ARTICLE AD BOX
ଆଜିର ଦ୍ରୁତ ଜୀବନଶୈଳୀ ଏବଂ ଖାଦ୍ୟପେୟ ଆମ ସ୍ବାସ୍ଥ୍ୟକୁ ଗଭୀର ଭାବେ ପ୍ରଭାବିତ କରୁଛି। ସାଧାରଣରେ ଆମକୁ ସୁସ୍ଥ ଲାଗୁଥିଲେ ବି କାଳକ୍ରମେ ଏହା ଆମ ଶରୀରକୁ ବିଗାଡ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ, ଅନେକ ଲୋକ ସୁସ୍ଥ ରହିବା ପାଇଁ ଅନେକ ନୂଆ ନୂଆ ଅଭ୍ୟାସ ଆପଣେଇବାରେ ଲାଗିଛନ୍ତି। ନିୟମିତ ଜିମ୍ ଯିବା, ଯୋଗ, ବ୍ୟାୟାମ, ଜଗିଂ, ଚାଲିବା, ଦୌଡ଼ିବା, ପହଁରିବା, ଧ୍ୟାନ ଆଦି କରିବା ସହିତ ସେମାନେ ନିଜ ନିଜ ଖାଦ୍ୟପେୟର ମଧ୍ୟ ଯତ୍ନ ନେଉଛନ୍ତି। ଜୀବନଶୈଳୀରେ ପରିବର୍ତ୍ତନ ସହିତ ଲୋକେ ସେମାନଙ୍କର ଡାଏଟିଂ ପ୍ଲାନ୍ ବା ସୁଷମ ଖାଦ୍ୟ ଯୋଜନାରେ ବି ପରିବର୍ତ୍ତନ କରୁଛନ୍ତି। ଏପରି ଏକ ଡାଏଟିଂ ପ୍ଲାନ୍ ହେଉଛି କିଟୋ ଡାଏଟ୍, ଯାହା ଆଜିକାଲି ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଆସନ୍ତୁ ଜାଣିବା, କିଟୋ ଡାଏଟ୍ ଏବଂ ଏହାଦ୍ବାରା ଆମକୁ ମିଳୁଥିବା ଲାଭ ସମ୍ପର୍କରେ।
Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ
କିଟୋ ଡାଏଟ୍ କ’ଣ?
କିଟୋଜେନିକ୍ ଡାଏଟ୍ ବା କିଟୋ ଡାଏଟ୍ ହେଉଛି, ଖୁବ୍ କମ୍ କାର୍ବୋହାଇଡ୍ରେଟ୍ ଓ ତୁଳନାତ୍ମକ ଭାବେ ଅଧିକ ଚର୍ବିଯୁକ୍ତ ଖାଦ୍ୟ। ଓଜନ ବୃଦ୍ଧି ଏବେ ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଓଜନ କମାଇବା ଲାଗି ଅନେକ ଲୋକ ଏହି ଡାଏଟ୍ ପ୍ଲାନ୍ ଅନୁସରଣ କରୁଛନ୍ତି। ଏଥିରେ କମ୍ କାର୍ବୋହାଇଡ୍ରେଟ୍, ମଧ୍ୟମ ମାତ୍ରାର ପ୍ରୋଟିନ୍ ଓ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଅନ୍ତର୍ଭୁକ୍ତ। ସରଳ ଭାବରେ କହିଲେ, ଏହା ଏକ ଅଧିକ ଚର୍ବିଯୁକ୍ତ ଡାଏଟ୍ ଓ ଏହାର ଅନେକ ଲାଭ ରହିଛି।
ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରମ୍ର ଲକ୍ଷଣ କମାଇବାରେ କିଟୋ ଡାଏଟ୍ ପ୍ଲାନ୍ ପ୍ରଭାବଶାଳୀ। ପିସିଓଏସ୍ ହେଉଛି, ମହିଳାଙ୍କଠାରେ ଦେଖାଯାଉଥିବା ଏକ ହରମୋନ୍ଜନିତ ରୋଗ। ପରିବର୍ତ୍ତିତ ଜୀବନଶୈଳୀ ଭିତରେ ବହୁ ମହିଳା ଏହାର ଶିକାର ହେଉଛନ୍ତି।
