Janhvi Kapoor: ଦେବରା ପାର୍ଟ ୧ ଚଳଚ୍ଚିତ୍ରର ଗୀତ ‘ଚୁଟ୍ଟୁମାଲ୍ଲେ’କୁ ନେଇ ମୁହଁ ଖୋଲିଲେ ଜାହ୍ନବୀ କପୁର

53 minutes ago 1
ARTICLE AD BOX

ମୁମ୍ବାଇ: ଜାହ୍ନବୀ କପୁର ତାଙ୍କ ଅଭିନୀତ ଦେବରା ପାର୍ଟ ୧ ଚଳଚ୍ଚିତ୍ରର ଗୀତ ‘ଚୁଟ୍ଟୁମାଲ୍ଲେ’କୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ବିକୃତ ଏଆଇ ଭିଡିଓ ପ୍ରସାରଣ ବିରୋଧରେ ମୁହଁ ଖୋଲିଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବ୍ୟାପକ ଚିନ୍ତା ସୃଷ୍ଟି କରିଛି। ଡିଜିଟାଲ ମାନିପୁଲେସନରେ ଜାହ୍ନବୀ ପୁଣିଥରେ ଶିକାର ହୋଇଛନ୍ତି। ପୂର୍ବରୁ ମଧ୍ୟ ଡିପଫେକ୍ ପ୍ରଯୁକ୍ତିର ଶିକାର ହୋଇଥିବା ନେଇ କହିଥିବା ଜାହ୍ନବୀ ଇନଷ୍ଟାଗ୍ରାମରେ ଏକ ବିସ୍ତୃତ ନୋଟ୍ ଲେଖି ଏହି ପ୍ରଯୁକ୍ତିର ଦୁରୁପଯୋଗ ଏବଂ ମହିଳାଙ୍କ ସମ୍ମତିର ଉଲ୍ଲଂଘନକୁ ନିନ୍ଦା କରିଛନ୍ତି।

ମହିଳାମାନେ ଏଭଳି ଘଟଣାର ଶିକାର ହେଉଛନ୍ତି

ଜାହ୍ନବୀ ତାଙ୍କ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଡିଜିଟାଲ ମାଧ୍ୟମରେ ବିକୃତ କରାଯାଇଥିବା ବିଷୟବସ୍ତୁ ଜରିଆରେ ମହିଳାଙ୍କୁ ବସ୍ତୁ ଭାବେ ଉପସ୍ଥାପନ କରିବା ଏକ ଗମ୍ଭୀର ସମସ୍ୟାରେ ପରିଣତ ହେଉଛି। ସେ କହିଛନ୍ତି, ସମ୍ମତି ବିନା ମହିଳାଙ୍କୁ ବସ୍ତୁ ଭାବେ ଦର୍ଶାଇବା ଏବଂ କଳ୍ପିତ ବିଷୟବସ୍ତୁ ପ୍ରସାରଣ କରିବା ପାଇଁ ପ୍ରଯୁକ୍ତିର ଅପରାଧିକ ଦୁରୁପଯୋଗ ଅତ୍ୟନ୍ତ ଉଲ୍ଲଂଘନକାରୀ ଏବଂ ଏହା ଯୌନ ନିର୍ଯାତନାର ସୀମାକୁ ଛୁଇଁଯାଉଛି। ତାଙ୍କ ଅନୁସାରେ, ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ପ୍ରତ୍ୟେକ ମହିଳା ଏହାର କୌଣସି ନା କୌଣସି ରୂପର ସମ୍ମୁଖୀନ ହୋଇଛନ୍ତି ଏବଂ ସମଗ୍ର ବିଶ୍ୱରେ ମହିଳାମାନେ ଏଭଳି ଘଟଣାର ଶିକାର ହେଉଛନ୍ତି।

ସେ ଆହୁରି କହିଛନ୍ତି ଯେ, ସମ୍ମତି, ପସନ୍ଦ ଏବଂ ଜଣେ ମହିଳାଙ୍କ ଶରୀର ପ୍ରତି ସମ୍ମାନ ମାନବିକତାର ସବୁଠାରୁ ମୌଳିକ ଧାରଣା ମଧ୍ୟରେ ରହିବା ଉଚିତ। ଏଗୁଡ଼ିକୁ ନେଇ ଏବେ ମଧ୍ୟ ଦ୍ୱନ୍ଦ୍ୱ ରହିବା ଆଶ୍ଚର୍ଯ୍ୟଜନକ। ଏହା ଜଟିଳ ବିଷୟ ନୁହେଁ ବୋଲି ସେ କହିଛନ୍ତି।

