Judgement: ସ୍ତ୍ରୀକୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା; ସ୍ବାମୀକୁ ଆଜୀବନ କାରାଦଣ୍ଡ

4 days ago 4
ARTICLE AD BOX

ବେଗୁନିଆପଡା: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢାମ୍ବ ଠାରେ ବିବାହର ୮ ବର୍ଷ ପରେ ସ୍ତ୍ରୀଙ୍କୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। କୋଦଳାସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବ ରଞ୍ଜନ ବେହେରା ଉକ୍ତ ମାମଲାର ଆଜି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ସ୍ବାମୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଏଥି ସହିତ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ସତ୍ତ୍ବେ ଅଧିକ ୬ ମାସ କାରାଦଣ୍ଡାଦେଶ ହୋଇଥିବା ରାୟରେ କୋର୍ଟ ଉଲ୍ଲେଖ କରିଛନ୍ତି। 

ମାମଲାରୁ ଜଣାଯାଏ ଯେ, ୧୧/୧୦/୨୦୨୨ ରେ ବୁଢାମ୍ବ ଠାରେ ସ୍ତ୍ରୀଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସ୍ବାମୀ ସଦାମ ହୁସେନ୍ ନିଜ ସ୍ତ୍ରୀ ସନିମା ବିବିଙ୍କୁ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ପିଡିତା ମହିଳାଙ୍କ ଗତ ୨୩ ଡିସେମ୍ବର ୨୦୨୨ ରେ ମୃତ୍ୟୁ ଘଟିଥିଲା। 

POCSO Court ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଏହି ମାମଲାରେ ସ୍ବାମୀ ସଦାମ ହୁସେନ୍, ଶାଶୁ ସାଇରା ବାନୁ, ୨ ନଣନ୍ଦ ସାଜିଦା ବିବି, ଓ୍ବାହିଦା ବିବିଙ୍କ ନାମରେ କବିସୂର୍ଯ୍ୟନଗର ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ କୋର୍ଟ ମୋଟ ୨୧ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ସ୍ବାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଶାଶୁ ଓ ୨ ନଣନ୍ଦଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଖ୍ଯ ଅଭିଯୁକ୍ତ ସ୍ବାମୀକୁ କୋଦଳା ଉପ କାରାଗାରକୁ ପଠାଇ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.