ARTICLE AD BOX
ଆୟବହିର୍ଭୂତ ସମ୍ପତ୍ତି (ଡିଏ) ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ଵାରା ବୌଦ୍ଧ ଜିଲ୍ଲା ପୁରୁଣାକଟକର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ କାର୍ତ୍ତିକେଶ୍ୱର ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
/sambad/media/media_files/2026/08/31/c93c87a6-5cea-4549-85a9-6499f207f6fe-2026-08-31-14-52-53.jpg)
ବୌଦ୍ଧ : ଆୟବହିର୍ଭୂତ ସମ୍ପତ୍ତି (ଡିଏ) ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ଵାରା ବୌଦ୍ଧ ଜିଲ୍ଲା ପୁରୁଣାକଟକର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ କାର୍ତ୍ତିକେଶ୍ୱର ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଏକ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିଥିଲା।
୨୦୨୬ ଅଗଷ୍ଟ ୩୧ରେ ମାମଲାର ଶୁଣାଣି କରି ମାନ୍ୟବର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି, ଫୁଲବାଣୀ କାର୍ତ୍ତିକେଶ୍ୱର ସାହୁଙ୍କୁ ୧ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଜେଲ୍ ଭୋଗିବାକୁ ପଡ଼ିବ।
କାର୍ତ୍ତିକେଶ୍ୱର ଅବସରପ୍ରାପ୍ତ ହୋଇଥିବାରୁ ତାଙ୍କ ପେନସନ୍ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାର୍ତ୍ତିକେଶ୍ୱରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ୧୩(୨) ସହିତ ପଠିତ ୧୩(୧)(ଇ) ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

45 minutes ago
1


