Jewellery collection: ଜୟଆଲୁକ୍କାସର ପ୍ରାଇମୋରା ହୀରା ଗହଣା ସମ୍ଭାର

3 weeks ago 11
ARTICLE AD BOX

ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ନୂଆ ହୀରା ଗହଣା ସମ୍ଭାର ‘ପ୍ରାଇମୋରା’କୁ ଉନ୍ମୋଚନ କରାଯାଇଛି। କୋଚିଳା ଖାଇ ପକ୍ଷୀରୁ ଅନୁପ୍ରାଣିତ ହୋଇ ଏହି କଲେକ୍ସନକୁ ପ୍ରସ୍ତୁତ କରାଯାଇଛି। ଏହି ପକ୍ଷୀର ରଙ୍ଗ ଓ ଆନୁଗତ୍ୟକୁ ନେଇ ଜୟଆଲୁକ୍କାସ ପ୍ରକୃତିର ସୁନ୍ଦର କାହାଣୀଗୁଡ଼ିକୁ ଆକର୍ଷଣୀୟ ଗହଣାରେ ରୂପାନ୍ତରିତ କରିଛି। ଭଲ ପାଇବା, ଅର୍ଥପୂର୍ଣ୍ଣ ସମ୍ପର୍କ ଓ ଚିରକାଳ ବନ୍ଧନକୁ ଏହି ଗହଣାଗୁଡ଼ିକ ପାଳନ କରୁଛି। ରୁପାଲି ଛକସ୍ଥିତ ଜୟଆଲୁକ୍କାସ ସୋରୁମରେ ଗ୍ରାହକମାନଙ୍କ ଉପସ୍ଥିତିରେ ନୂଆ ସମ୍ଭାରକୁ ଉନ୍ମୋଚନ କରାଯାଇଛି।

ଏ ସମ୍ପର୍କରେ ଜୟଆଲୁକ୍କାସ ଗ୍ରୁପ୍‌ର ଅଧ୍ୟକ୍ଷ ଡକ୍ଟର ଜୟ ଆଲୁକ୍କାସ କହିଛନ୍ତି ଯେ ଗହଣାରେ ଅର୍ଥ ଖୋଜୁଥିବା ଗ୍ରାହକମାନଙ୍କୁ ନଜରରେ ରଖି ‘ପ୍ରାଇମୋରା’ ସମ୍ଭାରକୁ ପ୍ରସ୍ତୁତ କରାଯାଇଛି। କଳାତ୍ମକ ଡିଜାଇନ ଓ ଉତ୍କୃଷ୍ଟ କାରିଗରୀ ସହ ମିଶାଇ ସେଗୁଡ଼ିକୁ ତିଆରି କରାଯାଇଛି। ଗୁଣାତ୍ମକ ମାନ, ନବସୃଜନ ଓ ଗ୍ରାହକ ଉଲ୍ଲାସ ପ୍ରତି ଜୟଆଲୁକ୍କାସର ରହିଥିବା ପ୍ରତିବଦ୍ଧତାକୁ ଏହି ଗହଣା ସମ୍ଭାର ସୁଦୃଢ଼ କରିଛି ବୋଲି ସେ କହିଛନ୍ତି।

Farmers’ Protest କୃଷକଙ୍କ ସୁରକ୍ଷା ନେଇ ସେପ୍ଟେମ୍ବର ୧୫ରୁ ରାଜ୍ୟବ୍ୟାପୀ କଂଗ୍ରେସ କରିବ ପ୍ରତିବାଦ

Read Entire Article
LEFT SIDEBAR AD

Hidden in mobile, Best for skyscrapers.