ARTICLE AD BOX
ତେହେରାନ: ଆମେରିକା ଇରାନ ଉପରେ ଆକ୍ରମଣ କରି ଏହାର ଭିତ୍ତିଭୂମିକୁ ବ୍ୟାପକ ଭାବେ କ୍ଷତି ଘଟାଇଛି। ଅନ୍ୟପକ୍ଷରେ ଇରାନ ଦାବି କରିଛି ଯେ, ଜୋର୍ଡାନରେ ମୁତୟନ ଥିବା ଆମେରିକାର ଅନେକ ସାମରିକ ବିମାନ ଓ ଆକାଶରେ ଇନ୍ଧନ ଭର୍ତ୍ତି କରୁଥିବା ବିମାନକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସାହାଯ୍ୟରେଆକ୍ରମଣ କରିଛି କ୍ଷତିଗ୍ରସ୍ତ କରିଦେଇଛି।
ଆହୁରି ପଢନ୍ତୁ:Rath Yatra 2026 Live Update: ଭକ୍ତିରେ ବଡଦାଣ୍ଡ; ଶରଧାବାଲିରେ ତିନି ରଥ
ଇସଲାମିକ୍ ଗଣରାଜ୍ୟର ବିଭିନ୍ନ ସ୍ଥାନରେ ଆମେରିକା ଗୁରୁବାର ରାତିରେ ଆକ୍ରମଣ କରିବା ଯୋଗୁ ଅତି କମରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଇରାନ ଏହା କଡ଼ା ପ୍ରତିଶୋଧ ନେଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବୃଦ୍ଧି ପାଇବା ସହିତ ଜୋର୍ଡାନ ସେନା ତିନିଟି ଇରାନୀ କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିବା କହିବାର କିଛି ଘଣ୍ଟା ପରେ ଇରାନ ଆମେରିକା ବିମାନ ଧ୍ବଂସ କରିଥିବା କହିଛି।
ଆହୁରି ପଢନ୍ତୁ:
ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) ଏରୋସ୍ପେସ୍ ଫୋର୍ସ ଦ୍ୱାରା ଜାରି ଏକ ବିବୃତି ଅନୁଯାୟୀ, ଅପରେସନ୍ନାସର୍ ୨ର ୧୪ତମ ପର୍ଯ୍ୟାୟର ଅଂଶ ଭାବରେ ଦୁଇଟି ପର୍ଯ୍ୟାୟରେ ଆକ୍ରମଣ କରାଯାଇଥିଲା। ଆଇଆରଜିସି କହିଛି ଯେ, ଏହି ଆକ୍ରମଣରେ ଜୋର୍ଡାନରେ ଅବସ୍ଥିତ ଆମେରିକୀୟ ଲଢ଼ୁଆ ବିମାନ ଓ ଆକାଶରେ ଇନ୍ଧନ ଭର୍ତ୍ତି କରୁଥିବା ବିମାନକୁ ଟାର୍ଗେଟ କରିଥିଲା। ତେବେ ନିରପେକ୍ଷ ସୂତ୍ରରୁ ଇରାନ ଆକ୍ରମଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଆମେରିକା ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ।

1 hour ago
1