IIT Bombay: ଛାତ୍ର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ୧୦ ଜଣିଆ କମିଟି
ଓଜନ ହ୍ରାସ
କିଟୋ ଡାଏଟ୍ ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୁଏ। ଏହି ଡାଏଟ୍ ପ୍ଲାନ୍ ମେଟାବୋଲିଜିମ୍ ବୃଦ୍ଧି କରେ ଏବଂ ଭୋକ କମାଏ। ଏହା ଆପଣଙ୍କୁ ଏପରି ଖାଦ୍ୟ ଖାଇବାକୁ ଉତ୍ସାହିତ କରେ, ଯାହା ଭୋକକୁ ନିୟନ୍ତ୍ରଣ କରେ ବା ଏହି ଖାଦ୍ୟ ଶରୀରରେ ଭୋକ ଦମନକାରୀ ହରମୋନ୍ ବୃଦ୍ଧି କରିଥାଏ।
ହୃତ୍ପିଣ୍ଡକୁ ସୁସ୍ଥ ରଖେ
ଏହି ଡାଏଟ୍ ପ୍ଲାନ୍ରେ ଆଭୋକାର୍ଡୋ ତଥା ଅନ୍ୟାନ୍ୟ ଖାଦ୍ୟ ଖାଇବା ଦ୍ୱାରା ହେଉଥିବା ଖରାପ କୋଲେଷ୍ଟ୍ରଲ୍ ହ୍ରାସ ପାଇଥାଏ। ଏହା ଫଳରେ ଆମ ହୃତ୍ପିଣ୍ଡ ଉପରେ ପଡୁଥିବା ଚାପ ଅନେକ ପରିମାଣରେ ହ୍ରାସ ପାଇଥାଏ। ଫଳରେ ଏହା ହୃତ୍ପିଣ୍ଡ ସ୍ୱାସ୍ଥ୍ୟକୁ ଉନ୍ନତ କରି ଆମ ଶରୀରକୁ ସୁସ୍ଥ ରଖେ।
Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ...
ବ୍ରଣ ସମସ୍ୟା ଦୂର କରେ
ଅନେକ କାରଣ ଯୋଗୁଁ ଆମ ମୁହଁରେ ବ୍ରଣ ଦେଖାଯାଇଥାଏ। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ କିଛି ଲୋକଙ୍କୁ ବ୍ରଣ ହେଉଥିବାବେଳେ ଖରାପ ରକ୍ତ ଶର୍କରା ସ୍ତର ବଢ଼ିଗଲେ ବି ବ୍ରଣ ହୁଏ। ଏପରି କ୍ଷେତ୍ରରେ କିଟୋ ଡାଏଟ୍ ପ୍ଲାନ ଲାଭଦାୟକ ହୋଇଥାଏ। ଏହି ଖାଦ୍ୟ ଯୋଜନା ଅନୁସରଣ କରି ଜଣେ ବ୍ରଣ ସମସ୍ୟାରୁ ମୁକୁଳି ପାରିବେ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରମ୍ ବା ପିସିଓଏସ୍ର ଲକ୍ଷଣଗୁଡ଼ିକ କମାଇବାରେ କିଟୋ ଡାଏଟ୍ ପ୍ଲାନ୍ ଖୁବ୍ ପ୍ରଭାବଶାଳୀ। ପିସିଓଏସ୍ ହେଉଛି, ମହିଳାଙ୍କଠାରେ ଦେଖାଯାଉଥିବା ଏକ ହରମୋନ୍ଜନିତ ରୋଗ। ପରିବର୍ତ୍ତିତ ଜୀବନଶୈଳୀ ଭିତରେ ବହୁ ମହିଳା ଏହାର ଶିକାର ହେଉଥିବା ଦେଖାଯାଉଛି।

4 days ago
5


