Kashi: ଦେବ ଦୀପାବଳିରେ ୧୧ ଲକ୍ଷରୁ ଅଧିକ ଦୀପରେ ଝଲସିବ କାଶୀ

59 minutes ago 1
ARTICLE AD BOX

ଲକ୍ଷ୍ନୌ:ଦେବ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇଉଠିଛି ବାରାଣସୀର କାଶୀ। ଏଥର ୧୧ ଲକ୍ଷରୁ ଅଧିକ ଦୀପର ଆଲୋକରେ ଝଲସିବ ଗଙ୍ଗା ନଦୀର ଘାଟ। ଏହି ଭବ୍ୟ ଆୟୋଜନରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ଆଶା କରାଯାଉଥିବାରୁ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ଏଥର ପ୍ରଥମ ଥର ପାଇଁ ଗଙ୍ଗାରେ ନୌକା ଚଳାଚଳ ନିମନ୍ତେ ଦୁଇମୁଖୀ ମାର୍ଗ ବ୍ୟବସ୍ଥା ଲାଗୁ ହେବ। ଏହାଦ୍ୱାରା ନୌକା ଯିବା ଓ ଫେରିବା ପାଇଁ ଅଲଗା ମାର୍ଗ ରହିବ, ଫଳରେ ନଦୀରେ ଭିଡ଼ ଓ ଦୁର୍ଘଟଣା ଆଶଙ୍କା କମିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ବାରାଣସୀରେ ଗଙ୍ଗା ମହୋତ୍ସବ ଓ ଦେବ ଦୀପାବଳି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନଭେମ୍ବର ୨୦ରୁ ୨୩ ପର୍ଯ୍ୟନ୍ତ ନମୋ ଘାଟରେ ଗଙ୍ଗା ମହୋତ୍ସବ ଆୟୋଜିତ ହେବ। ଏହାପରେ ନଭେମ୍ବର ୨୪ରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାଳନ ହେବ ଦେବ ଦୀପାବଳି। ଏହି ଦିନ କାଶୀର ସମସ୍ତ ପକ୍କା ଘାଟ, ଗଙ୍ଗା କୂଳର ବାଲୁକା ତଟ ଏବଂ ସହରର ୧୦୦ରୁ ଅଧିକ କୁଣ୍ଡରେ ୧୧ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରାଯିବ। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଦୀପ ମଧ୍ୟ ସାମିଲ ହେବ।

ଦଶାଶ୍ୱମେଧ ଘାଟରେ ଭବ୍ୟ ଗଙ୍ଗା ମହାଆଳତି
ଦେବ ଦୀପାବଳି ସନ୍ଧ୍ୟାରେ ଦଶାଶ୍ୱମେଧ ଘାଟରେ ଭବ୍ୟ ଗଙ୍ଗା ମହାଆଳତି ଅନୁଷ୍ଠିତ ହେବ। ଏହାପରେ ଚେତ ସିଂହ ଘାଟରେ ପ୍ରୋଜେକ୍ସନ୍ ଓ ଲେଜର୍ ଶୋ ଆୟୋଜନ କରାଯିବ। ଦଶାଶ୍ୱମେଧ ଓ ଅସୀ ଘାଟ ସମ୍ମୁଖରେ ଡ୍ରୋନ୍ ଶୋ ସହ ଧାମ ସମ୍ମୁଖରେ ସବୁଜ ଆତସବାଜି ପ୍ରଦର୍ଶନ କରାଯିବ। ଉତ୍ସବକୁ କେବଳ ଘାଟ ମଧ୍ୟରେ ସୀମିତ ନରଖି ସହରର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଦୀପୋତ୍ସବ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଭାସମାନ ଉଦ୍ଧାର କେନ୍ଦ୍ର ନିର୍ମାଣ
ସୁରକ୍ଷା ପାଇଁ ଘାଟ ଅଞ୍ଚଳକୁ ୧୦ଟି ଜୋନ୍, ୨୧ଟି ସେକ୍ଟର ଓ ୩୬ଟି ସବ୍ସେକ୍ଟରରେ ବିଭକ୍ତ କରାଯାଇଛି। ୨୭ଟି ନିରୀକ୍ଷଣ ମଞ୍ଚ, ଡ୍ରୋନ୍ କ୍ୟାମେରା ଓ ତ୍ୱରିତ ପ୍ରତିକ୍ରିୟା ଦଳ ମାଧ୍ୟମରେ ଭିଡ଼ ଉପରେ ନଜର ରଖାଯିବ। ୨୧ଟି ପ୍ରମୁଖ ଘାଟରେ ଆଣ୍ଟି ରୋମିଓ ସ୍କ୍ୱାଡ୍ ନିୟୋଜିତ ହେବେ। ଏଥିସହ ଏନ୍ଡିଆର୍ଏଫ୍, ଫ୍ଲଡ୍ ପିଏସି, ଜଳ ପୁଲିସ ଓ ଜଳ ଆମ୍ବୁଲାନ୍ସ ମଧ୍ୟ ମୁତୟନ ରହିବେ। ଚେତ ସିଂହ ଘାଟରେ ଏକ ଭାସମାନ ଉଦ୍ଧାର କେନ୍ଦ୍ର ନିର୍ମାଣ କରାଯିବ।

Life-Mantra: ଜୀବନ-ମନ୍ତ୍ର: ତୁଳସୀ ପୂଜନର କଥା ଓ ଗାଥା

ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସହରର ବାହାରେ ସାତଟି ଯାତାୟାତ ମାର୍ଗ ପରିବର୍ତ୍ତନ କେନ୍ଦ୍ର ଏବଂ ସହର ଭିତରେ ୩୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଉତ୍ସବ ସମୟରେ ଶ୍ରଦ୍ଧାଳୁଙ୍କ ଯାତାୟାତ ସୁଗମ କରିବା ସହ ସୁରକ୍ଷିତ ଭାବେ ଦେବ ଦୀପାବଳି ପାଳନ ପାଇଁ ସମସ୍ତ ବ୍ୟବସ୍ଥା ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.