JNU Harassment: ଜେଏନ୍‌ୟୁ ‌ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦ ଆକୋଇଜାମଙ୍କୁ ସମନ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ବହିଷ୍କୃତ ପ୍ରଫେସର ତଥା କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ଗୁରୁବାର ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ସମନ ଜାରି କରି ନୋଟିସ କରିଛି।

ଜେଏନ୍‌ୟୁର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୧୧ତାରିଖରେ ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ ଏକ ଏତଲା ରୁଜୁ କରାଯାଇଥିଲା। ଆକୋଇଜାମଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

ବିଜେପି କଂଗ୍ରେସକୁ ତୀବ୍ର ଆକ୍ରମଣ

ରିପୋର୍ଟ ଅନୁଯାୟୀ, ମେ ମାସରେ ଆକୋଇଜାମଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ‌ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ବିଶ୍ବବିଦ୍ୟାଳୟ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ପରେ ଆକୋଇଜାମଙ୍କୁ ବହିଷ୍କାର କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ ତୀବ୍ର ଆକ୍ରମଣ କରିଛି।

DMRC: ପ୍ରତିବାଦ ବେଳେ କୌଣସି ମେଟ୍ରୋ ସେବା ବାତିଲ ହୋଇନଥିଲା: ସୁପ୍ରିମକୋର୍ଟରେ ଜବାବ ରଖିଲା ଡିଏମ୍‌ଆର୍‌ସି

Read Entire Article
LEFT SIDEBAR AD

Hidden in mobile, Best for skyscrapers.