ARTICLE AD BOX
କଟକ: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ଜାମିନ ଲୋଡ଼ି ମଦନ ମୋହନ ଦଳାଇ ଓ ଅନ୍ୟ ୫ଜଣ ଅଭିଯୁକ୍ତଙ୍କ ତରଫରୁ ଦାୟର ଆବେଦନକୁ ବିରୋଧ କରି ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟରେ ଆପତ୍ତି ସତ୍ୟପାଠ ଦାଖଲ କରାଯାଇଛି। ଏହି ସବୁ ସତ୍ୟପାଠକୁ ରେକର୍ଡ ଭୁକ୍ତ କରିବାକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ନଭେମ୍ବର ୧୧କୁ ଜାମିନ ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମଦନ ମୋହନ ଦଳାଇ, ସୁନୀଲ କୁମାର ହୋତା, ଶିବଶଙ୍କର ଦାଶ ଓରଫ ପିଣ୍ଟୁ, ଯୋଗେନ୍ଦ୍ର ରାଉତୋ ଓରଫ ଯୋଗୀ, ବିପିନ ସ୍ବାଇଁ ଓ କାଳୁଚରଣ ଭୂୟାଁ ଓରଫ କାଳୁଙ୍କ ନିୟମିତ ଜାମିନ ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନରେ ଛାଡ଼ିବାକୁ ହାଇକୋର୍ଟ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇଥିଲେ।

43 minutes ago
1


