ARTICLE AD BOX
ଟୋକିଓ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ର ଅପବ୍ୟବହାରକୁ ନେଇ ଜାପାନରୁ ଏକ ଚଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଜାପାନର ଜଣେ ୧୫ ବର୍ଷୀୟ ହାଇସ୍କୁଲ ଛାତ୍ର ପ୍ରସିଦ୍ଧ ଆନିମେ ଷ୍ଟ୍ରିମିଂ ପ୍ଲାଟଫର୍ମ ''ବାନ୍ଦାଇ ଚାନେଲ'' ଉପରେ ସାଇବର ଆକ୍ରମଣ କରିବା ପାଇଁ ଏଆଇ ‘ଚାଟଜିପିଟି’ର ସହାୟତା ନେଇଥିବା ଅଭିଯୋଗରେ ଟୋକିଓ ପୋଲିସ ଦ୍ୱାରା ଗିରଫ ହୋଇଛି। ଏହି ସାଇବର ଆଟାକ୍ ଯୋଗୁଁ କମ୍ପାନୀର ବ୍ୟବସାୟିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବା ସହ ପ୍ରାୟ ୪୬,୮୧୨ ଜଣ ଗ୍ରାହକଙ୍କ ସଦସ୍ୟତା (ସବସ୍କ୍ରିପସନ୍) ସେମାନଙ୍କ ଅଜାଣତରେ ବାତିଲ ବା ଡିଲିଟ୍ ହୋଇଯାଇଥିଲା।
ଆହୁରି ପଢନ୍ତୁ :Donald Trump:ଇରାନ ସହ ଅସ୍ତ୍ରବିରତି ସମାପ୍ତ କଲେ ଟ୍ରମ୍ପ
ଟୋକିଓ ମେଟ୍ରୋପଲିଟନ ପୋଲିସ ଅନୁଯାୟୀ, ଗତ ନଭେମ୍ବର ୨୦୨୫ରେ ଏହି ନାବାଳକ ଛାତ୍ର ଜଣକ ଉକ୍ତ ଆନିମେ ପ୍ଲାଟଫର୍ମର ସୁରକ୍ଷା ବ୍ୟବସ୍ଥାରେ ଥିବା ଏକ ବୈଷୟିକ ତ୍ରୁଟି ଖୋଜି ପାଇଥିଲା ଏବଂ ପରେ ସେଠାରୁ ଆକାଉଣ୍ଟ ଡିଲିଟ୍ କରିବା ପ୍ରକ୍ରିୟାକୁ ସ୍ୱୟଂଚାଳିତ କରିବା ପାଇଁ ଏକ ମାଲିସିଅସ୍ ସଫ୍ଟୱେର୍ ପ୍ରସ୍ତୁତ କରିଥିଲା।
ଆହୁରି ପଢନ୍ତୁ :Canada:ନିଜ୍ଜର ହତ୍ୟା ମାମଲାରେ ଭାରତର କୌଣସି ଭୂମିକା ନାହିଁ
ପୋଲିସ ଜେରା ସମୟରେ ଅଭିଯୁକ୍ତ ଛାତ୍ରଜଣକ ନିଜର ଦୋଷ ସ୍ୱୀକାର କରି କହିଛି, "ମୁଁ ନିଜେ ସଦସ୍ୟତା ପ୍ରତ୍ୟାହାର ପ୍ରକ୍ରିୟାର ସୋର୍ସ କୋଡ୍ ପ୍ରସ୍ତୁତ କରିଥିଲି, କିନ୍ତୁ ଏଥିରେ ଅଧିକ ସମୟ ଲାଗୁଥିବାରୁ ମୁଁ ଚାଟଜିପିଟିକୁ ଏକ ଭିନ୍ନ ପ୍ରୋଗ୍ରାମିଂ ଭାଷାରେ ଏହାକୁ ଶୀଘ୍ର ଶେଷ କରିବା ପାଇଁ ସହାୟତା ମାଗିଥିଲି।" ଗତ ନଭେମ୍ବର ୪, ୨୦୨୫ରେ ସେ କମ୍ପାନୀର ସର୍ଭରକୁ ଭୁଲ୍ କମାଣ୍ଡ ପଠାଇ ହଜାର ହଜାର ଆକାଉଣ୍ଟ ବନ୍ଦ କରିଦେଇଥିଲା, ଯାହାକୁ ସ୍ୱାଭାବିକ କରିବା ପାଇଁ କମ୍ପାନୀକୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ଲାଗିଥିଲା। ପୋଲିସ ଆହୁରି ମଧ୍ୟ କହିଛି ଯେ କମ୍ପାନୀ ତାର ଆକ୍ସେସ୍ ବ୍ଲକ୍ କରିବା ପରେ ମଧ୍ୟ ସେ ନିଜର ଆଇପି ଆଡ୍ରେସ୍ ପ୍ରାୟ ୩୦ ଥର ବଦଳାଇ ଏହି ସାଇବର ଆଟାକ୍ ଜାରି ରଖିଥିଲା।
ଆହୁରି ପଢନ୍ତୁ :Liquor Seized: ଲଇକେରା ପୁଲିସର ବଡ଼ ସଫଳତା : ୩୨୦ ଲିଟର ଚୋରା ଦେଶୀ ମଦ ଜବତ, ଜଣେ ଗିରଫ
ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଚତୁର୍ଥ ଶ୍ରେଣୀରୁ ନିଜ ଚେଷ୍ଟାରେ ପ୍ରୋଗ୍ରାମିଂ ଶିଖିଥିବା ଏହି ନାବାଳକର କମ୍ପାନୀ ପ୍ରତି କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା, ବରଂ ସହଜରେ ଅଧିକ ଆକାଉଣ୍ଟ ଲଗ୍-ଇନ୍ ହୋଇପାରୁଥିବାରୁ ସେ ଏହାକୁ ନିଜର ଟାର୍ଗେଟ୍ ବନାଇଥିଲା। ବର୍ତ୍ତମାନ ପୋଲିସ ଛାତ୍ରଙ୍କ ନାମ ଗୋପନ ରଖିବା ସହ ତାଙ୍କୁ ଗିରଫ କରି ନିଜ ହେପାଜତରେ ରଖିଛି। ସେପଟେ ବାନ୍ଦାଇ ନାମକୋ ଫିଲ୍ମୱାର୍କସ ପକ୍ଷରୁ ପ୍ରଭାବିତ ଗ୍ରାହକମାନଙ୍କୁ ଫିସିଂ ଇମେଲ୍ ପ୍ରତି ସତର୍କ ରହିବାକୁ କୁହାଯିବା ସହ ସେମାନଙ୍କର ସବସ୍କ୍ରିପସନ ଫି’ ଫେରସ୍ତ କରାଯାଉଛି।

1 hour ago
1


