ARTICLE AD BOX
ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀ କରିବେ ତ୍ରିରଙ୍ଗା ଯାତ୍ରାରାଞ୍ଚି: ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଝାଡ଼ଖଣ୍ଡରେ ଚାକିରି ଆଶାୟୀଙ୍କ ଆନ୍ଦୋଳନ ଶୁକ୍ରବାର ୨୧ତମ ଦିନରେ ପହଞ୍ଚିଛି। ଜେପିଏସ୍ସି-ଜେଏସଏସସି ସଂସ୍କାର ମଞ୍ଚ ବ୍ୟାନର ତଳେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ୧୫ ଶନିବାର ରାଞ୍ଚିରେ ‘ତ୍ରିରଙ୍ଗା ଯାତ୍ରା’ କରିବାକୁ ଯୋଜନା କରିଛନ୍ତି। ଆନ୍ଦୋଳନରତ ଛାତ୍ର କହିଛନ୍ତି, ଏହି ତ୍ରିରଙ୍ଗା ଯାତ୍ରା ସେମାନଙ୍କ ଆନ୍ଦୋଳନକୁ ଆହୁରି ମଜବୁତ କରିବ।
ଆହୁରି ପଢନ୍ତୁ :Second Flood Hits Bhadrak ସାଳନ୍ଦୀ, ବୈତରଣୀର ଦ୍ୱିତୀୟ ବନ୍ୟାଜଳ, ଦୁର୍ଦ୍ଦଶା ହଟିନଥିଲା, ପୁଣି ପାଣି ମାଡ଼ିଆସିଲା
ଅଗଷ୍ଟ ୧୦ରେ ରାଜ୍ୟ ବିଧାନସଭା ଅଭିମୁଖେ ହୋଇଥିବା ପଦଯାତ୍ରା ସମୟରେ ଘଟିଥିବା ହିଂସା ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍ ନ କରିବାକୁ ସେମାନେ ରାଞ୍ଚି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।ଛାତ୍ରଛାତ୍ରୀମାନେ ନିଯୁକ୍ତି ପରୀକ୍ଷାରେ ଅଧିକ ସ୍ୱଚ୍ଛତା, ଅନେକ ପରୀକ୍ଷାକୁ ବାତିଲ୍ କରିବା ଏବଂ ସିବିଆଇ କିମ୍ବା ଝାଡ଼ଖଣ୍ଡ ବାହାରୁ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ସ୍ୱାଧୀନ ତଦନ୍ତ ଦାବି କରୁଛନ୍ତି।
ଆହୁରି ପଢନ୍ତୁ :SAD: ହସ୍ପିଟାଲରୁ ଡିସଚାର୍ଜ ହେବାପରେ ବାଦଲ କହିଲେ ମୁଁ ଭୟ କରୁନି
ଊଲ୍ଲେଖଯୋଗ୍ୟ ରାଞ୍ଚି ଏସ୍ପି ପାରସ ରାଣାଙ୍କ କହିବା ଅନୁଯାୟୀ, ବିଧାନସଭା ଥାନାରେ ରୁଜୁ ହୋଇଥିବା ମାମଲାରେ ନିଷେଧାଜ୍ଞା ଉଲ୍ଲଂଘନ, ସରକାରୀ ସମ୍ପତ୍ତି ନଷ୍ଟ କରିବା ଏବଂ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଭଳି ଅଭିଯୋଗ ରହିଛି। ହାଟିଆ ଡିଏସ୍ପି ନୀରଜ କୁମାର କହିଛନ୍ତି ଯେ, ଏପର୍ଯ୍ୟନ୍ତ କାହାକୁ ଗିରଫ କିମ୍ବା ଅଟକ କରାଯାଇନାହିଁ। ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଭିଡିଓ ଫୁଟେଜ୍ ଯାଞ୍ଚ କରୁଛି। ଏହି ସଂଘର୍ଷରେ ୧୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହାପରେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ମାଡ଼ ଏବଂ ପାଣିମାଡ଼ କରିଥିଲା।
ଆହୁରି ପଢନ୍ତୁ :Independence Day Live: ପଲ୍ଲୀରୁ ଦିଲ୍ଲୀ ଯାଏଁ... ଏଠାରେ ପଢ଼ନ୍ତୁ ସ୍ୱାଧୀନତା ଦିବସର ପ୍ରତିଟି ଅପ୍ଡେଟ୍
ଲୁହବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରାଯାଇଥିଲା। ତେବେ ଜେପିଏସ୍ସି-ଜେଏସଏସସି ସଂସ୍କାର ମଞ୍ଚର ନେତା ରବୀନ୍ଦ୍ର ପାସୱାନ ସରକାରଙ୍କୁ ପ୍ରକୃତ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍ ନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ‘ପ୍ରଶାସନ ଯଦି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି, ତେବେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ କୌଣସି ଛାତ୍ରଙ୍କ ବିରୋଧରେ ଏତଲା ରୁଜୁ ନ କରିବାକୁ ଆମେ ପ୍ରଶାସନଓ ଝାଡ଼ଖଣ୍ଡ ସରକାରଙ୍କୁ ଅନୁରୋଧ କରୁଛୁ।

1 hour ago
2


