ARTICLE AD BOX
ଜୟପୁର:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ମାଧ୍ୟମରେ ଆଟେଣ୍ଡାଣ୍ଟ ଓ ଅନ୍ୟାନ୍ୟ ପଦବୀରେ ଚାକିରି ଯୋଗାଇ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ନେଇ ରବିବାର ସଦର ଥାନାରେ ଦ୍ବାରସ୍ଥ ହୋଇଛନ୍ତି ତିନି ଅଭିଯୋଗକାରୀ। ପ୍ରତିଶ୍ରୁତି ଦେଇ ଟଙ୍କା ନେବା ପରେ ନିଯୁକ୍ତି ନଦେଇ ଏକ ନକଲି ନିଯୁକ୍ତି ପତ୍ର ଧରାଇ ଦେଇଥିବା ନେଇ ପୀଡ଼ିତମାନେ କହିଛନ୍ତି।
୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ
ସୂଚନା ଅନୁସାରେ, ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ହଲବା ନିଜକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି କରୁଥିବା କହି ବିଶ୍ୱାସ ଜନ୍ମାଇଥିଲେ। କେଆରପିସି ଆଉଟ୍ ସୋର୍ସ କୋରାପୁଟ (ୱେଲଫେୟାର ଅଫ୍ ଓଡ଼ିଶା) ନାମକ ଏଜେନ୍ସି ମାଧ୍ୟମରେ ଡାକ୍ତରଖାନାରେ ଆଉଟସୋର୍ସିଂ ଚାକିରି କରାଇଦେବାକୁ କହି ପ୍ରଥମେ ଇନ୍ସୁରାନ୍ସ ଓ ଆଇ-କାର୍ଡ ବାବଦକୁ ଆବେଦନକାରୀଙ୍କଠାରୁ କିସ୍ତି ଆକାରରେ ୫୦୦୦ ଟଙ୍କା ଲେଖାଏଁ ନେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କୁ ଚାକିରି ଦେବା ନାଁରେ ପାଖାପାଖି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅନଲାଇନ୍ ମାଧ୍ୟମରେ ହଡ଼ପ କରିଥିଲେ। ମାସ ମାସ ବିତିଯିବା ପରେ ବି ଚାକିରି ନମିଳିବାରୁ ଏବଂ ନକଲି ନିଯୁକ୍ତି ପତ୍ର ଧରାପଡ଼ିବାରୁ ପୀଡ଼ିତମାନେ ଟଙ୍କା ଫେରସ୍ତ ମାଗିଥିଲେ। ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ ଓକିଲଙ୍କ ଉପସ୍ଥିତିରେ ଏକ ଲିଖିତ ଆପୋସ ଚୁକ୍ତି କରାଯାଇଥିଲା। ଏହି ଚୁକ୍ତି ମୁତାବକ, ଟଙ୍କା ପରିଶୋଧ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତ ନିଜ ସ୍ତ୍ରୀଙ୍କ ନାମରେ ଥିବା ସ୍କୁଟିକୁ ବନ୍ଧକ ସ୍ୱରୂପ ପୀଡ଼ିତଙ୍କ ଜିମାରେ ରଖିଥିଲେ। ମାତ୍ର ଚାଲାଖି କରି ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀ, ପୀଡ଼ିତମାନଙ୍କ ନାମରେ ଓଲଟି ଗାଡ଼ି ଛଡ଼ାଇ ନେଇଥିବା ନେଇ ମିଥ୍ୟା ଏଫ୍ଆଇଆର୍ ଦେଇଥିବା ଅଭିଯୋଗ ହୋଇଛି।
stabbed: ବଚସାରୁ ଛୁରି ମରାମାରି: ରେଳବାଇ କର୍ମଚାରୀ ମୃତ, ଆଉ ଜଣେ ସାଙ୍ଗ ଗୁରୁତର
ଅଭିଯୋଗକାରୀ ଦୀପକ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି, ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଉକ୍ତ ଅଭିଯୁକ୍ତ ୨୦୨୪ ମସିହାରେ ବିସିଂପୁର ଅଞ୍ଚଳର ୭ରୁ ୮ ଜଣ ଲୋକଙ୍କୁ ଚାକିରି ଦେବା ନାଁରେ ପାଖାପାଖି ୧ ଲକ୍ଷ ୩୫ ହଜାର ଟଙ୍କା ଠକି ଜେଲ ଯାଇଥିଲେ। ସ୍ୱାମୀ-ସ୍ତ୍ରୀ ଉଭୟ ମିଶି ଏହିପରି ଭାବେ ବେକାରୀ ଯୁବକଯୁବତୀଙ୍କୁ ଠକୁଥିବା ସନ୍ଦେହ କରାଯାଉଛି। ଅନଲାଇନ୍ ମାଧ୍ୟମରେ ଅର୍ଥ ପୈଠ କରିଥିବା ସମସ୍ତ ପ୍ରମାଣ ସହ ପୀଡ଼ିତମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

1 hour ago
1


