ARTICLE AD BOX
ମୁମ୍ବାଇ: ଦେଶର ପ୍ରମୁଖ ଆଇଟି କମ୍ପାନି ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ୯୨୭୯ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ବିଶ୍ବର ପ୍ରତିକୂଳ ବ୍ୟବସାୟିକ ପରିବେଶ ମଧ୍ୟରେ କମ୍ପାନି ଏହି ନିଯୁକ୍ତି ଦେଇଛି। ଏଥିଯୋଗୁ କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ଗତ ଜୁନ୍ ୩୦ ସୁଦ୍ଧା ୫,୯୩,୭୯୮ରେ ପହଞ୍ଚିଛି।
ଗତ ଜାନୁଆରି-ମାର୍ଚ୍ଚ ଅବଧିରେ କମ୍ପାନି ୨୩୫୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। କମ୍ପାନିର ସଂଗଠିତ ନିଟ୍ ଲାଭ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ୧୩,୩୪୯ କୋଟି ଟଙ୍କାରେ ପହଞ୍ଚିଛି। କମ୍ପାନିର ରାଜସ୍ବ ୧୪ ପ୍ରତିଶତ ବୃଦ୍ଧି ଘଟି ୭୨,୨୭୫ କୋଟିରେ ରହିଛି। ବ୍ୟାଙ୍କିଂ ଓ ଆର୍ଥିକ ସେବା ପ୍ରଦାନ କ୍ଷେତ୍ରର ଗ୍ରାହକମାନଙ୍କର ପ୍ରଯୁକ୍ତି ବ୍ୟୟ ବୃଦ୍ଧି ଟିସିଏସ୍ ପାଇଁ ସହାୟକ ହୋଇଛି। ଏଥିସହିତ କମ୍ପାନି ସେୟାର ପିଛା ୧୨ ଟଙ୍କାର ଅନ୍ତରୀଣ ଲାଭାଂଶ ଘୋଷଣା କରିଛି।

1 hour ago
1


