ARTICLE AD BOX
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କ ବିରୋଧରେ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଓ ତାଙ୍କୁ ତିନି ମାସ ଜେଲଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଟ୍ରାଏଲ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜପାଲ ଓ ଅନ୍ୟମାନଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ଦିଲ୍ଲୀ ହାଇକୋର୍ଟର ବିଚାରପତି ସ୍ବର୍ଣ୍ଣକାନ୍ତା ଶର୍ମାଙ୍କ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି, ରାଜପାଲ ଯାଦବଙ୍କୁ ଅନେକ ସୁଯୋଗ ଦିଆଯାଇଥିଲା କିନ୍ତୁ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିନଥିଲେ। ଜଷ୍ଟିସ ସ୍ବର୍ଣ୍ଣକାନ୍ତା ଟ୍ରାଏଲ କୋର୍ଟଙ୍କ ଦଣ୍ଡାଦେଶକୁ କାୟମ ରଖି ଆସନ୍ତା ତିନିମାସ ରାଜପାଲଙ୍କୁ ଜେଲରେ କାଟିବାକୁ ପଡ଼ିବ ବୋଲି କହିଥିଲେ।
ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ ଲିମିଟେଡ ତରଫରୁ ରୁଜୁ ହୋଇଥିବା ମାମଲା ଶୁଣାଣିବେଳେ କୋର୍ଟ କହିଥିଲେ ଯେ, ରାଜପାଲ ଯାଦବଙ୍କୁ ଋଣ ଫେରସ୍ତ କରିବାକୁ ଅନେକ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେ ଋଣ ଫେରସ୍ତ କରିବାରେ ବିଫଳ ହୋଇଥିଲେ। କୋର୍ଟ ଯାଦବଙ୍କୁ ସାତଟି ମାମଲାରେ ପ୍ରତ୍ୟେକ ମାମଲାରେ ତିନି ମାସର ସରଳ କାରାଦଣ୍ଡ ଶୁଣାଇଛନ୍ତି, ସମସ୍ତ ଦଣ୍ଡ ଏକକାଳୀନ ଚାଲିବ। ହାଇକୋର୍ଟ ଯାଦବଙ୍କୁ ପ୍ରତ୍ୟେକ ମାମଲାରେ ୧. ୦୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ପତ୍ନୀ ରାଧା ରାଜପାଲ ଯାଦବଙ୍କୁ ମଧ୍ୟ ପ୍ରତ୍ୟେକ ମାମଲାରେ ୫ କୋଟି ଟଙ୍କାରୁ ଅଧିକ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଚାରପତି ରାଜପାଲଙ୍କୁ ଉଚ୍ଚ ଅଦାଲତରେ ଆଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ଦୁଇ ମାସ ସମୟ ମଧ୍ୟ ଦେଇଥିଲେ। ଯାଦବ ଓ ଅଭିଯୋଗକାରୀ କମ୍ପାନୀ ମଧ୍ୟରେ ସମାଧାନ ପାଇଁ ବାରମ୍ବାର ବିଫଳ ପ୍ରୟାସ ପରେ ଏପ୍ରିଲ ୨ ରେ ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ।
Rajpal Yadav granted bail: ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜାମିନ୍
ସୂଚନାଯୋଗ୍ୟ, ମେ ୨୦୨୪ରେ ସେସନ୍ସ କୋର୍ଟ ରାଜପାଲ ଯାଦବଙ୍କୁ ଚେକ୍ ବାଉନ୍ସ ମାମଲାରେ ଦୋଷୀ କରିଥିଲେ ଓ ତାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଦେଇଥିଲେ। ଚଳିତ ବର୍ଷ ଫେବ୍ରୁଆରିରେ ହାଇକୋର୍ଟ ରାଜପାଲଙ୍କୁ ଜେଲ ପ୍ରଶାସନ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ କହିଥିଲେ। ରାଜପାଲ ୫ ଫେବ୍ରୁଆରିରେ ଆତ୍ମସମର୍ପଣ କରିଥିଲେ। ତେବେ ଅଭିଯୋଗକାରୀ ପକ୍ଷ ନିକଟରେ ୧.୫ କୋଟି ଟଙ୍କା ଜମା କରିବା ପରେ କୋର୍ଟ ରାଜପାଲଙ୍କ ଜେଲ୍ ଦଣ୍ଡାଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଦେଇଥିଲେ। କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ବକେୟା ଅର୍ଥ ପ୍ରଦାନରେ ବିଫଳ ହୋଇଥିଲେ, ଫଳରେ ଶୁକ୍ରବାର ସେ ଦୋଷୀ ସାବ୍ୟସ୍ତ ହେବା ସହିତ ତାଙ୍କୁ ତିନି ମାସ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା।

1 hour ago
1


