Sitapur Water Crisis: ପିଇବା ପାଣି ପାଇଁ ହାଣ୍ଡି,ବାଲଟି ଧରି ରାସ୍ତାରେ ବସିଲେ ସିତାପୁର ଗ୍ରାମବାସୀ

57 minutes ago 1
ARTICLE AD BOX

କଲ୍ୟାଣସିଂହପୁର: ସ୍ବାଧୀନତାର ପ୍ରାୟ ୮୦ ବର୍ଷ ପରେ ପିଇବା ପାଣି ମୁନ୍ଦାଏ ନିମନ୍ତେ ଗାଁ ଲୋକ ରାସ୍ତାରେ ଧାରଣା ଦେବା କଥା ଯେପରି ଉଦ୍‌ବେଗଜନକ ସେଭଳି ବ୍ୟବସ୍ଥାର ଅପାରଗତାର ସ୍ପଷ୍ଟ ପ୍ରତିବିମ୍ବ ଅଟେ। ଗାଁକୁ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଅଧୀନ ନାରାୟଣପୁର ପଞ୍ଚାୟତର ସିତାପୁର ଗାଁର ଲୋକମାନେ ଆଜି ରାସ୍ତା ଉପରେ ଧାରଣା ଦେଇଛନ୍ତି। 

Protest: ପାନୀୟ ଜଳ ସମସ୍ୟା ନେଇ ତାତିଲେ ମହିଳା; ଅଟକ ରହିଲେ କନିଷ୍ଠ ଯନ୍ତ୍ରୀ, ଏସ୍‌ଡିଓ

ସୂଚନାନୁସାରେ, ଉକ୍ତ ଗ୍ରାମରେ ୧୫ଟି ପରିବାରର ୧୦୦ଜଣ ଲୋକ ରହୁଛନ୍ତି। ସେମାନଙ୍କ ନିମନ୍ତେ ଦୁଇଟି ନଳକୂପ ରହିଛି। କିନ୍ତୁ ଉକ୍ତ ନଳକୂପରୁ ପିଇବା ଯୋଗ୍ୟ ପାଣି ବାହାରୁନାହିଁ। ଗାଁଲୋକ ଉପାୟଶୂନ୍ୟ ହୋଇ ଉକ୍ତ ପାଣି ବ୍ୟବହାର କରି ଝାଡାବାନ୍ତି, କିଡନି ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି।

drinking water protest

ଦୂଷିତ ଜଳବ୍ୟବହାର କରି ରୋଗାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଗ୍ରାମବାସୀ ଗୋବିନ୍ଦ ଟାକ୍ରିୟା, ପଦ୍ମନାଭ ହିଆଲ, ସମିତ୍ର ଟାକ୍ରିୟା, କାନ୍ଦ୍ରୁ ବିବର, ଗୋବର୍ଦ୍ଧନ କରକରିଆ, ଦାମଦର ହିମିରିକା ପ୍ରମୁଖ କହିଛନ୍ତି, ଗାଁର ଏହି ମୌଳିକ ସମସ୍ୟା ସମ୍ପର୍କରେ ସେମାନେ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଛନ୍ତି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। 

Forgot about drinking water: ପିଇବା ପାଣି କଥା ଭୁଲିଗଲେ: ହଜାରେ କୋଟିର ପ୍ରକଳ୍ପ, ଟ୍ୟାପରେ ନାହିଁ

ଆଜି (ସୋମବାର) ପୁଣି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରହିଥିଲା। ଏହି ଅବସରରେ ଗାଁଲୋକ ନିଜର ଅସନ୍ତୋଷ ପ୍ରକଟ କରିବାକୁ ଉଦ୍ୟମ କରିଥିଲେ। କଲ୍ୟାଣସିଂହପୁର ଠାରୁ ରାୟଗଡ଼ା ଯାଇଥିବା ମୁଖ୍ୟ ରାସ୍ତା ୪୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଗ୍ରାମର ମହିଳା ପୁରୁଷମାନେ ଏକତ୍ରିତ ହୋଇ ହାଣ୍ଡି, ବାଲଟି, ଡେକଚି ଧରି ପୂର୍ବାହ୍‌ଣ ୯ଟାରୁ ୧୦ଟା ଯାଏଁ ରାସ୍ତା ଅବରୋଧ କରି ରହିଥିଲେ । ସେହି ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଆସୁଥିବା ଖବର ପୁଲିସ  ଜାଣି  ଥାନା ଅଧିକାରୀ ଅଜିତ ପରିଡା ସିତାପୁର ଛକରେ  ପହଞ୍ଚିଥିଲା । ସେହିଠାରେ ଲୋକଙ୍କୁ ବୁଝାସୁଝା କରି ଆବଶ୍ୟକ ପଦକ୍ଷେପର ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.