Jharigam school hostel ୧୬୦ ଛାତ୍ର ହଷ୍ଟେଲ ଛାଡ଼ିବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ, ହେବ ପୁଣି ତଦନ୍ତ

1 week ago 4
ARTICLE AD BOX

ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ତଦନ୍ତ

ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୁଣି ହେବ ଯାଂଚ

ଝରିଗାଁ/ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ସାନ ଟେମେଟା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଛାତ୍ରବାସରେ ପରିଚାଳନାରେ ଅବ୍ୟବସ୍ଥା ଓ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ କରି ୧୬୦ଜଣ ଛାତ୍ର ଗତକାଲି (ଗୁରୁବାର) ହୋଷ୍ଟେଲ୍‌ ଛାଡ଼ିଥିଲେ। ଏହି ଘଟଣାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି (ଶୁକ୍ରବାର) ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜିଲ୍ଲାପାଳ ଓ ଜିଲ୍ଲା ଯୋଜନା କିମିଟି ଅଧ୍ୟକ୍ଷ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। 

ngp-temera-1 (3)


ପ୍ରାଥମିକ ଅନୁସନ୍ଧାନପରେ ହୋଷ୍ଟଲ୍‌ରେ ବ୍ୟାପକ ଅବହେଳା ସ୍ପଷ୍ଟ ହେବା ପରେ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣାଙ୍କୁ ନିଲମ୍ବିତ କରାଯାଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ବିଦ୍ୟାଳୟର ଶିକ୍ଷକ ଗଣେଶ ରାମ ନାୟକଙ୍କୁ ଦାୟିତ୍ବ ଦିଆଯାଇଛି । 

ଏହା ବ୍ୟତୀତ ଆଜି ଜିଲ୍ଲାପାଳ ଡ ମହେଶ୍ବର ସ୍ବାଇଁ ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ  ଉକ୍ତ ସ୍କୁଲ ଓ ହୋଷ୍ଟେଲ୍‌ ପରିଦର୍ଶନ କରି ଛାତ୍ରଙ୍କ ସହ ‌ଆଲୋଚନା କରିଛନ୍ତି। ସେହିଭଳି ବିଦ୍ୟାଳୟର ଭିତ୍ତିଭୂମି, ପରିବେଶ, ପରିଚ୍ଛନ୍ନତା,  ଗୋଦାମ ଓ ଶୌଚାଳୟ ଗୁଡିକୁ ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଗତକାଲିର ଘଟଣାକୁ ଦୁର୍ଭାଗ୍ୟ ଜନକ ପରିସ୍ଥିତି ବୋଲି କହିବା ସହ ନୂତନ ହଷ୍ଟେଲ ଗୃହ ପାଇଁ ପ୍ରସ୍ଥାବ ଦିଆଯାଇଥିବା କହିଛନ୍ତି। ସେହିଭଳି ଅନ୍ତେବାସୀ ରହୁଥିବା ଛାତ୍ରାବାସ ଓ ଶୌଚାଳୟ ଗୁଡିକୁ ମରାମତି କରାଯିବ ବୋଲି କହିଛନ୍ତି। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଯାଂଚ ଦଳ ଗଠନ କରାଯାଇ ଖାଦ୍ୟ ସାମଗ୍ରୀର ମାନକୁ ନେଇ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। 

ngp-temera-1 (2)

ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ମାଝୀ ଗତକାଲିର ଘଟଣାକୁ ନେଇ ବିଦ୍ୟାଳୟର ଶିକ୍ଷକ ଓ ଅନ୍ତୋବସୀ ପୁଅ ଓ ଝିଅଙ୍କ ସହ ଆଲୋଚନା କରିଥିବା କହିବା ସହ ଘଟଣାକୁ ନେଇ ଯେଉଁ ମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।  

Fraud in Post office ଜାଲ୍‌ ହିତାଧିକାରୀଙ୍କ ନାମରେ ୩୦କୋଟି ଟଙ୍କା ହେରଫେର, ଝରିଗାଁ ସବ୍‌ ପୋଷ୍ଟମାଷ୍ଟର ନିଲମ୍ବିତ

ଏହି ଗସ୍ତରେ ପିଏ ଆଇଟିଡିଏ ରାଜୀବ କୁମାର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ,ଡବ୍ଲଇଓ ଅମିତ କୁମାର ନାୟକ ଉପସ୍ଥିତ ଥିଲେ।

Berhampur engineering student death ହୋଷ୍ଟେଲ୍‌ରେ ଇଂଜିନିୟରିଂ ଛାତ୍ରୀ ଆତ୍ମହତ୍ୟା ଘଟଣା: ମନ୍ତ୍ରୀଙ୍କ ପୁତୁରା ଗିରଫ
୧୯୬୮ମସିହାରେ ସାନ ଟେମେରା ବିଦ୍ୟାଳୟ ସ୍ଥାପନ ହୋଇଥିଲା।୨୦୧୭ ମସିହାରେ ଶିକ୍ଷା ବିଭାଗ ପକ୍ଷରୁ ଦୁଇ ଶହ ବିଶିଷ୍ଟ ଛାତ୍ରାବାସ ଖୋଲିଥିଲେ ହେଁ ୨ଟି ଶ୍ରେଣୀଗୃହରେ ଛାତ୍ରବାସ ଖୋଲାଯାଇଥିଲା। ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୧୭ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଏଥି ମଧ୍ୟରେ ଛାତ୍ରାବାସରେ ଷଷ୍ଠରୁ ଦଶମ ଶ୍ରେଣୀର ୧୬୦ ଜଣ ଅନ୍ତୋବସୀ ରହି ପଢୁଛନ୍ତି। ଦିନରେ ଶ୍ରେଣୀ ଓ ରାତିରେ ଏହି ଦୁଇ ରୁମ ଛାତ୍ରବାସ ‌ଭାବେ ପରିବର୍ତ୍ତନ ହେଉଛି। ଗତକାଲି (ଗୁରୁବାର) ବିଦ୍ୟାଳୟର ୧୬୦ ଜଣ ହଷ୍ଟେଲ ଛାତ୍ର ନିମ୍ନ ମାନର ଖାଦ୍ୟ ପ୍ରଦାନ ସହ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଥିବା ନେଇ ଘର ମୁହାଁ ହଉଥିଲେ। ପ୍ରାୟ ୧୦ କିଲୋମିଟର ଦୂର ଆସିବା ପରେ ଝରିଗାଁ ବ୍ଲକ୍‌ ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ଥିବା ଦୁକାଲୁପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ର ମାନଙ୍କୁ ନେଇ ରଖି  ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବା ସହ ହଷ୍ଟେଲ ଫେରି ଯିବା  ବୁଝାସୁଝା କରିଥିଲେ। ପରେ କିଛି ଛାତ୍ର ହଷ୍ଟେଲ ଯାଇଥିବା ବେଳେ କିଛି ଛାତ୍ର ଘରକୁ ଫେରି ଯାଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.