ARTICLE AD BOX
କାଳିଆପାଣି (ରବି ନାରାୟଣ କର): ତାମିଲନାଡ଼ୁର ସେଣ୍ଟ୍ ପଲ୍ ଆଣ୍ଡ୍ ପିଟର ସି ଫୁଡ ଏକ୍ସପୋର୍ଟ୍ସ କମ୍ପାନିର ଗ୍ୟାସ୍ ଲିକ୍ ଘଟଣାରେ ନଗଡ଼ା ପଡ଼ୋଶୀ ଗୁହିଆଶାଳ ଗାଁର ଯୁବତୀ ସମ୍ବାରୀ(୧୯) ଅଳ୍ପକେ ବର୍ତ୍ତି ଯାଇଥିଲେ। ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ତାଙ୍କୁ ସେଠାରୁ ସୁରକ୍ଷିତ ଫେରାଇ ଅଣାଯାଇଥିଲା। ସମ୍ବାରୀଙ୍କୁ ଗାଁରେ ଛାଡ଼ିବା ପାଇଁ ସହକାରୀ ଶ୍ରମ ଅଧିକାରୀ ଅଭିଜିତ ଜୟପ୍ରକାଶ ପ୍ରଧାନ(ଏଏଲ୍ଓ)ଙ୍କୁ ପାହାଡ଼ି ଗୁଳାବାଟରେ ୮ କିଲୋମିଟର ଚାଲିଚାଲି ପଡ଼ିଥିଲା। ଗମନାଗମନ ବ୍ୟବସ୍ଥା ନଥିବାରୁ ୪୦ ଉପେକ୍ଷିତ ଜୁଆଙ୍ଗ ପରିବାର ଅତ୍ୟନ୍ତ ଦୟନୀୟ ଭାବେ ରହୁଥିବା ଦେଖାଯାଇଥିଲା।
ଏ ସଂପର୍କିତ ରିପୋର୍ଟ ପାଇ ପ୍ରଭାଗୀୟ ଶ୍ରମ ଆୟୁକ୍ତ(ଡିଏଲ୍ସି) ସତ୍ୟ ନାରାୟଣ ଆଚାର୍ଯ୍ୟ ଚିନ୍ତା ପ୍ରକଟ କରିଥିଲେ। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ଗ୍ରାମବାସୀଙ୍କୁ ସହାୟତା ଉଦ୍ୟମ କରାଯାଇଥିଲା। ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଓ ଓଡ଼ିଶା ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ସୌଜନ୍ୟରେ ଆଜି ଗୁହିଆଶାଳ ଉପକଣ୍ଠ ନାଲିଆଡାବ ଠାରେ ସ୍ବତନ୍ତ୍ର ଶ୍ରମ ସଚେତନତା ତଥା ପଞ୍ଜିକରଣ ପତ୍ର ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା।
108 ambulances: ନଗଡ଼ାକୁ ୧୦୮ ଆମ୍ବୁଲାନ୍ସ ମନା: ନିଜ ବ୍ୟବସ୍ଥା ନିଜେ କରିବାକୁ ପରାମର୍ଶ
ଡିଏଲ୍ସି ଶ୍ରୀ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ସୁକିନ୍ଦା ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି ମୁଖ୍ୟଅତିଥି ଭାବେ ଏହି କାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ। ସମ୍ବାରୀ ପ୍ରଧାନ, ତାଙ୍କ ମାଆବାପା ପାଲେଇ ଓ ନନ୍ଦ ପ୍ରଧାନ ଅତିରିକ୍ତ ଗୁହିଆଶାଳ ଗାଁର ଆଉ ୩୨ ଜଣ ଜୁଆଙ୍ଗ ଜନଜାତି ବାସନ୍ତୀ ପ୍ରଧାନ, ମୁରି ଜୁଆଙ୍ଗ, ଟୁରି ପ୍ରଧାନ, ଚୁନ୍ଦୁରି ପ୍ରଧାନ, ମାକ୍ଡି ଜୁଆଙ୍ଗ, ରଙ୍ଗବତୀ ପ୍ରଧାନ, କୁନିଆଁ ପ୍ରଧାନ, ଗାଲେଇ ପ୍ରଧାନ, ଦେଶ ପ୍ରଧାନ, ସୀମା ପ୍ରଧାନ, କବିରା ପ୍ରଧାନ, ପାତାଙ୍ଗୀ ପ୍ରଧାନ, ବାସୁ ପ୍ରଧାନ, କୈଳାସ ପ୍ରଧାନ, କାଳିଆ ପ୍ରଧାନ, ଲବ ପ୍ରଧାନ, ସୁକୁରା ପ୍ରଧାନ, ରୁପେଇ ପ୍ରଧାନ, ଗୋପି ପ୍ରଧାନ, ମାଧ ପ୍ରଧାନ, ଗଣେଶ ପ୍ରଧାନ, ସୁବର୍ଣ୍ଣ ପ୍ରଧାନ, ଦୁର୍ଜନ ପ୍ରଧାନ, ସାଗର ପ୍ରଧାନ, ବୁଦୁଆ ପ୍ରଧାନ, ଅଷିଣ ପ୍ରଧାନ, ସୁଜୁନା ପ୍ରଧାନ, ସୁନିଆରି ପ୍ରଧାନ, ଗୋବିନ୍ଦ ପ୍ରଧାନ, ବଇଶା ପ୍ରଧାନ, ସୁଜୁନା ପ୍ରଧାନ(ଖ), ଲାଥାଇ ପ୍ରଧାନ ଓ ପବିତ୍ର ପ୍ରଧାନଙ୍କୁ କାର୍ଡ ବଣ୍ଟାଯାଇ ଯୋଜନାରେ ଯୋଡ଼ା ଯାଇଥିଲା।
ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଥିବା ଉପେକ୍ଷିତ ଅଞ୍ଚଳବାସୀ ଶ୍ରମ ବିଭାଗ ସହାୟତାରେ ସରକାରୀ ସୁବିଧା ସୁଯୋଗ ନେବା ପାଇଁ ସେ ଆହ୍ବାନ ଦେଇଥିଲେ। ଡିଏଲ୍ସି ଶ୍ରୀ ଆଚାର୍ଯ୍ୟ ନିର୍ମାଣ ଶ୍ରମିକ କାର୍ଡ ଜରିଆରେ ପଞ୍ଜିକୃତ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ବିଭାଗୀୟ ଜନ କଲ୍ୟାଣକାରୀ ଯୋଜନା ଓ ଆର୍ଥିକ ସହାୟତା ଆଲୋଚନା କରିଥିଲେ। ସୁକିନ୍ଦା ଏଏଲ୍ଓ ଶତାବ୍ଦୀକା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ଏଏଲ୍ଓ ଶ୍ରୀ ପ୍ରଧାନ ଅତିଥି ପରିଚୟ ଓ ଡିଏଲ୍ଓ ଦୀପ୍ତି ରଞ୍ଜନ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଏଏଲ୍ଓ ନିଳିମା କୁମାରୀ ନାୟକ ଓ ଶତରୂପା ସାହୁ, ବିଭାଗୀୟ କର୍ମଚାରୀ ସନ୍ତୋଷ ନାୟକ ଓ ପ୍ରକାଶ ଜେନା, ବ୍ଲକ ଏଡିଇଓ କୈଳାସ ଚନ୍ଦ୍ର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ସାତକୁଲିଆ ଓ କମୁଣ୍ଡେଇ ପାହାଡ଼ି ଇଲାକାରେ ୬ ଘଣ୍ଟାର ଧୁଧୁ ଅବିଶ୍ରାନ୍ତ ବର୍ଷା ସତ୍ତ୍ବେ ହିତାଧିକାରୀମାନେ ଗୁହିଆଶାଳରୁ ୪ କିଲୋମିଟର ଚାଲିଚାଲି ନାଲିଆଡାବ ଆସି ପୁଣି ବର୍ଷାରେ ସମାନ ବାଟରେ ଗାଁକୁ ଫେରିଥିଲେ।

1 hour ago
1
