ARTICLE AD BOX
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଜଣେ ବିଜେପି ବିଧାୟକଙ୍କ ଝିଅ ଜଣେ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ଚାପୁଡ଼ା ମାରିଛନ୍ତି। ମାଣ୍ଡ୍ୟା ଜିଲ୍ଲାର ଶ୍ରୀରଙ୍ଗପାଟନା ତାଲୁକର ଆରତୀ ଉକ୍କଡ଼ା ମନ୍ଦିରରେ ସ୍ବତନ୍ତ୍ର ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଏସ୍ଆଇଙ୍କୁ ବିଧାୟକଙ୍କ ଝିଅ ଚାପୁଡ଼ା ମାରିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ଅଗଷ୍ଟ ୧୨ ତାରିଖ ଭୀମ ଅମାବାଶ୍ୟା ଉତ୍ସବ ସମୟରେ ମନ୍ଦିର ପରିସରରେ ରାତି ପ୍ରାୟ ୮.୧୫ ସମୟରେ ଏହି ଘଟଣା ଘଟିଛି। ବିଧାୟକଙ୍କ ଝିଅଙ୍କଠାରୁ ଚାପୁଡ଼ା ଖାଇଥିବା ପୁଲିସ ଅଫିସର୍ ହେଉଛନ୍ତି ସବିତା ପାଟିଲ।
ଆହୁରି ପଢନ୍ତୁ :Charak Jayanti: ପ୍ରିସିଅସ୍ ଲାଇଫ୍ସାଇନ୍ସେସ୍ର ଚରକ ଜୟନ୍ତୀ
, ମାଣ୍ଡ୍ୟା ମହିଳା ଥାନାରେ ସେ ଏସ୍ଆଇ ଅଛନ୍ତି। ଅଭିଯୋଗ ଅନୁଯାୟୀ ବିଧାୟକଙ୍କ ଝିଅ ଐଶ୍ବର୍ଯ୍ୟା ପୁଲିସ ଅଫିସରଙ୍କୁ ପ୍ରଥମେ ଗାଳିଗୁଲଜ କରିଥିଲେ ଏବଂ ପରେ ତାଙ୍କୁ ଚାପୁଡ଼ା ମାରି ତାଙ୍କୁ କାମ କରିବାକୁ ଦେଇନଥିଲେ। ଐଶ୍ବର୍ଯ୍ୟା ହେଉଛନ୍ତି ତୁମାକୁରୁ ରୁରାଲ୍ ବିଧାୟକ ବି ସୁରେଶ ଗୌଡ଼ାଙ୍କ ଝିଅ। ଏହି ଘଟଣାକୁ ନେଇ ପ୍ରବଳ ବିବାଦ ହେବାପରେ ବିଧାୟକ କ୍ଷମା ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ଐଶ୍ବର୍ଯ୍ୟା ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ। କିନ୍ତୁ ମନ୍ଦିରକୁ ପ୍ରବେଶରେ ବିଳମ୍ବ ହେବାରୁ ସେ ମହିଳା ଏସ୍ଆଇଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ପରେ ସବିତା ଐଶ୍ବର୍ଯ୍ୟାଙ୍କ ବିରୋଧରେ ଏକ ଏତଲା ରୁଜୁ କରିଛନ୍ତି।
ଆହୁରି ପଢନ୍ତୁ :President in I-Day eve address: ବିଗତ ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତଗତିରେ ଅଗ୍ରସର ହୋଇଛି: ରାଷ୍ଟ୍ରପତି
ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ବିଧାୟକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅଙ୍କୁ ପୁଲିସ ଅଫିସର ଗାଳି ଗୁଲଜ କରିବାରୁ ଏହି ଘଟଣା ଘଟିଛି। ବିଧାୟକ କହିଛନ୍ତି, ମୋ ଝିଅ ମନ୍ଦିରକୁ ଯାଇଥିଲା। ସେ ମନ୍ଦିରର ପବିତ୍ର ପୂଜାସ୍ଥଳକୁ ଯିବାପାଇଁ ଅନୁରୋଧ କରିଥିଲା। କିନ୍ତୁ ଡ୍ୟୁଟିରେ ଥିବା ପୁଲିସ ଅଫିସର୍ ତାକୁ ଭିତରକୁ ଯିବାପାଇଁ ଦେଲାନାହିଁ। ତେବେ ଏହି ସମାନ ସମୟରେ ଜଣେ ସର୍କଲ ଇନ୍ସପେକ୍ଟରଙ୍କୁ ପବିତ୍ର ପୂଜାସ୍ଥଳକୁ ଯିବାର ଅନୁମତି ମିଳିଲା। ଏହାପରେ ମୋ ଝିଅ ତାଙ୍କୁ ପୁଣିଥରେ ମନ୍ଦିର ଭିତରକୁ ଯିବାପାଇଁ ଅନୁରୋଧ କଲା। କିନ୍ତୁ ସେ ତା’ କଥା ନଶୁଣି ଗାଳି ଗୁଲଜ କଲା। ଏହାପରେ ଝଗଡ଼ା ଆରମ୍ଭ ହେଲା। ବିଧାୟକ କହିଛନ୍ତି, ମୋ ଝିଅ ପୁଲିସ ଅଫିସର୍ଙ୍କୁ ଚାପୁଡ଼ା ମାରୁଥିବାର ଭିଡିଓ ମୁଁ ଦେଖିନାହିଁ। କିନ୍ତୁ ଏଥିପାଇଁ ମୁଁ କ୍ଷମା ମାଗୁଛି।

1 hour ago
1


