Job promises: ବାଙ୍କୀପୁରରେ ୧୦ ହଜାର ଯୁବକଙ୍କୁ ଚାକିରି ଦେବାକୁ ପ୍ରଶାନ୍ତଙ୍କ ପ୍ରତିଜ୍ଞା‌

4 days ago 4
ARTICLE AD BOX

ପାଟନା‌: ବିହାରର ବାଙ୍କୀପୁରରେ ବିଜେପିର ଦୀର୍ଘ ୩ ଦଶନ୍ଧିର ଦଖଲକୁ ଶେଷ କରିଥିବା ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କି‌ଶୋର ଆଜି ତାଙ୍କ ନିର୍ବାଚନମଣ୍ଡଳୀର ବେକାର ଯୁବକଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର ଯୁବକଙ୍କୁ ଚାକିରି ଦିଆଯିବ ବୋଲି ସେ କହିଛନ୍ତି। 

ପ୍ରଶାନ୍ତ କି‌ଶୋର ତାଙ୍କ ନିର୍ବାଚନମଣ୍ଡଳୀରେ ପରିବାରଗୁଡ଼ିକୁ ସେମାନଙ୍କ ଶିକ୍ଷିତ କିନ୍ତୁ ବେରୋଜଗାର ପିଲାଙ୍କ ବାୟୋଡାଟା ତାଙ୍କ ଅଫିସ୍‌କୁ ପଠାଇବା ପାଇଁ କହିଛନ୍ତି। ଅଗଷ୍ଟ ୩ ଉପନିର୍ବାଚନ ବିଜୟ ପରେ କିଶୋର ବାଙ୍କୀପୁରକୁ ତାଙ୍କ ପ୍ରଥମ ଗସ୍ତ ସମୟରେ ଏହି ଘୋଷଣା କରିଛନ୍ତି। ଭୋଟରମାନେ ପ୍ରଶାନ୍ତଙ୍କ ଉପରେ ଭରସା ଦେଖାଇଥିବାରୁ ସେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ବିଜୟ ପରେ ତାଙ୍କ ନିର୍ବାଚନମଣ୍ଡଳୀରୁ ଦୂରେଇ ରହି ସମାଲୋଚନାର ଶିକାର ହେବାରୁ ପ୍ରଶାନ୍ତ ସର୍ବସାଧାରଣରେ ଦେଖା ଦେଇଛନ୍ତି। ସେ କହିଛନ୍ତି, ମୁଁ କେଉଁଠାକୁ ଯାଉନାହିଁ। ମୁଁ ଆପଣମାନଙ୍କ ପାଇଁ କାମ କରୁଛି। ପ୍ରଶାନ୍ତ କହିଛନ୍ତି, ଦେଶରେ ବିଭିନ୍ନ ପ୍ରାଇଭେଟ୍‌ ‌ସେକ୍ଟର ଚାକିରି ପାଇଁ ‌ସେ ଜାଣିଥିବା କମ୍ପାନିଗୁଡ଼ିକ ସହ ଯୋଗାଯୋଗ କରିବେ। ତେବେ କିଶୋର ସ୍ପଷ୍ଟ କରିଛନ୍ତି ‌ଯେ ସେ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଉନାହାନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଯୁବପିଢ଼ିଙ୍କୁ ବିହାର ବାହାରକୁ ଯାଇ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ଜନ ସୁରାଜ ପାର୍ଟି ବିହାରରେ କ୍ଷମତାକୁ ଆସିଲେ ପରିସ୍ଥିତି ବଦଳିଯିବ ବୋଲି ସେ କହିଛନ୍ତି।

Allegations of vote rigging: ବିହାର ନିର୍ବାଚନରେ ଭୋଟ ଚୋରି, ମିଥ୍ୟା ଶପଥପତ୍ର ଦାଖଲ ନେଇ ଅଭିଯୋଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.