ARTICLE AD BOX
ଉତ୍ତରପ୍ରଦେଶର କୌଶାମ୍ବିର ପିପରି ଥାନା ଅଞ୍ଚଳର ମହମୁଦପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।
/sambad/media/media_files/2026/08/31/31bbs_31_31082026_112-2026-08-31-16-39-57.jpg)
ଲକ୍ଷ୍ନୌ: ଉତ୍ତରପ୍ରଦେଶର କୌଶାମ୍ବିର ପିପରି ଥାନା ଅଞ୍ଚଳର ମହମୁଦପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରୟାଗରାଜର ଏସଆରଏନ ହସ୍ପିଟାଲର ଟ୍ରମା ସେଣ୍ଟରକୁ ନିଆଯାଇଛି। ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଖାନା ପାଖରେ ଥିବା ୫ ଘର ଭାଙ୍ଗିରୁଜି ଯାଇଛି ବୋଲି କୌଶାମ୍ବି ସର୍କଲ ଅଫିସର ଶିବଙ୍କ ସିଂହ କହିଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପୂର୍ବାହ୍ନ ୧୧ଟା ସମୟରେ କାରଖାନାରେ ସିରିଜ୍ ବିସ୍ଫୋରଣ ଘଟିଥିବା କୁହାଯାଉଛି।
କୋର୍ଟରେ ବିଚାରପତି କାହିଁକି କାଠ ହାତୁଡ଼ି ବ୍ୟବହାର କରନ୍ତି? ଆପଣ ଜାଣନ୍ତି କି?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

49 minutes ago
1