ଜାହ୍ନବୀ ଆହୁରି ସ୍ପଷ୍ଟ କରିଛନ୍ତି ଯେ, କୌଣସି ପରିସ୍ଥିତିରେ ମଧ୍ୟ ସମ୍ମତିକୁ ଆପେଆପେ ମିଳିଥିବା ବୋଲି ଧରିନିଆଯାଇପାରିବ ନାହିଁ। ଏହାକୁ ବୁଝାଇବା ପାଇଁ ସେ ଏକ ଉଦାହରଣ ଦେଇ କହିଛନ୍ତି ଯେ, ଯଦି ଜଣେ ମହିଳା ଲଗାତାର ପାଞ୍ଚ ଦିନ ‘ହଁ’ କୁହନ୍ତି ଏବଂ ଷଷ୍ଠ ଦିନ ‘ନା’ କୁହନ୍ତି, ତେବେ ସେହି ‘ନା’କୁ ସମ୍ମାନ କରିବା ଆବଶ୍ୟକ। ଜଣେ ମହିଳା ଛୋଟ ପୋଷାକ ପିନ୍ଧିଥିଲେ ମଧ୍ୟ ତାହା କାହାକୁ ତାଙ୍କ ଅନୁମତି ବିନା ଫଟୋ କିମ୍ବା ଭିଡିଓ ନେବା, ଅସମ୍ମାନଜନକ ଭାବେ ତାଙ୍କ ଶରୀରକୁ ଦେଖାଇବା କିମ୍ବା ଡିଜିଟାଲ ଭାବେ ଶୋଷଣ କରିବାର ଅଧିକାର ଦିଏ ନାହିଁ। ଜଣେ ମହିଳା କେଉଁଥିରେ ସ୍ୱାଚ୍ଛନ୍ଦ୍ୟବୋଧ କରିବେ, କେଉଁଠାରେ ସୀମା ନିର୍ଦ୍ଧାରଣ କରିବେ ଏବଂ ନିଜ ଶରୀର ସମ୍ପର୍କରେ କ’ଣ ନିଷ୍ପତ୍ତି ନେବେ—ଏସବୁ ସମ୍ପୂର୍ଣ୍ଣ ତାଙ୍କର ନିଜସ୍ୱ ଅଧିକାର। ଏହା ଏକ ମୌଳିକ କଥା ବୋଲି ସେ କହିଛନ୍ତି।

ଏହି ଘଟଣାକୁ ମହିଳା ସୁରକ୍ଷାର ବୃହତ୍ତର ପ୍ରସଙ୍ଗ ସହ ଯୋଡ଼ି ଜାହ୍ନବୀ କହିଛନ୍ତି ଯେ, ମହିଳାଙ୍କ ପ୍ରତି ଉଲ୍ଲଂଘନର ଆଶଙ୍କା ଏବେ ଡିଜିଟାଲ ଜଗତକୁ ମଧ୍ୟ ବ୍ୟାପିଛି। ସେ କହିଛନ୍ତି, ଗତ କିଛି ଦିନ ଧରି ସେ ଯେଉଁ ଏଆଇ ଭିଡିଓଗୁଡ଼ିକର ସମ୍ମୁଖୀନ ହୋଇଛନ୍ତି କିମ୍ବା ତାଙ୍କ କ୍ୟାରିୟରରେ ଯେଉଁ ଅନୁଭୂତି ହୋଇଛି, ଏହି ପ୍ରସଙ୍ଗ କେବଳ ସେତିକିରେ ସୀମିତ ନୁହେଁ। ଏହା ଜଣେ ମହିଳା ଭାବେ ବଞ୍ଚିବାର ବୃହତ୍ତର ବାସ୍ତବତା ସହ ଜଡ଼ିତ—ଯେଉଁଥିରେ ଲୋକଙ୍କ ଦୃଷ୍ଟି, ବିଚାର, ନିରନ୍ତର ଭାବେ ନିଜ ସୁରକ୍ଷା ପାଇଁ ସୀମା ନିର୍ଦ୍ଧାରଣ କରିବା ଏବଂ ନିଜ ସୀମାକୁ ଅନ୍ୟମାନେ ନିଜ ଇଚ୍ଛାମୁତାବକ ବ୍ୟାଖ୍ୟା କରିବାର ଆଶଙ୍କା ରହିଥାଏ।

ଭୟ ଏବେ ଡିଜିଟାଲ କ୍ଷେତ୍ରକୁ ମଧ୍ୟ ବିସ୍ତାରିତ ହୋଇଛି

ଜାହ୍ନବୀ କହିଛନ୍ତି ଯେ, ଏହି ଭୟ ଏବେ ଡିଜିଟାଲ କ୍ଷେତ୍ରକୁ ମଧ୍ୟ ବିସ୍ତାରିତ ହୋଇଛି। ଯେତେବେଳେ ମହିଳାମାନେ ପ୍ରତିଦିନ ସାମ୍ନା କରୁଥିବା ପ୍ରକୃତ ଶାରୀରିକ ସୁରକ୍ଷା ଭୟର ସମାଧାନ ମଧ୍ୟ ଆମେ ଏପର୍ଯ୍ୟନ୍ତ ସଠିକ୍ ଭାବେ କରିପାରିନାହୁଁ, ସେତେବେଳେ ଡିଜିଟାଲ ଜଗତରେ ଏହି ନୂଆ ଆଶଙ୍କା ଆହୁରି ଗମ୍ଭୀର ହୋଇପଡ଼ିଛି।

Maa kataka Chandi: ମା’ କଟକ ଚଣ୍ଡୀଙ୍କ ଭୁବନେଶ୍ବରୀ ବେଶ

Read Entire Article
LEFT SIDEBAR AD

Hidden in mobile, Best for skyscrapers.