JP Nadda: ରାଜ୍ୟସଭାରେ ହଲଦ୍ବାନୀ ଶୁଦ୍ଧିକରଣ ପ୍ରସଙ୍ଗରେ ବର୍ଷିଲେ ଖଡ଼ଗେ; ଘଟଣାର ତଦନ୍ତ କରାଯିବ: ନଡ୍ଡା

10 hours ago 1
ARTICLE AD BOX

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ରାଲି ପରେ ଉତ୍ତରାଖଣ୍ଡର ହଲଦ୍ବାନୀ ପଡ଼ିଆର ଶୁଦ୍ଧିକରଣ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଗୁରୁବାର ରାଜ୍ୟସଭାରେ ଖଡ଼ଗେ କହିଛନ୍ତି, ହଲଦ୍ବାନୀ ରାମଲୀଲା ଗ୍ରାଉଣ୍ଡରେ ତାଙ୍କ ଜନସଭା ପରେ ବିଜେପି ସମର୍ଥକମାନେ ଶୁଦ୍ଧିକରଣ ‘ଯଜ୍ଞ’ କରିଥିଲେ। ଖଡ଼ଗେ କହିଛନ୍ତି, ତାଙ୍କ ଜନସଭାରେ ଲକ୍ଷାଧିକ ଲୋକ ଯୋଗ ଦେଇଥିଲେ। ସେ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟ କଥା ଉଠାଇ ନଥିଲେ। କିନ୍ତୁ ତାଙ୍କ ଭାଷଣ ପରେ, ବିଜେପିର ଲୋକମାନେ ସେହି ମଞ୍ଚରେ ‘ଶୁଦ୍ଧିକରଣ’ କରିବା ପାଇଁ ସେଠାରେ ଏକ ହବନ କରିଥିଲେ। ଏହା କ’ଣ ଗଣତନ୍ତ୍ରରେ ପ୍ରଚଳନ ହେବା କଥା କି ବୋଲି ଖଡ଼ଗେ ପ୍ରଶ୍ନ କରିବା ସହିତ ଆପଣ ସମ୍ବିଧାନକୁ କିପରି ସୁରକ୍ଷା ଦେଉଛନ୍ତି ବୋଲି କହିଛନ୍ତି।‌

ଘଟଣାର ତଦନ୍ତ କରାଯିବ

ରାଜ୍ୟସଭାରେ ଗୃହର ନେତା ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏହି ଘଟଣାକୁ ନିନ୍ଦା କରିଛନ୍ତି ଓ କହିଛନ୍ତି ଯେ, ବିଜେପି ଏପରି କାର୍ଯ୍ୟକଳାପକୁ ସମର୍ଥନ କରେ ନାହିଁ। ସେ ଖଡ଼ଗେଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଘଟଣାର ତଦନ୍ତ କରାଯିବ। ନଡ୍ଡା କହିଛନ୍ତି, ଏହା ବାସ୍ତବରେ ଖୁବ୍‌ ଦୁଃଖଦ ଘଟଣା। ସେ ଘଟଣାକୁ ନିନ୍ଦା କରିବା ସହିତ ଜାତୀୟ ସଭାପତି ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି।

Karnataka Protest: କର୍ଣ୍ଣାଟକ ବନ୍ଦ: ତାମିଲନାଡ଼ୁ - କର୍ଣ୍ଣାଟକ ସୀମାରେ ଉତ୍ତେଜନା

ସୂଚନାଯୋଗ୍ୟ, ଖଡ଼ଗେଙ୍କ ରାଲିର ଦୁଇ ଦିନ ପରେ ଅଗଷ୍ଟ ୧୦ ତାରିଖରେ ହଲଦ୍ୱାନୀର ରାମଲୀଳା ଗ୍ରାଉଣ୍ଡରେ ଶ୍ରୀ ରାମ ସେନା ଧାର ମର୍ଥ ସେବା ନ୍ୟାସ ସଂଗଠନର ସଦସ୍ୟମାନେ ଏକ ହବନ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ସଂଗଠନର ସଦସ୍ୟମାନେ କହିଛନ୍ତି ଯେ, ଏହି ପଡ଼ିଆର ଧାର୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ଅଛି ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଏହାକୁ ବ୍ୟବହାର କରିବାକୁ ସେମାନେ ବିରୋଧ କରିଛନ୍ତି। ସେମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଖଡ଼ଗେଙ୍କ ଅଗଷ୍ଟ ୮ ରେ ଭାଷଣ ସମୟରେ ବିବାଦୀୟ ସ୍ଲୋଗାନ ଦିଆଯାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଗୋଦିୟାଲ ଏହି ପ୍ରଥାକୁ ସମାଲୋଚନା କରିଥିଲେ ଓ ଏହା ପଛରେ ବିଜେପି ଥିବା ଅଭିଯୋଗ କରିଥିଲେ। ଗୋଦିୟାଲ ପୁଲିସର ପ୍ରତିକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.