Keonjhar Bridge Submerged Connectivity: ତେଲକୋଇ ଅଞ୍ଚଳରେ ଲଗାଣ ବର୍ଷା: ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

1 day ago 4
ARTICLE AD BOX

ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇ ଅଞ୍ଚଳରେ ଲଗାଣ ବର୍ଷାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ପଡ଼ିଛି।ହନୁମନ୍ତିଆ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତେଲକୋଇ- ଜଗମୋହନପୁର ପୂର୍ତ୍ତ ରାସ୍ତା କେନ୍ଦୁପତ୍ର ଅଫିସ ନିକଟରେ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।ସେହିପରି ଦେଉଳଡିହା ପଞ୍ଚାୟତ ନୂଆଁଗଡସ୍ଥିତ ଟେନାର ନାଳ ପୋଲ ଉପରେ ୫ ଫୁଟ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦେଉଳଡିହା ଓ କରଦାଙ୍ଗି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ତେଲକୋଇ ଡାକବଙ୍ଗଳା ନିକଟସ୍ଥ ସମାକୋଇ ନଦୀର ପୋଲ ଉପରେ ଗତକାଲି ବିଳମ୍ବିତ ରାତିରୁ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗତକାଲି ବିଳମ୍ବିତ ରାତିରୁ ତେଲକୋଇ- ଭୁବନେଶ୍ୱର,କଟକଢେଙ୍କାନାଳ,କାଳିଆହତା ପ୍ରଭୃତି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।

ବୈତରଣୀରେ ଚତୁର୍ଥ ବନ୍ୟା: ୬ଟି ଗାଁ ସମ୍ପୂର୍ଣ ଜଳମଗ୍ନ

ତେଲକୋଇ ବ୍ଲକ ଅନ୍ତର୍ଗତ କରଦାଙ୍ଗିସ୍ଥିତି ଘୁରୁଡିଆ ନାଳ ପୋଲ ଉପରେ ଏବେ ଏବେ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି,କରଦାଙ୍ଗି-ତେଲକୋଇ ଓ କରଦାଙ୍ଗି ଅନୁଗୋଳ ତାଳଚେର ଯୋଗାଯୋଗ ବିଚ୍ଛିନ୍ନ। ତେଲକୋଇରେ ଗତକାଲି ବିଳମ୍ବିତ ରାତି ୧୨ଟାରୁ ତେଲକୋଇ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିଲା।ଆଜି ସକାଳ ୮ଟା ସୁଦ୍ଧା ୧୨୯.୮ ମିମି ବର୍ଷା ରେକର୍ଡ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.