ୍ରେ କୋର୍ଟର ଦୃଶ୍ୟ ଦେଖିବା ବେଳେ ଜଜ୍ "ଅର୍ଡର ଅର୍ଡର" କହି କାଠ ଟେବୁଲ୍ ଉପରେ ଏକ କ୍ଷୁଦ୍ର କାଠ ହାତୁଡ଼ି ବାରମ୍ବାର ପିଟୁଥିବାର ଦେଖାଯାଏ। ଏହି କାଠ ହାତୁଡ଼ିକୁ ଗାଭେଲ୍ କୁହାଯାଏ। ତେବେ ଏହି କଥା ହାତୁଡିର ବ୍ୟବହାର ଏବେ ବି କରାଯାଉଛି ନା ନାହିଁ ତାହା ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଏହି ହାତୁଡିର ରହସ୍ୟ ବାବଦରେ କହିବୁ |
ଆହୁରି ପଢନ୍ତୁ :Khimji Jewellers: ଖିମଜୀ ଜୁଏଲର୍ସର ଅନୁଗୋଳ ସୋରୁମ୍ର ପ୍ରଥମ ବାର୍ଷିକୋତ୍ସବ
ଗାଭେଲ୍ର ବ୍ୟବହାର କାହିଁକି କରାଯାଏ?
କୋର୍ଟର ଶୁଣାଣି ସମୟରେ ଓକିଲ କିମ୍ବା ସାକ୍ଷୀମାନେ ଯୁକ୍ତିତର୍କ କିମ୍ବା ପାଟିତୁଣ୍ଡ କଲେ, ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ଓ କୋର୍ଟର କାର୍ଯ୍ୟାନୁଷ୍ଠାନକୁ ଶାନ୍ତ ଏବଂ ନିୟନ୍ତ୍ରିତ କରିବା ପାଇଁ ଜଜ୍ ଏହାକୁ ପିଟିଥାନ୍ତି। କାଳକ୍ରମେ ଏହି ହାତୁଡ଼ି ବିଚାରପତିଙ୍କ ଅଧିକାର, ମର୍ଯ୍ୟାଦା ଏବଂ ନିୟନ୍ତ୍ରଣର ଏକ ଶକ୍ତିଶାଳୀ ପ୍ରତୀକ ପାଲଟିଛି।
ଆହୁରି ପଢନ୍ତୁ :Prime Minister Modi: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ ସାକ୍ଷାତ
କୁହାଯାଏ ଯେ, ଏହି ପରମ୍ପରା ମୁଖ୍ୟତଃ ଇଂଲଣ୍ଡରୁ ଆସିଛି। ଆଗରୁ ଇଂଲଣ୍ଡରେ ଗୋଳମାଳିଆ ପରିସ୍ଥିତିକୁ ନିୟନ୍ତ୍ରଣକରିବାକୁ ଜଜ୍ମାନେ ନିଜ କାଠ ଟେବୁଲ୍କୁ ପିଟୁଥିଲେ, ଯାହା ପରବର୍ତ୍ତୀ ସମୟରେ ଏକ ସ୍ୱତନ୍ତ୍ର କାଠ ହାତୁଡ଼ି (ଗାଭେଲ୍) ବ୍ୟବହାରରେ ପରିଣତ ହେଲା।
ଆହୁରି ପଢନ୍ତୁ :Pilot Survey: ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ବରରେ ଆରମ୍ଭ ହେବ ପାଇଇଟ୍ ସର୍ଭେ
ଭାରତୀୟ କୋର୍ଟରେ ଏହାର ବ୍ୟବହାର ହୁଏ କି?
ବାସ୍ତବତା ଓ ସିନେମା ମଧ୍ୟରେ ଫରକ: ବ୍ରିଟିଶ ଶାସନ କାଳରେ ଭାରତରେ ଏହାର କିଛି ବ୍ୟବହାର ଥିଲା, କିନ୍ତୁ ଆଜିକାଲି ଭାରତୀୟ କୋର୍ଟରେ ଜଜ୍ମାନେ ଗାଭେଲ୍/ହାତୁଡ଼ି ବ୍ୟବହାର କରନ୍ତି ନାହିଁ। ଭାରତୀୟ ଅଦାଲତରେ ବିଚାରପତିମାନେ ନିଜର ମୌଖିକ ନିର୍ଦ୍ଦେଶ ଓ କୋର୍ଟ ନିୟମାବଳୀ ମାଧ୍ୟମରେ ଶୃଙ୍ଖଳା ବଜାୟ ରଖନ୍ତି। ତେଣୁ ସିନେମାରେ ଜଜ୍ ହାତୁଡ଼ି ପିଟି "ଅର୍ଡର ଅର୍ଡର" କହିବା କେବଳ ଏକ ନାଟକୀୟ ଉପସ୍ଥାପନା, ବାସ୍ତବତା ନୁହେଁ।
ଆହୁରି ପଢନ୍ତୁ :KARTIKESWAR SAHU: ଡିଏ ମାମଲାରେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦୋଷୀ ସାବ୍ୟସ୍ତ
ଏବେ ଏହା କେଉଁଠି ବ୍ୟବହାର ହୁଏ?
ବର୍ତ୍ତମାନ ଏହି ହାତୁଡ଼ି ମୁଖ୍ୟତଃ ଆମେରିକାର କୋର୍ଟ ଏବଂ କେତେକ ଆନ୍ତର୍ଜାତୀୟ ଟ୍ରିବ୍ୟୁନାଲ୍ରେ ଦେଖିବାକୁ ମିଳେ।କୋର୍ଟ ବ୍ୟତୀତ ନିଲାମ ପ୍ରକ୍ରିୟା ସମୟରେ ମଧ୍ୟ ନିଲାମକାରୀ ଶେଷ ନିଷ୍ପତ୍ତି କିମ୍ବା ବିକ୍ରି ସମ୍ପୂର୍ଣ୍ଣ ହେବାର ସଙ୍କେତ ଦେବା ପାଇଁ ଏହି ହାତୁଡ଼ି ପିଟିଥାନ୍ତି।

1 hour ago
1


