Jewellery: ଚାନ୍ଦି ଭଣ୍ଡାରର ‘ଚକା ନୟନ’ ସମ୍ଭାର

3 hours ago 2
ARTICLE AD BOX

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ରଥଯାତ୍ରା ଉପଲକ୍ଷେ ପୁରୁଷମାନଙ୍କ ପାଇଁ ‘ଚକା ନୟନ’ ସମ୍ଭାର ଉନ୍ମୋଚନ କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଚକ୍ଷୁ ଦ୍ବାରା ଅନୁପ୍ରାଣିତ ହୋଇ ଏହି ସମ୍ଭାରକୁ ୯୨.୫ ଷ୍ଟର୍ଲିଂ ରୁପା ଓ ୟୁଭି ପ୍ରିଣ୍ଟ୍‌ ଏନାମେଲ୍‌ରେ ପ୍ରସ୍ତୁତ କରାଯାଇଛି। ଏହି ସମ୍ଭାରରେ ରହିଛି ପେଣ୍ଡେଣ୍ଟ, ଚେନ, ବ୍ରେସ୍‌ଲେଟ୍‌ ଓ ମୁଦି, ଯେଉଁଥିରେ ନୀଳଚକ୍ର, ଦକ୍ଷିଣବର୍ତ୍ତ ଶଙ୍ଖ, ତିଳକ, ମନ୍ଦିର କାରୁକାର୍ଯ୍ୟ ଓ ରଥର ବିଭିନ୍ନ ଅଂଶର ପ୍ରତୀକ ଦେଖିବାକୁ ମିଳିବ।

ଚାନ୍ଦି ଭଣ୍ଡାର ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ‘ଜୟ ଜଗନ୍ନାଥ’ ସମ୍ଭାର ମଧ୍ୟ ଆଣିଛି। ଆନିମେସନ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ସହ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ବାଲ୍‌ ଜଗନ୍ନାଥ ବ୍ରେସ୍‌ଲେଟ୍‌, ପେଣ୍ଡେଣ୍ଟ ଆଦି ରହିଛି। ଚାନ୍ଦି ଭଣ୍ଡାରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଗହଣା ସମ୍ଭାର ଓ ପିଲାଙ୍କ ପାଇଁ ଟ୍ରେଜର୍ସ କଲେକ୍ସନ ମଧ୍ୟ ରହିଛି।

Jewellery collection: ସାବିତ୍ରୀ ଉପଲକ୍ଷେ ଚାନ୍ଦି ଭଣ୍ଡାରର ‘ସଙ୍ଗମ’ କଲେକ୍ସନ

ରଥଯାତ୍ରା ଅବସରରେ ଚାନ୍ଦି ଭଣ୍ଡାର ପକ୍ଷରୁ ଚକା ନୟନ ସମ୍ଭାର ଉପରେ ଫ୍ଲାଟ୍‌ ୧୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ଏହି ଅଫର ଜୁଲାଇ ୨୬ ପର୍ଯ୍ୟନ୍ତ ରହିବ। ଏହି ଅବସରରେ ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍‌ସା ହଂସ କହିଚନ୍ତି ଯେ ଚକା ନୟନ ସମ୍ଭାର ହେଉଛି ମହାପ୍ରଭୁ ଜଗନ୍ନାଥ ଓ ଆମ ସମସ୍ତଙ୍କୁ ଏକତ୍ର କରୁଥିବା ବିଶ୍ବାସ ପ୍ରତି ଆମର ବିନମ୍ର ଶ୍ରଦ୍ଧାଞ୍ଜଳି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.