Kai Chutney: କାଇ ଚଟଣିକୁ ମିଳିଲା ଜିଆଇ ମାନ୍ୟତା: ଡାଟାବେସ୍ ଅଭାବ ଯୋଗୁ ଝୁଲିରହିଛି ‘ମୁଢ଼ି’

3 hours ago 1
ARTICLE AD BOX

ବାରିପଦା: କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ମୟୂରଭଞ୍ଜର କାଇଚଟଣିକୁ ଭୌଗୋଳିକ ପରିଚୟ ସ୍ୱୀକୃତି(ଜିଆଇ ଟ୍ୟାଗ୍) ମିଳିଛି। ଖାଦ୍ୟ ଉପଯୋଗୀ ସହ ଔଷଧୀୟ ଗୁଣ ଥିବାରୁ ଏହାକୁ ମାନ୍ୟତା ପ୍ରଦାନ କରାଯାଇଛି। ଓୟୁଏଟିର ନିର୍ଦେଶକ୍ରମେ ବାରିପଦାସ୍ଥ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ କାଇଚଟଣିକୁ ନେଇ ଡାଟାବେସ୍ ପ୍ରସ୍ତୁତ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ଜିଆଇ ଟ୍ୟାଗ୍ ପାଇଁ ସୁପାରିସ କରିଥିଲା। କାଇଚଟଣିକୁ ଜିଆଇ ଟ୍ୟାଗ୍ ମିଳିବାର ଅଢ଼େଇବର୍ଷ ହେଲାଣି। ତେବେ ଏହାର ପ୍ରଚାରପ୍ରସାର ହେଉନାହିଁ। 

Vedanta: କଳାହାଣ୍ଡିରେ ବେଦାନ୍ତ ପକ୍ଷରୁ ୩୩୮ଟି ବିଦ୍ୟୁତ୍ଚାଳିତ ସ୍ପ୍ରେୟର ବଣ୍ଟନ

ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ଉଦ୍ୟମ କରୁନଥିବା କୁହାଯାଉଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ‘ମୁଢ଼ି’ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବାକୁ ହକ୍‌ଦାର ହୋଇଥିଲେ ମଧ୍ୟ ପଛରେ ପଡ଼ିଯାଇଛି। ଜିଲ୍ଲାବାସୀଙ୍କ ଅନ୍ୟତମ ମୁଖ୍ୟଖାଦ୍ୟ ମୁଢ଼ି ଆଉ ମୟୂରଭଞ୍ଜରେ ସୀମିତ ନହୋଇ ଦେଶବିଦେଶରେ ମଧ୍ୟ ପହଞ୍ଚିଲାଣି। ବାରିପଦାର ମୁଢ଼ିମାଂସର ସ୍ୱାଦ ନିଆରା। ଚା’ ଦୋକାନରୁ ଆରମ୍ଭକରି ବଡ଼ବଡ଼ ହୋଟେଲରେ ମୁଢ଼ି ଉପଲବ୍ଧ। ଦାବି ସପକ୍ଷରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା ମତ ରଖିଛନ୍ତି।

ମୁଢ଼ିକୁ ଜିଆଇ ମାନ୍ୟତା ମିଳିଲେ ଏହାର ବ୍ୟବସାୟ କରୁଥିବା ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବାରିପଦାସ୍ଥ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ କାଇ ସହ ମୁଢ଼ି ଉପରେ ମଧ୍ୟ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା। ହେଲେ ତାହା ପ୍ରସ୍ତୁତ ହୋଇ ନ ପାରିବାରୁ ମୁଢ଼ିକୁ ଜିଆଇ ମାନ୍ୟତା ପାଇଁ ଜିଲ୍ଲା ପ୍ରଶାସନ ସୁପାରିସ କରିପାରୁନାହିଁ। ‘ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାପରେ ମୁଢ଼ିକୁ ଜିଆଇ ମାନ୍ୟତା ପାଇଁ ସୁପାରିସ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି।

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ

ସୂଚନାଯୋଗ୍ୟ, ମୟୂରଭଞ୍ଜରେ ୬୦୦ ଖ୍ରୀଷ୍ଟାବ୍ଦରୁ କାଇପିମ୍ପୁଡ଼ିର ବ୍ୟବହାର ହୋଇଆସୁଛି। କାଇପିମ୍ପୁଡ଼ି ବଡ଼ବଡ଼ ଶାଳ, କୁସୁମ, ମହୁଲ, ଜାମୁ, ଆମ୍ବ ଆଦି ଗଛରେ ବସାବାନ୍ଧି ରହିଥାନ୍ତି। ଲୋକମାନେ ଗଛଚଢ଼ି, ବସାଭାଙ୍ଗି କାଇ ସଂଗ୍ରହ କରନ୍ତି। କାଇକୁ କାଶ, ଥଣ୍ଡାଜ୍ୱର ପାଇଁ ଔଷଧ ଭାବେ ବ୍ୟବହାର କରାଯାଏ। ସେହିପରି ଅଦା, ରସୁଣ, ଲଙ୍କା, ଧଣିଆପତ୍ର ସହ ମିଶାଇ ଚଟଣି କରାଯାଏ। ଯାହାକୁ ଜନଜାତି ସମ୍ପ୍ରଦାୟର ଲୋକମାନେ ଭାତ ସହ ଖାଇଥାନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.