ARTICLE AD BOX
ବଡ଼ସାହି: ମନରେଗାରେ ଚାଲିଥିବା ଗୋଟିଏ ରାସ୍ତାର ବିଲ୍ କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜଜିଲ୍ଲା ବଡ଼ସାହି ବ୍ଲକ୍ର କନିଷ୍ଠ ଯନ୍ତ୍ରୀଙ୍କୁ କାବୁ କରିଛି ବାରିପଦା ଭିଜିଲାନ୍ସ ଟିମ୍। ଗିରଫ ଅଭିଯୁକ୍ତ ହେଉଛନ୍ତି ସୁଶୀଲ କୁମାର ସିଂ।
ସୂଚନା ମୁତାବକ, ମନରେଗାରେ ବଡ଼ସାହି ବ୍ଲକ୍ ଟଙ୍ଗାଶୋଳ ପଞ୍ଚାୟତର ଲେମ୍ବୁ ସାହିଠାରୁ କେନ୍ଦୁଆ ଯାଏ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋରମ୍ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଉକ୍ତ କାର୍ଯ୍ୟର ଅନ୍ତିମ ବିଲ୍ କରାଇ ଦେବାକୁ ଗ୍ରାମ ସଂଯୋଜକ (ଜିଆର୍ଏସ୍) ସୁନାରାମ ସୋରେନ ଜେଇଙ୍କ ନିକଟକୁ ବାରମ୍ବାର ଯାଇଥିଳେ। ବିଲ୍କରାଇଦେବାକୁ ହେଲେ ୩୨ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି କନିଷ୍ଠଯନ୍ତ୍ରୀ ସୁଶୀଲ କୁମାର ସିଂ ଦାବି କରିଥିଲେ। ଏନେଇ ସୁନାରାମ ଭିଜିଲାନ୍ର ଦ୍ବାରସ୍ଥ ହୋଇଥିଲେ।
/filters:format(webp)/sambad/media/media_files/2026/07/10/accused-je-vigilance-2026-07-10-20-08-59.jpeg)
ଆଜି (ଶୁକ୍ରବାର) ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୁନାରାମଙ୍କଠୁ ୩୨ ହଜାର ଟଙ୍କା ସୁଶୀଲ ନେଉଥିଲେ। ଏତିକିବେଳେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ବାରିପଦା ଭିଜିଲାନ୍ସ ଟିମ୍ ସୁଶୀଲଙ୍କୁ ମାଡ଼ି ବସିଥିଲା। ତାଙ୍କଠାରୁ ରଙ୍ଗ ବୋଳା ସମସ୍ତ ଟଙ୍କା ସମେତ ରାସ୍ତା ସମସ୍ତ କାଗଜପତ୍ର ଜବତ କରିଥିଲା । କନିଷ୍ଠଯନ୍ତ୍ରୀଙ୍କୁ ଗିରଫ କରାଯିବା ସହିତ ବାରିପଦାସ୍ଥିତ ତାଙ୍କ ଭଡ଼ାଘର ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲା। ବାରିପଦା ଭିଜିଲାନ୍ସ ଇନ୍ସପେକ୍ଟର ଇନ୍ଚାର୍ଜ ବିକାଶ ସ୍ବାଇଁ ସଦଳବଳ ଏହି ଚଢ଼ାଉରେ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ସୁଶୀଲ ସିଂ ବଡ଼ସାହି ବ୍ଲକ୍ର ଟଙ୍ଗାଶୋଳ ପଞ୍ଚାୟତ ସମେତ ପୂର୍ଣ୍ଣଚନ୍ଦ୍ରପୁର, ମାଣତ୍ରୀ, ମାନଗୋବିନ୍ଦପୁର, ଶାଳଗାଁ ଆଦି ୫ ଗୋଟି ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ତେବେ ଅଧିକ ତଦନ୍ତ କଲେ ଅନ୍ୟ ପଞ୍ଚାୟତରେ ମଧ୍ୟ ଏହିପରି ବହୁ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

1 hour ago
1


