Judgement: ଟିଏମ୍‌ସିକୁ ୮୦୪ କୋଟିର ୪ ବନ୍ଦ ବ୍ୟାଙ୍କ ଖାତା ଖୋଲିବାକୁ ମିଳିଲାନି ଅନୁମତି

46 minutes ago 1
ARTICLE AD BOX

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ୪ଟି ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ ଉପରେ ଲାଗିଥିବା କଟକଣା ହଟାଇବାକୁ ମନା କରିଛନ୍ତି ସୁପ୍ରିମ୍‌କୋର୍ଟ। ଏହି ଖାତାଗୁଡ଼ିକରେ ପ୍ରାୟ ୮୦୪ କୋଟି ଟଙ୍କା ରହିଛି। ଗୁରୁବାର ମାମଲାର ଶୁଣାଣି କରି ଜଷ୍ଟିସ୍‌ ଏମ୍‌ଏମ୍‌ ସୁନ୍ଦରେଶ ଓ ଜଷ୍ଟିସ୍‌ ପି.ବି. ବରାଲେଙ୍କ ଖଣ୍ଡପୀଠ କାଲ୍‌କାଟା ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶରେ ହସ୍ତକ୍ଷେପ କରିନାହାନ୍ତି। ତେବେ ହାଇକୋର୍ଟରେ ବିଚାରାଧୀନ ମୁଖ୍ୟ ମାମଲାର ଶୀଘ୍ର ଶୁଣାଣି ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଏହି ୪ଟି ଖାତା ଇଣ୍ଡିଆନ୍‌ ବ୍ୟାଙ୍କରେ ରହିଛି। ପଶ୍ଚିମବଙ୍ଗ ପୁଲିସ ଜୁଲାଇ ୭ରେ ଏଗୁଡ଼ିକୁ ଫ୍ରିଜ୍‌ କରିଥିଲା। ଏହା ବିରୋଧରେ ମମତାଙ୍କ ଟିଏମ୍‌ସି ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଖାତା ଫ୍ରିଜ୍‌ କରିବା ପାଇଁ ଯେଉଁ ଏଫ୍‌ଆଇଆର୍‌ଗୁଡ଼ିକର ଆଧାର ନିଆଯାଇଛି, ସେଥିରେ ତ୍ରୁଟି ଥିବା ଟିଏମ୍‌ସି ପକ୍ଷରୁ ଦାବି କରାଯାଇଥିଲା। ଅଗଷ୍ଟ ୨୭ରେ ହାଇକୋର୍ଟ ଖାତା ଚଳାଇବାକୁ ଅନ୍ତରୀଣ ଅନୁମତି ଦେବାକୁ ମନା କରିଥିଲେ।

ସୁପ୍ରିମ୍‌କୋର୍ଟରେ ମମତା ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭି ଯୁକ୍ତି ରଖିଥିଲେ। ଖାତାଗୁଡ଼ିକ ଫ୍ରିଜ୍‌ ହେବାରୁ ଦଳର ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୋଇଛି ବୋଲି ସେ କହିଥିଲେ। ଦଳର କାର୍ଯ୍ୟ ଚଳାଇବା ପାଇଁ ମାସକୁ ଅତି କମ୍‌ରେ ୧୨.୧୫ କୋଟି ଟଙ୍କା ଆବଶ୍ୟକ ବୋଲି ଟିଏମ୍‌ସି ପକ୍ଷରୁ ଦର୍ଶାଯାଇଥିଲା। ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ କହିଥିଲେ ଯେ, ମାମଲାର ମୂଳ ପ୍ରସଙ୍ଗ କାଲ୍‌କାଟା ହାଇକୋର୍ଟରେ ବିଚାରାଧୀନ ଥିବାରୁ ଏହି ପର୍ଯ୍ୟାୟରେ ଶୀର୍ଷକୋର୍ଟ ଏହାର ମେରିଟ୍‌ ଉପରେ ମତ ଦେବେ ନାହିଁ। ସମ୍ବିଧାନର ଧାରା ୧୩୬ ଅନୁସାରେ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠ ଅନିଚ୍ଛା ପ୍ରକାଶ କରିଥିଲେ। ମାମଲାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଟିଏମ୍‌ସିର ନିର୍ବାଚନୀ ଚିହ୍ନ ନେଇ ବିବାଦ। 

Election Symbol: ମମତା ବାନାର୍ଜୀ ଓ ବିଦ୍ରୋହୀ ଗୋଷ୍ଠୀକୁ ଉପନିର୍ବାଚନ ପାଇଁ ନୂଆ ନାମ ଓ ଦଳୀୟ ଚିହ୍ନ ମିଳିଲା

ସେପ୍ଟେମ୍ବର ୧୭ରେ ନିର୍ବାଚନ କମିସନ୍‌ ମମତା ବାନାର୍ଜୀ ଓ ଅରୂପ ରାୟଙ୍କ ନେତୃତ୍ୱାଧୀନ ଦୁଇ ଗୋଷ୍ଠୀକୁ ନେଇ ବିବାଦ ଥିବା କହିଥିଲେ। ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଦୁଇ ଗୋଷ୍ଠୀକୁ ଟିଏମ୍‌ସି ନାମ ଓ ‘ଫୁଲ-ଘାସ’ ଚିହ୍ନ ବ୍ୟବହାର ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିସ୍ଥିତିରେ କେଉଁ ଗୋଷ୍ଠୀ ବ୍ୟାଙ୍କ ଖାତା ଚଳାଇବାର ଅଧିକାରୀ, ତାହା ନିର୍ବାଚନ କମିସନ୍‌ରେ ଚାଲିଥିବା ବିବାଦର ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ ବୋଲି ସୁପ୍ରିମ୍‌କୋର୍ଟ ଉଲ୍ଲେଖ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.